ଯାଜପୁର:(ଆନନ୍ଦ ଚନ୍ଦ୍ର ସହୁ )ଯୌତୁକ ଲାଗି ନବବଧୂକୁ ହତ୍ୟା ଅଭିଯୋଗ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବଗଢିହ ଗ୍ରାମରେ । ମୃତକ ହେଲେ ମଙ୍ଗଳପୁର ଥାନା ବିରିପଟା ଗ୍ରାମର ଝାମିଆ ଜେନା (୨୪) । ଗତ ଫେବୃଆରୀ ମାସରେ ବିଂଝାରପୁର ଥାନା ବଗଢିହ ଗ୍ରାମର ରାକେଶ ମହଲଙ୍କ ସହିତ ଝାମିଆଙ୍କ ବୈଦିକ ରିତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ବର ପକ୍ଷକୁ ସମସ୍ତ ଯୌତୁକ ଦିଆଯାଥିଲା ।
ହେଲେ ଅଧିକ ଯୌତୁକ ଆଣିବା ଲାଗି ଝାମିଆ ଉପରେ ତାର ଶ୍ୱଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନ ଦେଉଥିଲେ । ଗତକାଲି ପରିବାର ଲୋକେ ତାକୁ ପିଟିପିଟି ମାରିଦେଇଥିବା ତାଙ୍କ ଭାଇ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇ ବିଂଝାରପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ଲାଗି ଯାଜପୁର ପଠାଇଛି । ଏହି ଘଟଣାରେ ପୋଲିସ ମୃତକର ସ୍ୱାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ବାଇଟ-ମହେଶ୍ୱର ଜେନା ( ମୃତକର ଭାଇ)