ଭୟଙ୍କର ପରିସ୍ଥିତି,ପ୍ରତି ୧୦୦ ନମୂନାରୁ ୨୦ରୁ ଅଧିକ ପଜିଟିଭ୍,ବୃଦ୍ଧି ପାଉଛି କରୋନା ମୃତ୍ୟୁ

708 0

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୧ହଜାର ଅତିକ୍ରମ କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଟପୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୬୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୫୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୧୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।ଏବେ ବି ଖୋର୍ଦ୍ଧା, ଅନୁଗୁଳ ଆଉ କଟକରେ ପଜିଟିଭ୍‌ ହାର ପୁରୁଣା ହାରରେ ରହିଛି ।

ପଜିଟିଭ୍‌ ହାର ଅନୁଗୁଳରେ ୨୩.୮୭%, ଖୋର୍ଦ୍ଧାରେ ୨୩.୬୧%, କଟକରେ ୨୩.୦୯% । ବୌଦ୍ଧରେ ୨୭.୪୪% ରହିଛି । ଏହି ୪ ଜିଲ୍ଲା ନୁହେଁ, ଅଧାରାଜ୍ୟରେ ପରୀକ୍ଷା ହେଉଥିବା ୧୦୦ ନମୁନାରେ ପଜିଟିଭ୍‌ ବାହାରୁଛନ୍ତି ୨୦ ରୁ ଅଧିକ । ମଙ୍ଗଳବାର ରାଜ୍ୟରେ ଟେଷ୍ଟିଂ ହୋଇଛି ୬୨୨୬୧ ନମୁନା । ପଜିଟିଭ୍‌ ହୋଇଛି ୧୦,୯୩୯ ନମୁନା । ରାଜ୍ୟରେ ମଙ୍ଗଳବାରର ପଜିଟିଭ୍‌ ହାର ହେଉଛି ୧୭.୫୬% ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୨୩ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୨୫୭ ଜଣ, ଭଦ୍ରକରୁ ୪୬୧ଜଣ, ବଲାଙ୍ଗୀରରୁ ୧୭୦ ଜଣ, ବୌଦ୍ଧରୁ ୨୦୬ଜଣ, କଟକରୁ ୯୯୮ଜଣ, ଦେବଗଡରୁ ୮୬ ଜଣ, ଢେଙ୍କାନାଳରୁ ୪୪୧ଜଣ, ଗଜପତିରୁ ୭୬ ଜଣ, ଗଞ୍ଜାମରୁ ୧୫୮ ଜଣ, ଜଗତସିଂହପୁରରୁ ୩୧୫ ଜଣ, ଯାଜପୁରରୁ ୫୬୦ ଜଣ, ଝାରସୁଗୁଡାରୁ ୧୮୪ ଜଣ, କଳାହାଣ୍ଡିରୁ ୩୫୨ ଜଣ, କନ୍ଧମାଳରୁ ୧୪୧ ଜଣ, କେନ୍ଦ୍ରାପଡ଼ାରୁ ୧୯୮ଜଣ, କେଉଁଝରରୁ ୧୩୩ଜଣ, ଖୋର୍ଦ୍ଧାରୁ ୨୦୨୧ ଜଣ, କୋରାପୁଟରୁ ୨୧୮ ଜଣ, ମାଲକାନଗିରିରୁ ୭୩ଜଣ, ମୟୁରଭଞ୍ଜରୁ ୨୪୯ ଜଣ, ନବରଙ୍ଗପୁରରୁ ୩୦୦ ଜଣ, ନୟାଗଡ଼ରୁ ୩୧୬ଜଣ, ନୂଆପଡ଼ାରୁ ୫୪ ଜଣ, ପୁରୀରୁ ୪୬୨ ଜଣ, ରାୟଗଡ଼ାରୁ ୨୨୩ ଜଣ, ସମ୍ୱଲପୁରରୁ ୩୪୨ଜଣ, ସୋନପୁରରୁ ୨୬୧, ସୁନ୍ଦରଗଡ଼ରୁ ୬୯୯ ଓ ଷ୍ଟେଟ ପୁଲରୁ ୩୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ସବୁ ପରେ ସରକାର ଏବେ ଟେଷ୍ଟିଂରେ ୬୦ ହଜାର ଟପିଥିବା କଥା କହୁଥିବା ବେଳେ ୪୦ ହଜାରରୁ ଅଧିକ ଆଣ୍ଟିଜେନ୍‌ ଟେଷ୍ଟ ହେଉଥିବା ବେଳେ ଆର୍‌ଟିପିସିଆର୍‌ରେ ଟେଷ୍ଟ ହୋଇଛି ୨୦ ହଜାରରୁ ସାମାନ୍ୟ ଅଧିକ ।ରାଜ୍ୟରେ ୭,୨୬,୦୦୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୧୨,୯୯୩ ଜଣ ସୁସ୍ଥ ହୋଇଛନ୍ତି | ଏବେ ବି ୧, ୧୦, ୩୭୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related Post

ଲକଡ଼ପାଯୁ ଜଙ୍ଗଲରେ ସାତ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ

Posted by - November 28, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲ ରେ ସାତ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ। ବନବିଭାଗ ଗାଡି ଉଡାଇବା ପାଇଁ ବସିଥିଲା ଲ୍ୟାଣ୍ଡମାଇନ । ଅଳ୍ପକେ…

ନାରୀ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

Posted by - January 25, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ନାରୀ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ…

ଅଣ୍ଡାମାଡ଼ ପାଇଁ କ୍ଷମା ମାଗୁ ବିଜେପି:-ପ୍ରଣବ ପ୍ରକାଶ ଦାସ

Posted by - November 25, 2021 0
ଭୁବନେଶ୍ବର :ସବୁବେଳେ ହିନ୍ଦୁମାନେ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି। ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ। ମହାପ୍ରଭୁଙ୍କ ସେବା କରି ଆସିଥିବା…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ,ବହୁ ପ୍ରସଙ୍ଗରେ ‌ହେଲା ଆଲୋଚନା

Posted by - November 10, 2021 0
ଭୁବନେଶ୍ୱର:ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଶ୍ରୀ ରେଡ୍ଡି ଅପରାହ୍ନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା…