ପୂଜକଙ୍କୁ ଠେଙ୍ଗାରେ ପିଟି ବାବା କଲେ ଲହୁ ଲୁହାଣ, ପୂଜକ ମେଡ଼ିକାଲରେ,ବାବା ଜେଲରେ

856 0

ନୀଳଗିରି:୦୨/୦୭(ସୌମ୍ୟାସାଇ ବାରିକ)ଗତକାଲି ନୀଳଗିରି ବ୍ଲକ ବରହମପୁର ଥାନା ଅନ୍ତର୍ଗତ ତଳଭଗାବନ୍ଧ ପାହାଡ଼ ଉପରେ ଥିବା ନିତାୟଗୌର ଆଶ୍ରମର ପୂଜକଙ୍କୁ ସେହି ଆଶ୍ରମ ରେ ଥିବା ବାବା ଠେଙ୍ଗାରେ ପିଟି ପିଟି ରକ୍ତାକ୍ତ କରିଥିବା ବରହମପୁର ଥାନା ରେ ଅଭିଯୋଗ ହୋଇଛି। ଗୁରୁତର ପୂଜକଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଜଣା ଯାଇଛି, ଉକ୍ତ ଆଶ୍ରମରେ ପୂଜକ କୈଳାସ ଚନ୍ଦ୍ର ମିଶ୍ର ରାଧାକୃଷ୍ଣ ମନ୍ଦିର ରେ ସନ୍ଧ୍ୟାରେ ଆରତୀ ସାରି ଫେରିବା ସମୟରେ ଉକ୍ତ ଆଶ୍ରମରେ ଥିବା ମୁନା ବାବା ଏକ ଠେଙ୍ଗାରେ ତାଙ୍କ ମଥା କୁ ଆକ୍ରମଣ କରିଥିଲେ। ଗୁରୁତର ପୂଜକ କୈଳାସଙ୍କୁ ୧୦୮ ରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। କୈଳାସଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଖବର ପାଇ ବରହମପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୁନା ବାବା କୁ ଅଟକ ରଖିବା ସହ ତଦନ୍ତ କରୁଥିବା ବେଳେ, ଆଜି ପୋଲିସ ମୁନା ବାବାଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ, ବାବା ଙ୍କୁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଅନ୍ୟ ପକ୍ଷରେ, ବାବାଙ୍କ ଏଭଲି ଆକ୍ରମଣ କୁ ସବୁ ମହଲରେ ନିନ୍ଦା କରାଯାଇଛି। ଆକ୍ରମଣ ର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ, ପ୍ରକୃତ ଦୋଷୀ କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ, ସାଧାରଣ ରେ ଦାବୀ ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ, ଗୁରୁତର ପୂଜକ ଙ୍କୁ, ଗତକାଲି ରାତିରେ,ଅବସ୍ଥା ଗୁରୁତର ହେବାରୁ, ବାଲେଶ୍ବର ମେଡିକାଲ କଲେଜ – କମ୍ – ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇ ଥିଲା।

Related Post

ସିନ୍ଧେକେଲା ଶୁଣ୍ଢିମୁଣ୍ଡାରୁ ଉଦ୍ଧାର ମୃତ ଯୁବତୀ ଘଟଣା,ପ୍ରେମ ଜନିତ ହତ୍ୟାକାଣ୍ଡ,କୋର୍ଟ ରେ ହାଜର କଲା ସିଂଧେକେଲା ପୋଲିସ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ଗତ ଡିସେମ୍ବର ମାସ ୧୦ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ରୁ ଜଣେ…

ଲୁହସିଂହା ୫ ଦିନିଆ ଫୁଟବଲ ଟୁର୍ଣାମେଣ୍ଟ ଆରମ୍ଭ

Posted by - December 5, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ଗ୍ରାମ ପଞ୍ଚାୟତ ସ୍ଥାନୀୟ ସର୍ବୋଦୟ ହାଇସ୍କୁଲ ଖେଳପଡିଆ ରେ ୫ ଦିନିଆ ଫୁଟବଲ ଟୁର୍ଣାମେଣ୍ଟେ ଆରମ୍ଭ…

ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ, ୮ ଟି ବାଇକ, ମୋବାଇଲ ସହ ୯୫ ହଜାର ଟଙ୍କା ଜବତ, ୬ ଜୁଆଡି ଗିରଫ

Posted by - May 17, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଲିଛି ବେଧଡ଼କ ଖୋଲାଖୋଲି ଭାବରେ ଜୁଆ, ସଟ୍ଟା,ଖୁଡଖୁଡି ଖେଳ ଚାଲିଛି ।ଏହାଦ୍ୱାରା…

ଗାଡ଼ି ସହ ୨୩କିଲୋଗ୍ରାମ ଗଂଜେଇ ଜବତ୍, ମାଫିଆ ଚମ୍ପଟ

Posted by - June 27, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ଗତକାଲି ବିଳମ୍ବିତ ରାତିରେ ବାଉଁଶୁଣୀ ଥାନା ହରିପୁର ଗ୍ରାମ ନିକଟରୁ ଗୋଟିଏ କାରରେ 23 କିଲୋଗ୍ରାମ ଗଂଜେଇ ଚାଲାଣ ହେଉଥିବା ସମୟରେ ବାଉଁଶୁଣୀ…

ମହିଳାଙ୍କ ବେକରେ ଛୁରି ଲଗାଇ ଲୁଟିନେଲେ ସୁନା ଚେନ 

Posted by - September 4, 2021 0
ଯାଜପୁର ଥାନା କୋଦଣ୍ଡପୁର ଅଂଚଳରେ ଗତକାଲି ସଂଧ୍ୟାରେ ଏଭଳି ଅଘଟଣ ଘଟିଛି ।,ସୁନ୍ଦୁରିମୁହଁ ଅଂଚଳରୁ ଯାଜପୁର ଟାଉନ ଅଭିମୁଖେ ଆସୁଥିବା ଶ୍ରାବଣୀ ପାତ୍ର ଙ୍କୁ କୋଦଣ୍ଡପୁର ଅଂଚଳରେ ଅଟକାଇ ବେକରେ ଛୁରି ଲଗାଇ ସୁନା ଚେନ ଲୁଟି ନେଇଥିଲେ ଦୁର୍ବୁତ । ଦୁଇ ଜଣ ଲୁଟେରା ବାଇକରେ ଆସିଥିଲେ । ଉଭୟ ହେଲମେଟ ପିନ୍ଧିଥିଲେ । ଲୁଟ କରିବା ପରେ ଉଭୟ ପେଂରାର ହୋଇଯାଇଥିଲେ । ଏ ନେଇ ମହିଳା ଜଣକ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛନ୍ତି ।

Leave a comment

Your email address will not be published.