ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ରାସ୍ତା ରେ ପଡିଥିବା ଦୁଇ ଗୁରୁତର ଯୁବକ ଙ୍କୁ ଉଦ୍ଧାର କଲା ନୀଳଗିରି ପୋଲିସ

838 0

ନୀଳଗିରି:(ସୌମ୍ୟାସାଇ ବାରିକ୍)କିଛି ବ୍ୟକ୍ତି ଙ୍କ ଆକ୍ରମଣ ରେ ଗୁରୁତର ହେଇ ରାସ୍ତା ରେ ପଡିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କଲା ନୀଳଗିରି ପୋଲିସ। ସୂଚନା ରୁ ଜଣା ପଡିଛି ଆଜି ସନ୍ଧ୍ୟାରେ ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ନିକଟସ୍ଥ ନୂଆ ସାହି ଗ୍ରାମ ର ସୁଦର୍ଶନ ମଢ଼େଇ ( ୩୦) ଓ ମନୋଜ ପାତ୍ର (୨୫) ଧାର୍ ଦେଇଥିବା ଟଙ୍କା ମାଗିବାକୁ ସଜନାଗଡ଼ ତେଣ୍ଡା ସାହି ରାସ୍ତା ର ସଡକ ସାହି ଗାଆଁ କୁ ଯାଇଥିଲେ। ଉଧାର ଦେଇଥିବା ୧ ହଜାର ଟଙ୍କା ମାଗିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା।

ଧାର ନେଇଥିବା ବ୍ୟକ୍ତି ଓ କିଛି ଯୁବକ ସଂଘବଦ୍ଧ ଭାବେ ସୁଦର୍ଶନ ଓ ମନୋଜ କୁ ଆକ୍ରମଣ କରିଥିଲେ। ପଥର ରେ ସୁଦର୍ଶନ ର ମଥା କୁ ଛେଚି ଦେଇଥିବା ବେଳେ, ମନୋଜ କୁ ମଧ୍ୟ ମାଡ ମାରି ଗୁରୁତର କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତା ରେ ଦୁଇଜଣ ରାସ୍ତା ଉପରେ ପଡିଥିବା ବେଳେ ଆକ୍ରମଣକାରୀ ମାନେ ସ୍ଥାନ ଛାଡି ପଳାଇ ଯାଇଥିଲେ।କୌଣସି ସୂତ୍ର ରୁ ନୀଳଗିରି ଆଇ. ଆଇ. ସି. ମୀନତି ବିଶ୍ଵାଳ ଖବର ପାଇବା ପରେ, ସବ ଇନ୍ସପେକ୍ଟର ବାସୁଦେବ ଜୟ ସିଂହ ଓ ପୋଲିସ ବଳ ଙ୍କୁ ଘଟଣା ସ୍ଥଳ କୁ ପଠାଇ ଥିଲେ।ଘଟଣା ସ୍ଥଳରେ ପୋଲିସ୍ ପହଂଚି ରାସ୍ତା ରେ ପଡିଥିବା ଦୁଇ ଗୁରୁତର ଯୁବକ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନା କୁ ଆଣି ଚିକିତ୍ସା ପାଇଁ ଭର୍ତି କରିଥିଲେ।

ସୁଦର୍ଶନ ର ଅବସ୍ତା ଅତି ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରା ଯାଇଛି। ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତର ଖାନା ରେ ଚିକିତ୍ସିତ ହେଉଥିବା ମନୋଜ ପାତ୍ର କୁହନ୍ତି – ସୁଦର୍ଶନ ମୋର ନିଜ ମାମୁଁ। ଆଜି ଅପରାହ୍ନ ରେ ମାମୁଁ ଙ୍କ ସହିତ ମୁଁ ଯାଇଥିଲି। ମାମୁଁ ଧାର ଟଙ୍କା ମାଗିବାରୁ, ଧାର ନେଇଥିବା ବ୍ୟକ୍ତି ଓ କିଛି ଯୁବକ ମାମୁଁ ଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ମୁଁ ବିରୋଧ କରିବାରୁ ମୋତେ ମଧ୍ୟ ମାଡ ମାରି ଗୁରୁତର କରିଛନ୍ତି।ନ୍ୟୁଜ ଲେଖା ଯିବା ପର୍ଯ୍ୟନ୍ତ ନୀଳଗିରି ଥାନା ରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା, ନୀଳଗିରି ପୋଲିସ ସୂତ୍ର ରୁ ଜଣା ପଡିଛି।

Related Post

ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଜଣେ ଶିକ୍ଷକ ସମେତ ୩ଜଣଙ୍କ ଦୁଷ୍କର୍ମ

Posted by - February 17, 2019 0
ଯାଜପୁର ଟାଉନ ଥାନା ଅଂଚଳର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଜଣେ ଶିକ୍ଷକ ସମେତ ୩ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର…

ଶଶୁର ଓ ଶଳାର ଠେଙ୍ଗାମାଡରେ ଜୋଇ ର ମୃତ୍ୟୁ

Posted by - July 12, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଥାନା ଅନ୍ତର୍ଗତ ଅନ୍ୟସପୁର ପଞ୍ଚାୟତ ର ଅନ୍ୟାସପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଜ୍ୱାଇଁ ସନ୍ତୁ ସେଠି ଙ୍କ ର ମୃତ୍ୟୁ ଘଟିଛି…

ହରିଚନ୍ଦନପୁର ପୋଲିସକୁ ବଡ଼ ଚ୍ୟାଲେଞ୍ଜ, ଥାନାର ୧୦୦ମିଟରରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

Posted by - December 26, 2019 0
ହରିଚନ୍ଦନପୁର:ତା ୨୬ ଡିସେମ୍ବର  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟସ୍ଥ ଶୁଭ ଲକ୍ଷ୍ମୀ ଟେଲିସର୍ଭିସ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି…

ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ, ୮ ଟି ବାଇକ, ମୋବାଇଲ ସହ ୯୫ ହଜାର ଟଙ୍କା ଜବତ, ୬ ଜୁଆଡି ଗିରଫ

Posted by - May 17, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଲିଛି ବେଧଡ଼କ ଖୋଲାଖୋଲି ଭାବରେ ଜୁଆ, ସଟ୍ଟା,ଖୁଡଖୁଡି ଖେଳ ଚାଲିଛି ।ଏହାଦ୍ୱାରା…

ପଣିବନ୍ଧ ବୋମାମାଡ଼ ଘଟଣା; ଦୁଇ ଅଭିଯୁ୍କ୍ତକୁ ଗିରଫ କଲା ପୋଲିସ୍

Posted by - November 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ଧରାକୋଟ ବ୍ଳକ୍ ପଣିବନ୍ଧ ଗ୍ରାମରେ ଘଟିଥିବା ବୋମାମାଡ଼ ଘଟଣାରେ ଦୁଇ ଅଭିଯୁ୍କ୍ତଙ୍କୁ ଗିରଫ କରିଛି ପୋଲିସ୍…