ଯାଜପୁର ଜିଲ୍ଲା ରାଛି ପୁର ରେ ଶିକ୍ଷୟତ୍ରୀ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ।ଘଟଣା ସ୍ଥଳରେ ଶିକ୍ଷୟତ୍ରୀ ମୃତ।ସାଙ୍ଗରେ ଥିବା ଜଣେ ଗୁରୁତର

728 0

ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଉ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଗୁରୁବାଦର ଦିନ ଦ୍ୱିପହରରେ ଯାଜପୁରର ରାଛିପୁର ଛକ ନିକଟରେ ଘଟିଛି ।ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ରାଛିପୁର ଛକ ନିକଟରେ ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟାକରାଯାଇଛି। ଜଣେ ଦୁର୍ବୃତ୍ତ ଯୋଗମାୟା ଜେନା ନାମ୍ନୀ  ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛି।ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିନ୍ତୁ ମହିଳାଙ୍କୁ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତ ମହିଳା ଜଣଙ୍କ ନଟପଡ଼ା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ପ୍ରତକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତ କଟିଯାଇଛି।ମୃତ ଶିକ୍ଷୟିତ୍ରୀ ଅନ୍ୟ ଜଣେ ଶିକ୍ଷକ ମୋହିନୀମୋହନ ମୁଦୁଲିଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ଉଭୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ଯୋଗମାୟା ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ , ଗରୁତର ହୋଇଥିବା ଶିକ୍ଷକ ମୋହିନୀମୋହନ ମୁଦୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

Related Post

ଓଡ଼ିଶା ସରକାରଙ୍କ ସାହାଯ୍ୟ ନେବାକୁ ମନା କଲେ ରାଜସ୍ଥାନରୁ ଉଦ୍ଧାର ହୋଇଥିବା ଓଡ଼ିଆ ନାବାଳିକାର ବାପା

Posted by - February 11, 2019 0
ଓଡ଼ିଶାର ସୁନ୍ଦରଗଡରୁ ଅପହରଣ ହୋଇଥିବା ନାବାଳିକାକୁ ଗତ ୮ ତାରିଖ ଦିନ ରାଜସ୍ଥାନର ଝୁନଝୁନଠାରେ ଉଦ୍ଧାର କରିଥିଲା ଦିଲ୍ଲୀ ମହିଳା କମିଶନ । ଏବେ ଯୁବତୀ ଜଣଙ୍କ…

Leave a comment

Your email address will not be published.