Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଟାଇଗର କ୍ଲବର ସ୍ୱନକ୍ଷତ୍ର ଉପଲକ୍ଷେ ରକ୍ତଦାନ ଶିବିର

673 0

ବରୀ ୨୪/୬- (ସ୍ନେହଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗମ୍ମୁ ପଂଚାୟତର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟାଇଗର କ୍ଲବର ପ୍ରଥମ ସ୍ୱନକ୍ଷେତ୍ର ଦିବସ ଉପଲକ୍ଷେ ଗମ୍ମୁ ରାଜିବୀ ଗାନ୍ଧୀ କେନ୍ଦ୍ର ପରିସରରେ ସକାଳ ୯ ଟା ସମୟରେ ସମାଜସେବୀ ସତ୍ୟ ରଂଜନ କରଙ୍କ ନେତୁତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିବା ବେଳେ ବରୀ ତହସିଲଦାର ସରୋଜକାନ୍ତ ନାୟକ,ଗମ୍ମୁ ସରପଂଚ ଝୁନାରାଣି ସେଠୀ, ସମିତି ସଭ୍ୟ ଅଙ୍କୁର ମଲ୍ଲିକ,ଶିକ୍ଷାବିତ୍ ଅଦୈତ ବଲ୍ଲଭ ଜେନା, ହେମନ୍ତ ମହାପାତ୍ର,ମାର୍କଣ୍ଡ ନାୟକ, ହେମନ୍ତ ନାୟକ, ସନ୍ତୋଷ ନାୟକ, ପାଣ୍ଡବ ମହାପାତ୍ର, ପ୍ରଭାତ ଜେନା, ଜଗଦିଶ ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବାବେଳେ ଯାଜପୁର ୩୩ ୟୁନିଟ ଓ କେନ୍ଦ୍ରପଡା ରକ୍ତ ଭଣ୍ଡାର କର୍ମଚାରୀମାନେ୨୫ ୟୁନିଟ ମୋଟ ୫୮ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।

ସେହିପରି ସାଧାରଣ ସଭାରେ ଗମ୍ମୁ ପଂଚାୟତର ବରିଷ୍ଠ ନାଗରିକ, ବୃଦ୍ଧିଜୀବି,କୃଷକ, ଛାତ୍ର,ଯୁବକଓ ଶିକ୍ଷକମାନେ ଉପସ୍ଥିତ ରହି ଟାଇଗର କ୍ଲବର ଏଭଳି ମହତ୍ୱ କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ । କ୍ଲବ ସଭାପତି ଅଶୋକ କୁମାର ସେଠୀ ସ୍ୱାଗତ କରିଥିବାବେଳେ ସମ୍ପାଦକ ରାଜ କିଶୋର ଦାସ ଧନ୍ୟବାଦ୍ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଟାଇଗର କ୍ଲବରସଭ୍ୟ ଦୀପକ କୁମାର ସେଠୀ,ବିମଳ ସେଠୀ,ଚନ୍ଦ୍ରକାନ୍ତ ସେଠୀ,ଚନ୍ଦ୍ରକାନ୍ତ ସେଠୀ, ଅନିଲ ସାମଲ,ନାରାୟଣ ସେଠୀ, ପ୍ରଦୀପ ସେଠୀ ଓ ଗମ୍ମୁ କାର୍ତ୍ତିକ ଶ୍ୱର ଯୁବକ ସଂଘର ସଭ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥରଲେ ।

Related Post

ଖପ୍ରାଖୋଲ ରେ ଥାନା ରେ ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

Posted by - June 27, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଥାନା ପରିସରରେ ରଥଯାତ୍ରା ପାଇଁ ଥାନା ସ୍ତରୀୟ ପ୍ରାକ ପ୍ରସ୍ତୁତି ବୈଠକ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତା ରେ…

ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ

Posted by - February 8, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ । ଜିଲାର ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ରାସ୍ତାରେ…

ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି ନେଇ ଅର୍ଶାତୁଲା ପଞ୍ଚାୟତ ତାଲା ବନ୍ଦ

Posted by - January 13, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ର ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟ କୁ ତାଲା ମାରିଛନ୍ତି ଆଦିବାସୀ ସଂଘ ର କାର୍ଯ୍ୟକର୍ତା ।ଚଳିତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ,ବ୍ଲକ ଅଧ୍ୟକ୍ଷ…

ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଆରକ୍ଷଣ ଅଧିକାର ହାସଲ ପାଇଁ ମହୁଲପଡା ଗାଁ ରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ।

Posted by - December 26, 2021 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ) ରବିବାର ଦିନ ବଲାଙ୍ଗିର ଜ଼ିଲ୍ଲା ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ମହୁଲପଡା ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ…

୫ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

Posted by - June 2, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାର ୨୪ ଟି ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇ…

Leave a comment

Your email address will not be published.