ସାମାଜିକ  ଗଣମାଧ୍ୟମ ଫେସ୍‌ବୁକ୍‌ରେ ଆପତ୍ତିନକ ପୋଷ୍ଟ କରିବା ଅଭିଯୋଗରେ ଦମ୍ପତି ଗିରଫ 

808 0

ଯାଜପୁର ଦଶରଥପୁର ବ୍ଲକ ୭ ନଂ. ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକଙ୍କ ଚରିତ୍ରକୁ ଇଙ୍ଗିତ କରି ପାଲଟପୁର ପଞ୍ଚାୟତର ଜ୍ୟୋତ୍ସ୍ନା ମହାପାତ୍ର କିଛି ଦିନ ହେବ ଫେସ୍‌ବୁକ୍ ମାଧ୍ୟମରେ ଆପତ୍ତିନକ ଫଟୋ ଓ ଅଶ୍ଳୀଳ ଭାଷା ପୋଷ୍ଟ କରିଆସୁଥିଲେ ।

ଏନେଇ ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ ସମ୍ପୃକ୍ତ ମହିଳାଙ୍କୁ ଫେସ୍‌ବୁକ୍ ମାଧ୍ୟମରେ ଏଭଳି ନକରିବାକୁ ଆପତ୍ତି ଜଣାଇଥିଲେ ମଧ୍ୟ ସମ୍ପୃକ୍ତ ମହିଳା ବେଫିକରଭାବେ ଫେସ୍‌ବୁକ୍‌ରେ ଆପତ୍ତିଜନକ ଫଟୋ ଓ ଅଶ୍ଳୀଭାଷା ପୋଷ୍ଟ କରିବା ଜାରୀରଖିଥିଲେ । ଯାହାକୁ ନେଇ ମାମିନା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ମାମିନା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣାକୁ ନେଇ ଅଭିଯୋଗକରିବା ସହିତ ଅଭିଯୁକ୍ତା ମହିଳାଙ୍କୁ ଗରିଫ କରିବାକୁ ଦାବି କରିଥିଲେ,ସଦର ପୋଲିସ ଅଭିଯୁକ୍ତ ମହିଳା ଜ୍ୟୋତ୍ସ୍ନା ଓ ତାଙ୍କୁ ସହଯୋଗ କରିଥିବା ସ୍ୱାମୀ ରତିକାନ୍ତ ସ୍ୱାଇଁଙ୍କୁ ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରୁ  ଗିରଫକରି ମଙ୍ଗଳପୁର ଥାନାକୁ ହସ୍ତାନ୍ତର କରିଥିଲେ ।

ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମଙ୍ଗଳପୁର ପୁଲିସ୍ ଯାଜପୁର କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମୁଞ୍ଜର ହେବାରୁ ଜ୍ୟୋତ୍ସ୍ନା ଓ ତା ସ୍ୱାମୀ ରତିକାନ୍ତ ଜେଲ୍ ଯାଇଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ।

Related Post

ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଚାଲିଲା ସଫରୀ ବସ

Posted by - August 17, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ) ପର୍ଯ୍ୟଟକଙ୍କ ଙ୍କ ପାଇଁ ଖୁସି ଖବର,ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଭିଡ୍ ଯୋଗୁ ବନ୍ଦ ହୋଇଥିବା ସଫାରୀ ବସ୍ ସେବା ପର୍ଯ୍ୟଟକଙ୍କ ପାଇଁ ଖୋଲା…

କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ,

Posted by - May 14, 2020 53
ଭୁବନେଶ୍ବର :ବଙ୍ଗୋପସାଗରରେ ଏକ ଟ୍ରପିକାଲ୍  ସ୍ୟକ୍ଲୋନ ନିମ୍ନ ବିକାଶରେ ମନ୍ଥର ଗତି କରୁଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଳବାନ ହେବ ବୋଲି ଆଶା କରାଯାଉଛି।ଗତ ସପ୍ତାହରୁ…

ଶୀତଲଷଷ୍ଟି ଯାତ୍ରା ପାଇଁ ସମସ୍ତ ଯାତ୍ରା କମିଟି ର ପତ୍ରପେଣ୍ଡି ସଂପନ୍ନ

Posted by - June 3, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ର ପ୍ରସିଦ୍ଧ ଶୀତଲଷଷ୍ଟି ଯାତ୍ରା ପାଇଁ ସହରର ସମସ୍ତ ଯାତ୍ରା କମିଟି ପକ୍ଷରୁ ପତ୍ରପେଣ୍ଡି ନିତି ଟି ସମାପିତ ହୋଇଛି । ସହରର…

ଆଟିରା ପଞ୍ଚାୟତ ର ଆରୁଆଳ ଶିଶୁମନ୍ଦିର ନିକଟରେ ବ୍ରାହ୍ମଣୀ ନଦୀରେ ୩ ଟି ଘାଇ

Posted by - August 29, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସାହୁପଡ। ପଞ୍ଚାୟତର ମାଟିଆପଡ଼ା ଏବଂ ଈଶାନପୁର ପଞ୍ଚାୟତର କଚେରୀ ନିକଟରେ ଓ ଆଟିରା ପଞ୍ଚାୟତ ର ଆରୁଆଳ ଶିଶୁମନ୍ଦିର ନିକଟରେ…