ମେଧାବୀ ଛାତ୍ରୀ ଦେବସ୍ମିତାଙ୍କୁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

904 0

ଯାଜପୁର ଅଫିସ : ଦଶରଥପୁର ବ୍ଲକର ଅସନପୁର ପଞ୍ଚାୟତସ୍ଥିତ କଣ୍ଟାବଣିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ବେହେରା ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୫୪୪ ନମ୍ବର ରଖି ଏ-୧ ଗ୍ରେଡ଼୍‌ରେ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରିଛନ୍ତି । ଏହି ସଫଳତା ପାଇଁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଦେବସ୍ମିତାଙ୍କୁ ମେଧା ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ କରାଯିବା ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ପତ୍ର ଓ ନଗଦ ୩ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ଦେବସ୍ମିତା ଜଣେ ଶୃଙ୍ଖଳିତ, ମେଧାବୀ ଏବଂ ପରିଶ୍ରମୀ ଛାତ୍ରୀ ଅଟନ୍ତି । ତାଙ୍କ ବାପା ଧନେଶ୍ୱର ବେହେରା ଓ ମା’ ଗୀତାଞ୍ଜଳୀ ବେହେରାଙ୍କ ସହଯୋଗ ଓ ଆଶିର୍ବାଦ ଯୋଗୁ ତାଙ୍କୁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି ।

ଏହା ସହିତ ଆଇ ବ୍ରେନ ଶିକ୍ଷାନୁଷ୍ଠାନର ପରିଚାଳକ ପ୍ରତାପ ଜେ ଦାସ ଓ ସରିତା ଦାସ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦନ ଓ ମାର୍ଗଦର୍ଶନ ତାଙ୍କ ସଫଳତା ପାଇଁ ଉଲ୍ଲେଖନୀୟ ଅବଦାନ ବୋଲି ସେ କହିଛନ୍ତି । ଭବିଷ୍ୟତରେ ମେଡ଼ିକାଲ ପଢ଼ି ଜଣେ ଭଲ ଡାକ୍ତର ହୋଇ ରୋଗୀମାନଙ୍କ ସେବା କରିବେ ବୋଲି ସେ ସମୟକୁ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଦେବସ୍ମିତା ରାଜ୍ୟସ୍ତରୀୟ ଗଣିତ ପ୍ରତିଭା ଅନ୍ୱେଷଣ, ରାଜ୍ୟସ୍ତରୀୟ ଶିଶୁବିକାଶ ସ୍କଲାରସିପ ପରୀକ୍ଷା, ରାଜ୍ୟସ୍ତରୀୟ ୟୁରାନିୟମ ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷା, ରାଜ୍ୟସ୍ତରୀୟ ଓଷ୍ଟା ପରୀକ୍ଷା, ଜାତୀୟ ସ୍ତରୀୟ ଏନ୍‌.ଆର.ଟି.ଏସ୍ ପରୀକ୍ଷା, ପଠାଣୀ ସାମନ୍ତ ପରୀକ୍ଷା, ଓକେସିଏଲ୍‌, ଜେ.ଏସ୍‌.ଏମ୍ ଓ. ପରୀକ୍ଷା, ଏନ୍‌.ଟି.ଏସ୍‌.ଇ. ଓ ରାମାନୁଜନ ଗଣିତ ମେଧାବୃତ୍ତି ଇତ୍ୟାଦିରେ କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଏହି ସମସ୍ତ କୃତିତ୍ୱ ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଜେଜେବାପା, ଜେଜେମାଆ ଓ ସ୍ଥାନୀୟ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି

Related Post

୧୫ ତାରିଖରେ ହେବାକୁ ଥିବା ଧର୍ମଘଟ ରେ ସାମିଲ ହେବନି ଓଡିଶା ଡ୍ରାଇଭର ମହାସଂଘ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଧର୍ମଘଟ ରେ ସାମିଲ ହେବନି ଓଡିଶା ଡ୍ରାଇଭର ମହାସଂଘ। ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି…

ବାଇକ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Posted by - September 20, 2021 0
ବୌଦ୍ଧ:( ଚିତରଂଜନ ସିଂ) ଧଳପୁର- ପୁରୁଣାକଟକ ପୂର୍ତ୍ତରାସ୍ତାର ବ୍ରାହ୍ମଣ ଗାଁ ଛକ ନିକଟରେ ସୋମୋବାର ଅପରାହ୍ନ ସମୟ ରେ ଏକ ବୁଲେଟ ଓ ବାଇକ ମଧ୍ୟରେ ମୁହାଁମୁହିଁ…

କୋଷାଗୁମୁଡା ଠାରେ ଇଣ୍ଡିଆନ କ୍ରିଷ୍ଟିଆନ ଦିବସ ପାଳିତ

Posted by - July 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଡ୍ରିମ ଇଣ୍ଡିଆ ପୂବ୍ଲିକସ୍କୁଲ ଠାରେ ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ ହଇଯାଇଛି ! ଏହି ଅବସରରେ…

ମନ୍ଦିର ମଝି ଛକରେ ହେଲାଣି ଖାଲ, ଦୁର୍ଘଟଣାରୁ ଅଳ୍ପକେ ବର୍ତୂଛନ୍ତି ଲୋକେ

Posted by - January 4, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ମୁଖ୍ୟ ରାସ୍ତା ମଧ୍ୟରୁ ଥାନା ଛକ ଠାରୁ ଧରମଶାଲା ରାସ୍ତା ଅନ୍ୟତମ। ଏହି ରାସ୍ତା ସହରର ଗୋଟିଏ ମୁଖ୍ୟ…

ହାଟପଦା ପଡ଼ାର ୫୧ ତମ କାର୍ତ୍ତିକ ପୂଜାର ତୃତୀୟ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ

Posted by - November 7, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ହାଟପଦା ପଡ଼ା ଭାଗବତ ମନ୍ଦିରରେ ଚଳିତ ବର୍ଷ ୫୧ ତମ କାର୍ତ୍ତିକ ପୁଜା ଅତି ଧୂମଧାମରେ ପାଳନ କରାଯାଉଛି। କାର୍ତ୍ତିକ…