ବର୍ଷାରେ ବେହାଲ ଯୋଡା ପୌରପାଳିକା, ରୋଡ ଉପରେ ସର୍ଭିସ ସେଣ୍ଟର, ମନ୍ଦିର ଭିତରେ ଆଣ୍ଠୁଏ ପାଣି

252 0

ଯୋଡା:(ସୀତାରାମ ଦୀକ୍ଷିତ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ବର୍ଷାରେ ସମଗ୍ର ରାଜ୍ୟବାସୀ ବେହାଲ ହୋଇପଡିଥିବା ବେଳେ ସେଥିରୁ ବର୍ତ୍ତିନାହାନ୍ତି ଯୋଡା ସହରବାସୀ । ସହର ସାରା ଜନଶୂନ୍ୟ ଲୋକେ ଘରୁ ପଦାକୁ ବାହାରିବାର ନା ନେଉନାହାନ୍ତି । ଅନ୍ୟପଟେ ବିଭିନ୍ନ ସାହି ଓ ବସ୍ତିରେ ନାଳ ପାଣି ରାସ୍ତା ଉପରେ ଭାସୁଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ବନେଇକଳା ଠାରୁ ଯୋଡା ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିବା ପୌରପାଳିକାର ମୁଖ୍ୟ ରାସ୍ତା ଉପରେ ନିଗମାନନ୍ଦଙ୍କ ମନ୍ଦିର ସାମନାରେ ବର୍ଷା ପାଣିର ସୁଅ ଛୁଟୁଛି । ବର୍ଷା ହେଲେ ରାସ୍ତା ଉପରେ ଗାଡି ମୋଟର ଧୋଇବା ପାଇଁ ଲୋକଙ୍କ ଭିଡ ଜମୁଛି । କିଛି ସମୟ ପାଇଁ ରାସ୍ତା ଉପରଟି ସର୍ଭିସ ସେଣ୍ଟର ପାଲଟିଯାଉଛି । ବର୍ଷା ସମୟରେ ମନ୍ଦିର ନଗମାନନ୍ଦଙ୍କ ମନ୍ଦିର ସାମନାରେ ଥିବା କଲଭର୍ଟଟିି ଜାମ ହୋଇପଡୁଥିବାରୁ ଜଳ ନିଷ୍କାସନ ନହୋଇ ପାରି ମନ୍ଦିର ଭିତରେ ଛାତିଏ ପାଣି ଜମି ରହୁଥିବା ଅଭାବନିୟ ଘଟଣା ଦେଖିବାକୁ ମିଳିଛି ।

ସେହିପରି କୁନ୍ଦୁରୁନାଲାକୁ ଯିବା ରାସ୍ତା ର ଷ୍ଟେଟ ବ୍ୟାଙ୍କ ନିକଟରେ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଥିବାରୁ କୁନ୍ଦୁରୁନାଲା ଭିତରକୁ ଜିବା କଷ୍ଟକର ହୋଇପଡୁଛି । ବିଭିନ୍ନ ବସ୍ତିରେ ନିର୍ମାଣ କରାଯାଇଥିବା ଡ୍ରେନ ଗୁଡିକ ଉଫରେ ସ୍ଲାବ ପକାଯାଇ ଆବଦ୍ଧ କରାଯାଇଥିବା ବେଳେ ସେଗୁଡିକ ଦୀର୍ଘ ଦିନ ଧରି ସଫା ନହେବାରୁ ବର୍ଷା ଦିନ ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ପାଣି ଚାଲୁଛି । ଫଳରେ ରାସ୍ତା ଗୁଡିକ ମଧ୍ୟ ଖରାପ ହୋଇ ଯାତାୟତ ଅନୁପଯୋଗି ପାଲଟିଯାଉଥିବା ଦେଖିବାକୁ ମିଳିଛି । କମାରଯୋଡା ଠାରେ ଥିବା ସରକାରୀ ଡାକ୍ତରଖାନା ସମ୍ମୁଖରେ ବର୍ଷା ଦିନେ ନିର୍ଦ୍ଦମା ପାଣିର ସୁଅ ଛୁଟୁଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟ ରାଜପଥର ସୁନା ନଦୀ ସେତୁ ଉପରେ ଆଣ୍ଠୁଏ ପାଣି ଜମିରହୁଥିବାରୁ ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ନେଇ ବାରମ୍ବାର ପୌରପାଳିକାରେ ଅଭିଯୋଗ ହେଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ଏହା ଏକ ଆନ୍ଦୋଳନର ଦାନା ବାନ୍ଧୁଥିବା ବିଶେଷ ସୂତ୍ରରୁ ଜଣାପଡିଛି

Related Post

ଦାନ ବାନ୍ଧୁଛି ଲଘୁଚାପ,ଆସନ୍ତା ୨୦ ରୁ ପୁଣି ବର୍ଷିବ

Posted by - September 16, 2020 0
ଭୁବନେଶ୍ବର :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି (ବୁଧବାର) ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ବଙ୍ଗୋପସାଗରରେ ଏକ ଲଘୁଚାପ ଏବେ ଦାନା…

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ଅନଲକ୍ ୬ ପାଇଁ ନିର୍ଦ୍ଦେଶନାମା

Posted by - October 27, 2020 0
ନୂଆଦିଲ୍ଲୀ:କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଅନଲକ୍ ୬ ପାଇଁ  ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଏହି ନିୟମ ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ ।…

ତେଲେଙ୍ଗାନା ରୁ ଉଦ୍ଧାର ହୋଇ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Posted by - July 7, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ତେଲେଙ୍ଗାନା ରାଜ୍ୟରେ କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲା ର କେତେକ ଦାଦନ ଶ୍ରମିକ ବନ୍ଧକ ଘଟଣାର ଭିଡ଼ିଓ ଭାଇରାଲ ସହ…

ଜମି ହୀନ ଲୋକଙ୍କୁ ମିଳିଛି ପଟ୍ଟା ଚିହ୍ନଟ ହୋଇନାହିଁ ଜମି

Posted by - December 2, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ମାନଙ୍କ ରେ ଭୂମିହୀନ ହିତାଧିକାରୀ ମାନଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି ହେଲେ ଦୀର୍ଘ ବର୍ଷ ବିତିଗଲାଣି…

ଫେମ ଇଣ୍ଡିଆର ଦେଶର ୫୦ ବିଧାୟକ ତାଲିକା ରେ ପ୍ରଣବ ପ୍ରକାଶ ଦାସ(ବବି ଦାସ)

Posted by - August 16, 2020 0
ଭୁବନେଶ୍ବର :ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ସମଗ୍ର ଦେଶରେ ବିଧାୟକଙ୍କ ବିଷୟରେ ଏକ ସର୍ଭେ କରିଛି ଏବଂ ସର୍ବୋତ୍ତମ ୫୦ ଜଣ ବିଧାୟକ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।…