ସହାୟତାର ହାତ ବଢାଇଲା ନୂଆ ଆଲୋକ

802 0

ଯାଜପୁର ଅଫିସ :ଏମିତି ବି ଅସହାୟ ଅଛନ୍ତି । ବିପଦ ବେଳେ କେହି ପଦେ ଆହା କହିବାକୁ ନାହିଁ । ରାଜ୍ୟ ସରକାର ଯଦି ଭତ୍ତା ଟଙ୍କା ଗଣ୍ଡାଏ ନଦିଅନ୍ତେ ତେବେ ଖାଇବାକୁ ଓଳିଏ ବି ପାଆନ୍ତେ ନାହିଁ । ଏହି ପରି ଏକ ଅସହାୟ ବୃଦ୍ଧ ବୃଦ୍ଧା ଯାଜପୁର ଜିଲ୍ଲାର ଛତିଆର କମ୍ପାନୀ ବଜାର ର ଦୟନୀୟ ଗାଥା । ଯାହାକୁ ଆଖିରେ ନଦେଖିଲେ ବୁଝି ହେବନି । ବୃଦ୍ଧ ଭାଗ୍ୟଧର ସ୍ୱାଇଁ (୭୦) ଓ ତାଙ୍କର ବୃଦ୍ଧା ପତ୍ନୀ । ତାଙ୍କୁ ସାହା ହେବାକୁ କେହି ଆଗକୁ ନାହିଁ କି ପଛକୁ ନାହିଁ । ୧୫ ଦିନ ତଳେ ଭାଗ୍ୟଧରଙ୍କୁ ଏକ ଷଣ୍ଢ ତା ଶିଙ୍ଗରେ ମାରି ଅଚଳ କରିଦେଇଛି । ସେବେ ଠୁ ସେ ସଯ୍ୟାଶାୟୀ । ଠିକ୍ ଢଙ୍ଗରେ ଟିକେ ଡ୍ରେସିଂ ବି ହୋଇ ପାରୁ ନାହିଁ ।

ପରିଶ୍ରାଗାରରେ ପରିଶ୍ରା ପାଇପ ଲାଗିଛି ।ବୁଢି ମାଆ ଆଖିକୁ ବି ଠିକ୍ ସେ ଦିଶୁ ନାହିଁ । ଏମିତି ପାଖ ପଡିଶା ବି କେହି ବିପଦ ବେଳରେ ସାଥି ହେବାର ନାହିଁ । ଏହି ପରା ବିଚିତ୍ର ଦୁନିଆ । ମଣିଷ ମଣିଷକୁ ସାହା ହେଉନାହିଁ । ମଣିଷ ଦୁଇ ଓଠି ଖାଇବାକୁ ପାଉ ନାହିଁ , କିନ୍ତୁ ସେହି ମଣିଷ କୁକୁର ପାଳି ତାକୁ ମଖମଲ ଗଦିରେ ଶୁଆଇ ତାଲିକା ଅନୁସାରେ ଖାଦ୍ୟ ଦେଉଛି । ଏହି ଖବର ଆମ ନୂଆ ଅଲୋକ ଅନୁଷ୍ଠାନ ପାଖରେ ପହଁଚିଲା । ସୈାଭାଗ୍ୟତଃ ଆମ ଅନୁଷ୍ଟାନର ସଦସ୍ୟ ବବି ଭାଇ ତାଙ୍କର ଜନ୍ମ ଦିନ । ସେ ନିଷ୍ପତି କଲେ ଆଜି ଜନ୍ମଦିନ ସେହି ବୃଦ୍ଧ ବାବା ମାଆଙ୍କ ପାଖରେ ପହଁଚି ପାଳନ କରାହେବ । ସାଥିରେ ନୂଆ ଅଲୋକର ସଦସ୍ୟ ସଦସ୍ୟାମାନେ ଥିଲେ । ମାଆ ବାପାଙ୍କ ଔଷଧ ଖର୍ଚ୍ଚ ପାଇଁ ଦୁଇ ହଜାର ଟଙ୍କା ବବି ଦାସ ପ୍ରଦାନ କଲାବେଳେ ଅନୁଷ୍ଠାନ ତରଫରୁ ଏକମାସ ଚଳିବା ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରାଗଲା ।

ସେଠାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ସିନ୍ଧୁ ନନ୍ଦିନୀଙ୍କୁ ପ୍ରତ୍ୟେହ ରାତ୍ର ଖାଦ୍ୟପେୟ କଥା ବୁଝିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଶେଷ କଥା ଏହିଯେ ବୁଦ୍ଧା ମାଆଟି ଏକ ହୋଟେଲ ବାଲା କୁ ତାଙ୍କର ଅନ୍ତଦ୍ୱୟ ଚାଉଳ ମାସକୁ ୨୦ କିଲୋ ସହିତ ୭ଶହ ଟଙ୍କା ଦେଇଥାଏ । ସେ ଦିନ ଦୁଇଟାରେ ଗୋଟିଏ ଓଳିଲାଗି ଖାଦ୍ୟ ଦେଇଥାଏ । ତେବେ ସକାଳ ଓ ସଂଧ୍ୟାରେ ପାଣି ବା ଚା ଟିକେ ପିଇ ବଂଚିବାକଥା ମାଆ ଜଣଙ୍କ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି । ତେବେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନେ ଏହି କଥା ଉପରେ ଦୟାର୍ଦ ଚେତନା ପ୍ରକଟ କରି ସହାୟତାର ହାତ ବଢାଇ ଦେବାକୁ ଅନୁଷ୍ଠାନ ନିବେଦନ କରିବା ସହ , ଏହି ଅସହାତ ବୃଦ୍ଧା ବୃଦ୍ଧଙ୍କ ପାଇଁ ସରକାର କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁଷ୍ଠାନ ଅନୁରୋଧ କରିଛି

Related Post

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Posted by - November 22, 2019 663
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଦେଶ ର ଅର୍ଥନିତିରେ ଅବନତି,ବେକାରି ବୃଦ୍ଧି,ଦରଦାମ ବୃଦ୍ଧି ଓ ନାରି ନିର୍ଯ୍ୟାତନା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ…

ସେବା ସମବାୟ ସମିତି ନିର୍ବାଚନ : ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି ବିଜେଡ଼ି ଦଖଲରେ

Posted by - June 27, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଭଳି ସମବାୟ ସମିତି ନିର୍ବାଚନରେ ମଧ୍ୟ ବିଜେଡ଼ି କରିଛି ବାଜିମାତ୍ I…

ବର୍ଷା ପାଇଁ ଇନ୍ଦ୍ର ପୂଜା

Posted by - August 29, 2021 0
ବୌଦ୍ଧ୨୮/୮(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂପୁର୍ ଗ୍ରାମ ପଞ୍ଚାୟତର ବୀରରାମଚନ୍ଦ୍ରପୁର୍ ଗ୍ରାମରେ ଆଜି ଅନାବୃଷ୍ଟି ଯଜ୍ଞ ଓ ଇନ୍ଦ୍ର ପୂଜା ଅନୁଷ୍ଠିତ ହୋଇ…

ଠାକୁରଗଡ ୟୁଥ ପାୱାରର ପ୍ରତିଷ୍ଠା ଦିବସ, ରକ୍ତଦାନ ଶିବିର ରେ ୧୮୭ ୟୁନିଟ ରକ୍ତ ସଂଗ୍ରହ

Posted by - November 8, 2019 216
ଅନୁଗୁଳ:(ମହେଶ ଭୋମରାଜ)ଆଜିର ସ୍ୱାର୍ଥପର ସମାଜରେ ମାନବିକତାକୁ ବଞ୍ଚାଇ ରଖିବା ସହ ଅସହାୟ ମାନଙ୍କର ଦୁଃଖରେ ନିଜକୁ ସାମିଲ କରି ସହଯୋଗର ହାତ ବଢ଼ାଇବା ପାଇଁ ଅାଜି ଅନୁଗୋଳ…

ନାରଦ ଜୟନ୍ତୀ ପାଳିତ

Posted by - May 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରଚାର ବିଭାଗ ଦ୍ଵାରା ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇ ଯାଇଛି।…

Leave a comment

Your email address will not be published.