ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ ସେବା ଶିବିର

385 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ଅରଙ୍ଗାବାଦ(ଚତର) ଠାରେ ଯୁଧିଷ୍ଠିର ତ୍ରିପାଠୀ ଚାରିଟେବୁଲ୍ ଟ୍ରଷ୍ଟ ତଥା କମଳା ହୋମିଓ ସେବା ସଦନର ମିଳିତ ଆନୁକୂଲ୍ୟରେ ବରୀ କଳାମାଟିଆ ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ଶିକ୍ଷକ ୰ଯୁଧିଷ୍ଠିର ତ୍ରିପାଠୀଙ୍କ ସପ୍ତଦଶ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ମାଗଣା ହୋମିଓପ୍ୟାଥିକ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମଦନ ମୋହନ ପତି ଆନୁଷ୍ଠନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ।ଏହି ଅବସରରେ ସ୍ୱର୍ଗତ ତ୍ରିପାଠୀଙ୍କର ଜୀବନ ଦର୍ଶନ ଉପରେ ଏକ ସ୍ମୃତିଚାରଣ ସଭା ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସମ୍ମାନୀୟ ଅତିଥିଭାବେ ଶିକ୍ଷାବିତ୍ କୁଞ୍ଜବିହାରୀ ଦାଶ ଯୋଗଦେଇ ବର୍ତମାନ ପରିପ୍ରେକ୍ଷୀରେ ପୂଜ୍ୟପୂଜାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ବୃୂ୍‌ନ୍ଦାବନ ସାମଲ ସ୍ୱର୍ଗତ ଯୁଧିଷ୍ଠିର ତ୍ରିପାଠୀଙ୍କ ସମାଜସେବା କ୍ଷେତ୍ରରେ ଅବଦାନ ବିଷୟରେ ଆଲୋଚନା କରିଥିଲେ । ସମାରୋହର ଆବାହକ ଯୁବସମାଜସେବୀ ଡଃ. ବିଶ୍ୱନାଥ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ସହିତ ପରୋପକାର ଏବଂ ସେବାପରାୟଣତା ପ୍ରତ୍ୟେକ ମନୁଷ୍ୟ ପାଇଁ ସଫଳତାର ମୂଳମନ୍ତ୍ର ହେଉ ବୋଲି ବକ୍ତବ୍ୟ ରଖିଥିଲେ । ଏହି ସ୍ୱାସ୍ଥ୍ୟସେବା ଶିିବିରଟି ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ।

ଏହି ଶିବିରରେ ଡ.ବିଶ୍ୱନାଥ ତ୍ରିପାଠୀ ,ଡ. ଆଲର୍ବଟ ମହାନ୍ତି, ଡ.ପାର୍ଥସାରଥୀ ରାଉତରାୟ, ଡ. କାହ୍ନୁଚରଣ ନାୟକ, ଡ.ସଂଗ୍ରାମ ବ୍ରହ୍ମ ଏବଂ ହୋମିଓ ଔଷଧ ସହାୟକ ହରପ୍ରସାଦ ପଣ୍ଡା, ଚିତରଂଜନ ପାଢି, ନିଶିକାନ୍ତ ଧଳ ୧୧୭ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ସହିତ ଔଷଧ ପ୍ରଦାନ କରିଥିଲେ । ଏହି ଶିବିରରେ ସର୍ବଶ୍ରୀ ଅଜୟ କୁମାର ସାହୁ, କୁଳମଣି ନାୟକ, ତ୍ରିଲୋଚନ ପତି.ଭୂପତି ମଲ୍ଲିକ, ସେନା କର୍ମଚାରୀ ଗୟାଧର ଦାସ, ସାମ୍ବାଦିକ ପ୍ରଦୀପ ମହାରଣା, ପ୍ରଧାନ ଆଚାର୍ଯ୍ୟ ଶୁଭ୍ରଜିତ୍ ଧଳ, କାନ୍ତିକୁମାର ଗିରି, କବୟତ୍ରୀ ପଙ୍କଜିନୀ ଉପାଧ୍ୟାୟ, ସମାଜସେବୀ ବିବେକାନନ୍ଦ ନାଥ, ସଂଜୟ କୁମାର ପାଢି, ବିଷ୍ଣୁଚରଣ ପରିଡା, ପ୍ରଦୀପ୍ତ କାନୁନଗୋ,ସ୍ୱୟଂସଂପୂର୍ଣ୍ଣା ତ୍ରିପାଠୀ, ସାଲିନି ପତି, ବିଜୟ କୁମାର ଓଝା,ଜଗନ୍ନାଥ ଓଝା ଏବଂ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଚଂଚଳା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ଶିବିରଟିକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ଡ଼ି.ୟୁ. ପବ୍ଲିକ୍ ସ୍କୁଲ ଚଣ୍ଡିଖୋଲର ଉପାଧକ୍ଷ୍ୟ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଜିଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ।

Posted by - May 15, 2019 126
ଯାଜପୁର ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲାସଂସ୍କୃତି ପରିଷଦ, ଯାଜପୁର ଏବଂ ସ୍ୱର ଓ ସ୍ୱାକ୍ଷର ସାହିତ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ଜିଲାସ୍ତରୀୟ ଶ୍ରୀ…

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

Posted by - July 13, 2023 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ବିଷମ କଟକ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନି କକ୍ଷରେ ମୋ ଘର ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମ।।ଶଳା…

ବିଦାୟ କାଳୀନ ସମ୍ବର୍ଦ୍ଧନା

Posted by - December 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ଥାନା ପକ୍ଷରୁ ଥାନା ରେ କାର୍ଯ୍ୟରତ କନେଷ୍ଟବଳ ନରୋତ୍ତମ କାଲସାଏ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ…

ପାଟଣାଗଡ଼ ବ୍ଲକ ପୋଡଛାପର ଉ. ପ୍ରା ସ୍କୁଲରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

Posted by - September 24, 2022 0
ପାଟଣାଗଡ଼ : (ତାପସ ରଞ୍ଜନ ବେହେରା)  ପାଟଣାଗଡ଼ ଉପଖଣ୍ଡ ପୋଡ଼ଛାପର ଉପ୍ରା ସ୍କୁଲରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ଵାରା ଅନୁଷ୍ଠିତ…