ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସର୍କିଟ ହାଉସ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ର ଅଧକ୍ଷ ଇଂ ସବ୍ୟସାଚୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ସୂର୍ଯ୍ୟପ୍ରକାଶ ଦାସ ଏବଂ ଭବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ବିଗତ ଏକ ବର୍ଷ ର କାର୍ଯ୍ୟ ର ସମୀକ୍ଷା କରିଥିଲେ ।
ଏଥି ସହିତ ଆଗାମୀ ଦିନ ରେ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଫାଉଣ୍ଡେସନ ର ଅନ୍ୟତମ ସଦସ୍ୟ ସିଦ୍ଧାର୍ଥ ଶଙ୍କର ଦାସଙ୍କ ମୃତ୍ୟୁ ରେ 1 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।