ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବାଅଭିଯୋଗ

329 0

ଭୁବନେଶ୍ବର – ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ ହେଉଛି l ଏଠି ବିନା ପାଉଣାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ ହେଉଛିl ଏଠାରେ ଦୁଇ ରୁ ତିନି ଜଣ କନିଷ୍ଠ କିରାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଗେହ୍ଲା ପୁଅ ହୋଇ ଦୀର୍ଘ ବର୍ଷ ବର୍ଷ ଧରି ଗୋଟିଏ ଗୋଟିଏ ସିଟ୍ ରେ ରହି ଦୁର୍ନୀତି କରି ଚାଲି ଥିଲେ ମଧ୍ୟ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା ଅଭିଯୋଗ ହେଉଛି lଏହି କନିଷ୍ଠ କିରାଣୀ ମାନେ ସିଡିଏମ୍ଓ ଙ୍କୁ ଯାହା କୁହନ୍ତି ତାହାହିଁ ସିଡିଏମ୍ଓ କରନ୍ତି ବୋଲି ଅଭିଯୋଗ ହେଉଛି ସେହିଭଳି ଗଜପତି ଜିଲ୍ଲାର ୧୪୯ ଟି ପଞ୍ଚାୟତରେ ଖୋଲା ଯାଇଥିବା କୋଭିଡ୍ କେର ହୋମ ପାଇଁ ୧୪୭ ଜଣ ଏ ଏନ୍ ଏମ୍, ଷ୍ଟାଫ ନର୍ସ, ଓ ଫାର୍ମାସିଷ୍ଟ ଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ନିଯୁକ୍ତି ଓ ନିଜ ନିଜ ନିଜ ଘର ପାଖରେ ପ୍ଲେସମେଣ୍ଟ ପାଇବା ପାଇଁ ଜଣ ଜଣଙ୍କଠାରୁ୫ହଜାରରରୁ୨୦,୦୦୦ ଟଙ୍କା ପଯ୍ୟନ୍ତ ଆଦାୟ କରାଯାଇ ଥିବା ଅଭିଯୋଗ ହେଉଛି l

ସି.ଡି.ଏମ୍.ଓ.ଙ୍କ ର ଗେହ୍ଲା ପୁଅ ସାଜିଥିବା ଜଣେ କନିଷ୍ଠ କିରାଣି ଟଙ୍କା ଆଦାୟ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ହେଉଛି l ଏହା ସିଡିଏମ୍ ଓ ଙ୍କ ଜାଣତରେ ହୋଇଥିବା ଅଭଯୋଗ ହୋଇଛି lକୋଭିଡ କେର ହୋମ ପାଇଁ ନିଯୁକ୍ତି ଓ ପ୍ଲେସ ମେଣ୍ଟ ଦେବା ନାମରେ ବ୍ୟାପକ ଭାବରେ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇ ଥିବା ଅଭିଯୋଗ ନେଇ ଗଜପତି ଜିଲ୍ଲା ଚିକତ୍ସାଧିକାରୀ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରୁ ସେ ଏହାକୁ ଅସ୍ୱୀକାର କରିବା ସହ ଯଦି ଏଭଳି କାର୍ଯ୍ୟରେ କେହି ସଂପୃକ୍ତ ଥିବା ନେଇ କେହି ଲିଖିତ ଆକାରରେ ଦେଲେ ତାର ତଦନ୍ତ କରାଯିବ ବୋଲି କହିଛନ୍ତି l କିନ୍ତୁ ଅପରପକ୍ଷରେ ସି ଡି ଏମ୍ ଓ ଙ୍କ ଜାଣତରେ ଏହି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଉ ଥିବାରୁ ଗଜପତି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ କଭିଡ କେର ହୋମ ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ଜଣ ଜଣ ଙ୍କୁ ଡାକି ତଦନ୍ତ କୋଲେ ଦୁର୍ନୀତିର ପର୍ଦ୍ଦlଫାଶ ହେବ ବୋଲି ସର୍ବସାଧାଣରେ ଦାବୀ ହେଉଛି l

Related Post

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

Posted by - June 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସିତାବରଡି ପଡାରେ ଏକ ବାଲ୍ୟ ବିବାହ ଚାଲିଥିବା ଖବର ପାଇ ଭବାନୀପାଟଣା ଟାଉନ…

ବ୍ୟାସନଗରରେ ବିରଜା ମନ୍ଦୀର ନିର୍ମାଣକୁ ସେବାୟତଙ୍କ ବିରୋଧ

Posted by - June 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାସନଗରରେ ମା ବିରଜା ମନ୍ଦୀର ନିର୍ମାଣକୁ ନେଇ ବିରୋଧ ଦେଖାଦେଇଛି । ମା ବିରଜା ମନ୍ଦୀରର ସେବାୟତ ମାନଙ୍କ ପକ୍ଷରୁ ଏଭଳି ପ୍ରତିବାଦ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପରଲୋକ

Posted by - February 26, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ର ବିଶିଷ୍ଟ ଜନନାୟକ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଙ୍କ ଚିକିତ୍ସାଧିନ ଅବସ୍ଥାରେ…

ଯାଜପୁର ପୌରପାଳିକାରେ ଆରମ୍ଭ ହେଲା ଅନଲାଇନ ସେବା 

Posted by - January 23, 2021 0
ଯାଜପୁର ପୌରପାଳିକାରେ ଆରମ୍ଭ ହେଲା ଅନଲାଇନ ସେବା,ପୌରପାଳିକାରେ ରହୁଥିବା ଲୋକେ ଏବେ ଅପିଂସ କୁ ନ ଆସି ସିଧାସଳଖ ନିଜ ଘରେ ବସି ପୌରପାଳିକାର ବିଭିନ୍ନ ସେବା ପାଇପାରିବେ । ଟିକସ ପଇଠ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣ ପତ୍ର ଆବେଦନ ପର୍ଯ୍ୟନ୍ତ ମୋବାଇଲ ପଏଂଟ ଅପଂ ସେଲ ମେସିନ ମାଧ୍ୟମରେ କରାଯାଇପାରିବ ।  ଆଜି ଯାଜପୁର ଅତିରିକ୍ତ ଜିଲାପାଳ ଅକ୍ଷୟ ମଲ୍ଲିକ ଏହାକୁ ଉଦଘାଟନ କରିଛନ୍ତି ।   ବିବାହ,ଜନ୍ମ ପ୍ରମ ।ଣ ପତ୍ର ଠାରୁ ଆରମ୍ଭ କରି ଟ୍ରେଡ ଲାଇସେନ୍ସ ପାଇଁ ଆବଶ୍ୟକ ଅର୍ଥ ଏହି ମେସିନ ମାଧ୍ୟମରେ ପଇଠ କରାଯାଇପାରିବ । ପୌରପାଳିକାରେ ରହୁଥିବା ଟ୍ରେଡ୍ କଲେକ୍ଟର ମାନେ ଘରକୁ ଘର ବୁଲି ଏହି ମେସିନ ସାହାଯ୍ୟରେ ଟିକସ ଆଦାୟ କରିବେ ।ଆଜି ଏହି କାର୍ଯ୍ୟକ୍ରମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ

କଳାହାଣ୍ଡି ନାବାଳିକା ଗଣ ଦୁଷ୍କର୍ମ ମାମଲା, ୩ ଜଣ ଙ୍କୁ ସାତ ବର୍ଷ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ର ରାୟ ଦେଇଛନ୍ତି ମାନ୍ୟବର ପୋସ୍କୋ ଅଦାଲତ।…