ବିଶ୍ୱ ପରିବେଶ ଦିବସରେ କାଟିଦେଲେ ଶତାଧିକ ବାଉଁଶ ଗଛ

701 0

ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ରେଞ୍ଜ କ୍ଷେତମୁଣ୍ଡଳୀ ଅଂଚଳରେ ଆଜି ଏକ ଟ୍ରାକ୍ତର ରେ ଶତାଧିକ କଞ୍ଚା ବାଉଁଶ କାଟି ଚାଲାଣ କରାଯାଉଥିବା ବେଳେ ଖବର ପାଇ ବିଭାଗ ପକ୍ଷରୁ ଗାଡିକୁ ଅଟକ ରଖାଯାଇଛି ।ଖବର ପ୍ରକାରେ ସଦ୍ୟ କଞ୍ଚା ଶତାଧିକ ବାଉଁଶ କୁ କାଟି ଆଜି ଜଣେ ବ୍ୟକ୍ତି ଟ୍ରାକ୍ତର ରେ ବୋହି କ୍ଷେତମୁଣ୍ଡଳୀ ନିକଟ ଜଙ୍ଗଲରୁ ଚାଲାଣ କରୁଥିବା ବେଳେ କିଛି ବ୍ୟକ୍ତି ଏହାକୁ ଦେଖି ଫଟୋ ଉଠାଇ ବନ ବିଭାଗକୁ ଜଣାଇଥିଲେ । ଉଛପଦସ୍ତ ଅଧିକାରୀଙ୍କ ଖବର ପାଇ ଗେରେଡା ଫରେଷ୍ଟର ତିରୁକୂପା ରାସ୍ତା ନିକଟରେ ବାଉଁଶ ବୋଝେଇ ଗାଡିକୁ ଅଟକାଇ ଥିଲେ ।

ଏତେ ବାଉଁଶ ରାସ୍ତାରେ ଲମ୍ବାଇ ସନ୍ଧ୍ୟାରେ କୁଆଡେ ଯାଉଛି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖେତମୁଣ୍ଡାଳି ଗ୍ରାମର ଗାଡିଟି ବୋଲି ସୂଚନା ମିଳିଛି । ଅଧିକ ତଦନ୍ତ ପରେ ସମ୍ପୂର୍ଣ ତଥ୍ୟ ଜଣାପଡିବ ବୋଲି ଗେରେଡା ଫରେଷ୍ଟର କଳାବଦନ ଦାସ ପ୍ରକାଶ କରିଛନ୍ତି । ବିଶ୍ୱ ପରିବେଶ ଦିବସ ପାଇଁ ବିଭିର୍ଣ୍ଣ ସ୍ଥାନରେ ବୃକ୍ଷରୋପଣ କରି ପାଳନ କରାଯାଉଥିବା ବେଳେ କିଏ ଓ କାହା ନିର୍ଧେସ ରେ ଏତେ ସଂଖ୍ୟାରେ ବାଉଁଶ କାଟିଛି ତାହାକୁ ନେଇ ଅଂଚଳ ପରିବେଶ ବିତ ଙ୍କୁ ଶକ୍ତ ଧକ୍କା ଲାଗିଥିବା ଜଣାଇଛନ୍ତି । ଏହାର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

Related Post

ଷ୍ଟ୍ରିଟ୍ ଲାଇଟ୍ କେଳେଙ୍କାରୀ,ଖାଇ ଯାଉଛନ୍ତି ଲକ୍ଷ ଲକ୍ଷ

Posted by - January 2, 2019 443
ଭୁବନେଶ୍ବର: ସହର‌େର ଲାଗୁଥିବା ଷ୍ଟ୍ରିଟ୍ ଲାଇଟ୍ ମହାଦୁର୍ନୀତିର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏଇ ଓଡିଶା ହାତରେ ଲାଗିଛି। ଭୁବନେଶ୍ବର ଶିଖରଚଣ୍ଡୀ ଛକ ଠାରୁ ନନ୍ଦନ କାନନ ଏବଂ…

ଭବାନୀପାଟଣା ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

Posted by - October 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା…

ଖାଇବା ତେଲର ଦର ବୃଦ୍ଧି ଯୋଗୁଁ ଗ୍ରାହକ ଚିନ୍ତାରେ,ଚଢ଼ା ଦରରେ ବିକ୍ରୀ କରୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ?

Posted by - March 5, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ଵ ବଜାରରେ ପ୍ରଭାବ ପଡିଛି। ପେଟ୍ରୋଲିୟମ୍ ଜାତୀୟ ଦ୍ରବ୍ୟର ବ୍ୟାରେଲ ପିଛା…

ସାବଧାନ.. ଲକଡାଉନ କୋହଳ ହେଲା ମାତ୍ର କୋରୋନା ଯାଇନି।..ନିଶ୍ଚୟ ପଢନ୍ତୁ

Posted by - May 31, 2020 29
ଭୁବନେଶ୍ବର : ଲକ୍ଡ଼ାଉନ ୫.୦ କୁହାଯାଉ ବା ଅନଲକ୍ ୧.୦। କରୋନା ସଂକ୍ରମଣ ବୃଦ୍ଧିର ସନ୍ଧିକ୍ଷଣରେ ମୋଦୀ ସରକାର ଏବେ ଦେଶକୁ ପୁଣି ଥରେ ସ୍ବାଭାବିକତା ଆଡ଼କୁ…

ଯାଜପୁର:ଭଙ୍ଗାଗଲା ସ୍ମିତାରାଣୀଙ୍କ ଲକର, ଖୋଲାଗଲା ସରକାରୀ ବାସଭବନ

Posted by - November 16, 2019 126
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଆଜି କି ଠିକ ଏକ ମାସ ପୁରିଛି ।ସ୍ମିତାରାଣୀଙ୍କ ମୃତ୍ୟୁର ରହସ୍ୟ ଉପରୁ ଏବେ ବି ଉଠିନି…