Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନୀଳଗିରି ଯୁବ କଂଗ୍ରେସର ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର

302 0

ନୀଳଗିରି:୦୬/୦୭:(ସୌମ୍ୟାସାଇ ବାରିକ୍)ସମଗ୍ର ଦେଶରେ ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନଜୀବନ ଦୁର୍ବିଶହ ହୋଇ ପଡିଥିବା ଯୋଗୁଁ, ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦେଶ ବ୍ୟାପି ପ୍ରତିବାଦ କରା ଯାଉଚି।ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ମହିଳା କଂଗ୍ରେସ ର ଉପସଭାପତି ମନୋଜା ମଞ୍ଜରି ଦେବୀ ଙ୍କ ନେତୃତ୍ୱ ରେ ନୀଳଗିରି ଯୁବ କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ଭାରତର ମହାମହୀମ ରାଷ୍ଟ୍ରପତି ରାମନାଥ କୋବିଡ ଙ୍କ ନିକଟକୁ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ ଯୁବ କଂଗ୍ରେସ ର ସଦସ୍ୟ ମାନେ ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି ମହାମହିମ ରାଷ୍ଟ୍ରପତି ଙ୍କ ନିକଟକୁ ଲେଖା ଯାଇଥିବା ସ୍ମାରକ ପତ୍ର ଟି ଦେଇଥିଲେ। ସେଥିରେ ଆନ୍ତର୍ଜାତୀୟ ବଜାର ରେ ଅଶୋଧିତ ତୈଳ ଦର ବହୁତ୍ କମ୍ ଥିଲା ବେଳେ ଭାରତରେ ପ୍ରତ୍ୟକ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ଚାଲିଛି। ଯଦ୍ୱାରା ସାଧାରଣ ଲୋକେ ଓ କୃଷି କ୍ଷେତ୍ରରେ କୃଷକ ମାନେ ବହୁ ଅସୁବିଧା ର ସମ୍ମୁଖିନ ହଉଛନ୍ତି। ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଦର କୁ ବୃଦ୍ଧି ସମ୍ପର୍କରେ ପୁନଃବିଚାର କରିବା ସହିତ ଭାଟ୍ ଏବଂ ଟ୍ୟାକ୍ସ କମାଇବା ପାଇଁ ନିବେଦନ କରାଯାଇଛି।

ଏ ସମ୍ପର୍କରେ ଉପ ସଭାନେତ୍ରୀ ମନୋଜା ମଞ୍ଜରି ଦେବୀ କହନ୍ତି ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଦୈନଦିନ ଡିଜେଲ ପେଟ୍ରୋଲ ର ଦର ବୃଦ୍ଧି ହେବ ଦ୍ଵାରା କୃଷକ ତଥା ସାଧାରଣ ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଯେଉଁଥିପାଇଁ କେବଳ ନୀଳଗିରି ନୂହେଁ ହାଇକମାଣ୍ଡ ଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟ ତଥା ଦେଶ ର ପ୍ରତ୍ୟକ ସ୍ଥାନରେ କଂଗ୍ରେସ ଦଳ ପକ୍ଷରୁ ଏପରି ପ୍ରତିବାଦ କରା ଯାଉଚି।

Related Post

ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଆରକ୍ଷଣ ଅଧିକାର ହାସଲ ପାଇଁ ମହୁଲପଡା ଗାଁ ରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ।

Posted by - December 26, 2021 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ) ରବିବାର ଦିନ ବଲାଙ୍ଗିର ଜ଼ିଲ୍ଲା ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ମହୁଲପଡା ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ…

ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Posted by - December 14, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ର ବାଇଶିପଡ଼ା ଗ୍ରାମ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ…

ଏଲ କେ ବି କେ ତରଫରୁ ଏନ-୯୫ ମାସ୍କ ବଣ୍ଟନ ଏବଂ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

Posted by - September 22, 2021 0
ବୌଦ୍ଧ:( ଚିତରଂଜନ ସିଂ )ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ କେ ବି କେ ତରଫରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ N…

ଅଟୋ ଚାଳକ ଙ୍କୁ ସାହାଯ୍ୟ ର ହାତ ବଢାଇଲେ ବରୀ ବିଧାୟିକା

Posted by - May 8, 2020 57
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢି ଚାଲିଥିବା ବେଳେ ଜିଲ୍ଲାରେ ପ୍ରାୟ ଗତ ଦେଢ ମାସ ହେବ ଲକଡାଉନ୍ ସ୍ଥିତି…

ସ୍ୱାଧୀନତା ଦିବସରେ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ନ ଆସିବାକୁ ଅନୁରୋଧ

Posted by - August 13, 2020 0
ଯାଜପୁର ଅଫିସ: ଜାତୀୟ ଦିବସ ଓ ଉତ୍କଳ ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା ରେଡ଼କ୍ରସ ପକ୍ଷରୁ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ପ୍ରଦାନ…

Leave a comment

Your email address will not be published.