Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲାରେ ୪୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

978 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଏହି ଜୁଲାଇ ମାସରେ ସାଂଘାତିକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । କରୋନାକୁ ଲୋପ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଅଧିକରୁ ଅଧିକ ସ୍ୱାବ ଚେଷ୍ଟ ପାଇଁ ବ୍ୟସ୍ଥା କରାଯାଇଛି । ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସ୍ତାନୀୟ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଯାହା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳି ଭାବେ ବୃଦ୍ଧି ପାଉଛି ସେହିଭଳିଭାବେ ଆରୋଗ୍ୟ ମଧ୍ୟ ହେଉଛନ୍ତି । ସଂକ୍ରମିତମାନେ କିପରି ସୁସ୍ଥ ହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଯଥେଷ୍ଟଭାବେ ସବୁପ୍ରକାର ବ୍ୟବସ୍ଥା କରିଚାଲିଛି ।
ଆଜି ଜିଲ୍ଲା ପ୍ରଶାସନର ସୂଚନା ମୁତାବକ ୪୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଦଶରଥପୁର ବ୍ଲକର ସବାଧିକ ୨୯ଜଣ, ଧର୍ମଶାଳା ବ୍ଲକର ୭ଜଣ, ବଡ଼ଚଣା ବ୍ଲକର ୩ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଦଶରଥପୁର ବ୍ଲକରେ ୨୯ଜଣଙ୍କ ମଧ୍ୟରୁ ତେଲେଙ୍ଗନାରୁ ୭ଜଣ, ପଶ୍ଚିମ ବଙ୍ଗରୁ ୯ଜଣ, ତାମିଲନାଡ଼ୁରୁ ୫ଜଣ, କର୍ଣ୍ଣାଟକରୁ ୫ଜଣ, ଦିଲ୍ଲୀରୁ ୨ଜଣ ଓ ସିକିମ୍‌ରୁ ୧ ଜଣ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ଜଣାପଡ଼ିଛି । ସେହିପରି ଧର୍ମଶାଳାରେ ବ୍ଲକର ୭ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ୬ଜଣ ହୋଇଥିବା ବେଳେ ହାଇଦ୍ରାବାଦ ଫେରନ୍ତା ୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଡ଼ଚଣା ବ୍ଲକର ୩ଜଣଙ୍କ ମଧ୍ୟରୁ ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଓ ଆନ୍ଦ୍ରପ୍ରଦେଶରୁ ଜଣେ ଲେଖାଏ ଫେରନ୍ତା ହୋଇଥିବା ବ୍ୟକ୍ତିମାନେ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ୭ଜଣ ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରେନା ସଂକ୍ରମିତ ଚିହ୍ନଟ ହୋଇଥିବାର ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡ଼ିଛି । କରୋନା ସକ୍ରଂମିତଙ୍କ ସଂଖ୍ୟ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

Related Post

କଳାହାଣ୍ଡି ଓ ଏସ୍ ଆର୍ ଟି ସି ଜୋନ୍ ରେ ବହୁ ଲକ୍ଷ ଟଙ୍କାର କେଳେଙ୍କାରୀ, ଅର୍ଥ ଆତ୍ମସାତ୍ ଘଟଣାରେ ପ୍ରଦୀପ ପଟ୍ଟନାୟକ କୁ କୋର୍ଟ ଚାଲାଣ କରିଛି ପୋଲିସ

Posted by - November 24, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାର ବିଭିନ୍ନ ବିଭାଗରେ ଦୁର୍ନୀତି ଆକାଶ ଛୁଆଁ ହୋଇଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ମଧ୍ଯ କମ୍ବଳ ଭିତରୁ ବାଳ…

ବରୀ ବ୍ଲକରୁ ଚିହ୍ନଟ ହେଲେ ଦୁଇ ନୂଆ କରୋନା ଆକ୍ରାନ୍ତ,ଯାଜପୁର ରେ ୪୭,ରାଜ୍ୟ ରେ ୧୫୬

Posted by - May 2, 2020 0
ଭୁବନେଶ୍ବର :ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ହାକୁ ମିଶାଇ…

ନବରଙ୍ଗପୁର ରେ ମହିଳା ମାଓବାଦୀର ଆତ୍ମ ସମର୍ପଣ

Posted by - December 11, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ )ଛତିଶଗଡ଼ ମେନପୁର ଡିଭିଜନର ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଓରଫ ଅମିଲା ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସେ ଦକ୍ଷିଣାଞ୍ଚଳ ଡିଆଇଜି…

ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ନ୍ୟାୟ ପାଇଁ କେତେ ନେହୁରା ହୋଇଥାନ୍ତେ, ଶେଷରେ ଜୀବନ ହାରିଲେ

Posted by - December 1, 2019 0
ବାରିପଦା ୦୧।୧୧ –  ପୁଣି ଏକ ଲଜ୍ଜା, ପୋଲିସର ଜଘନ୍ୟ ଅବହେଳା, ଜଗତସିଂହପୁର ତେଣ୍ଟେଇ ଘଟଣାର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜ ରାଇରଙ୍ଗପୁରରେ । ପୋଲିସର ଅବହେଳାରୁ ଜୀବନ…

ଓଡ଼ିଶାରେ ଘନେଇଲା କରୋନା ସଙ୍କଟ:ବି.ଏମ୍.ସି. ର ୨୨ କର୍ମଚାରୀ ସଂକ୍ରମିତ

Posted by - January 13, 2022 0
ଭୁବନେଶ୍ବର 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ୨୨…

Leave a comment

Your email address will not be published.