ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ,କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ

392 0

ଅନୁଗୁଳ :(ମହେଶ ଭୋମରାଜ)ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ । କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ପୂଜା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ଗଣେଶ ପୂଜା ଆୟୋଜନ ଉପରେ କଟକଣା ଲାଗିବା ପରେ ଆଶା ଆଶଙ୍କାରେ ପଡିଛନ୍ତି ମୂର୍ତି କାରିଗର, ଟେଂଟ ହାଉସ ମାଲିକ, ସାଉଁଣ୍ଡ ଲାଇଟ୍ ବ୍ୟବସାୟ କରୁଥିବା ଲୋକେ ଏବେ ରୋଜଗାରର ଆଶା ହରାଇଛନ୍ତି । କରୋନା ପାଇଁ ଏମାନଙ୍କର ରୋଜଗାର ପୁରା ଚାଲିଯାଇଥିଲା । ଗଣେଶ ପୂଜା ସମୟରେ ରୋଜାଗରର ଯେଉଁ ଆଶା ଥିଲା ଥିଲା ତାହା ମଧ୍ୟ ଚାଲିଯାଇଛି ।ଚଳିତ ବର୍ଷ ଚାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ ଲାଗିଲା ରୋକ୍ । କରୋନା ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ ।

ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରତିବର୍ଷ ତାଳଚେରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ପ୍ରଭୁ ଗଜାନନ ।ଚଳିତ ବର୍ଷ କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ନେଇଛି କଡା ନିଷ୍ପତି । କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତି ହୋଇଛି । ତାଳଚେର ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଏହି ନିଷ୍ପତି ହୋଇଛି । ପ୍ରଶାସନର ଏହି ନିଷ୍ପତିକୁ ଅବମାନନା କରି ପୂଜା ଆୟୋଜନ କଲେ କୋଭିଡ୍ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Related Post

ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଓ ଉ.ପ୍ରା(ମ.ଇ) ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

Posted by - November 14, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାରତ ମେହେରଙ୍କ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ…

ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

Posted by - November 2, 2020 0
ଛତ୍ରପୁର:ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଗତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ୟ୍ୟନ୍ତ ପାଳନ ହୋଇ ଆସୁଅଛି ।…

ବେଲଗୁଣ୍ଠା ସହରରେ ମେଗା ଚାରାରୋପଣର ଶୁଭାରମ୍ଭ

Posted by - June 18, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି ।ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲା ଅତିରିକ୍ତ…

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 5, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ…

ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ । ମଂଗଳପୁର ପୁର ଥାନା ଦୁଦୁରାଂଟା…