Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଉଦଯାପିତ

263 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଯାଜପୁର ଜିଲା ଜେନାପୁରରୁ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଆଜି ଯାଜପୁରରେ ଉଦଯାପିତ ହୋଇଛି । ଚାଷୀ ମାନଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବୀରେ ହୋଇଥିବା ଆନ୍ଦୋଳନ ଓ ଯୁବଚେତନା ପଦଯାତ୍ରା ଯାଜପୁର ଜିଲାର ୧୦ଟି ବ୍ଲକ ପରିକ୍ରମା କରିଥିଲା । ଆଜି ଯାଜପୁରର ଗାନ୍ଧୀଛକରେ ପହଂଚିବା ପରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇ ଜିଲାର ଚାଷୀକୂଳ ଗତ ବନ୍ୟାରେ ବ୍ୟାପକ କ୍ଷତି ସହିଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସହାୟତା ମିଳିପାରିନାହିଁ ।

ପ୍ରତ୍ୟେକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଦାବୀ କରିଥିଲେ । ଏଥିସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ପ୍ରଦାନ କରିବାକୁ ସେ ଦାବୀ କରିଥିଲେ । ଏହି ପଦଯାତ୍ରା ମାଧ୍ୟମରେ ଚାଷୀଙ୍କ ସମସ୍ୟା ସଂପର୍କରେ ଯୁବ ସମାଜକୁ ଅବଗତ କରାଯାଇଛି ।ଯେଉଁମାନେ ଆଗାମୀ ଦିନରେ ଚାଷୀ ଓ ଚାଷ ସହିତ ସଂପୃକ୍ତ ରହି ସମସ୍ୟାର ସମାଧାନ ପାଇଁ ଲଢ଼େଇ କରିବେ ବୋଲି ଅକ୍ଷୟ କୁମାର କହିଥିଲେ ।

Related Post

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଙ୍କ ମତଦାନ

Posted by - April 23, 2019 0
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନ…

ଯାଜପୁରରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲାପାଳ

Posted by - April 7, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲାପାଳ ରଞ୍ଜନ କୁମାର ଦାସ। ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ…

ପୁଣି ଜନନୀ ଯନ୍ତ୍ରଣା ; ରାସ୍ତାନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ

Posted by - June 30, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭଞ୍ଜନଗର ଅଂଚଳର କିଛି ଉପାନ୍ତ ଓ ଦୁର୍ଗମ ଇଲାକାରେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ସେବା ସହଜରେ ପହଞ୍ଚି ପାରୁନାହିଁ । ଭଲ ରାସ୍ତା…

ମରୁଡି ଆଶଙ୍କା, ହାତବାନ୍ଧି ବସିଛନ୍ତି ଚାଷୀକୁଳ,୭୦ପ୍ରତିଶତ ରୁ କମ ବର୍ଷା, ୩୦% ଚାଷଜମି ପଡିଆ

Posted by - August 23, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଶ୍ରାବଣ ମାସ ସରିଲା!କିନ୍ତୁ ଚଳିତ ବର୍ଷ ଶ୍ରାବଣ ରେ ବୈଶାଖୀ ର ଖରା!ପ୍ରବଳ ଗ୍ରୀଷ୍ମ ତାପ ଯୋଗୁଁ ଧାନ ଗଛ ସବୁ ମରିବାକୁ ବସିଲାଣି!ଫଳରେ ଚାଷୀ…

ଧର୍ମଗଡ ଆଇ.ଟି.ଆଇ ଜୁନାଗଡ଼ ସ୍ଥାନାନ୍ତର ନେଇ ଧର୍ମଗଡ ରେ ତୀବ୍ର ପ୍ରତିକ୍ରିୟା

Posted by - June 3, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ନିର୍ମାଣ ହେବାକୁ ଥିବା ଆଇଟିଆଇ (ଶିଳ୍ପ ତାଲିମ କେନ୍ଦ୍ର) ଧର୍ମଗଡ ଠାରେ ନ ହୋଇ ଜୁନାଗଡ଼ କୁ ସ୍ଥାନାନ୍ତର ହେବା ନେଇ…