ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଆଜି ଦୁଇ ଅଙ୍କ ଛୁଇଁଛି। ଗଞ୍ଜାମର ଜଣେ ୫୫ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସେ ନିଃଶ୍ବାସ ପ୍ରଶ୍ବାସ ଜନିତ ରୋଗରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି। କଟକର ଖାନନଗର ଶଶ୍ମାନରେ ମୃତକଙ୍କ ଶବ ସତ୍କାର କରାଯାଇଛି। ଏହାବାଦ୍ ରାଜ୍ୟରେ ଅନ୍ୟ ୩ଜଣ ବ୍ୟକ୍ତି କରୋନା ପଜିଟିଭ୍ ଥିଲେ ହେଁ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲା ବେଳେ କାହିଁକି କମୁଛି କୋଭିଡ୍ ଟେଷ୍ଟିଂ ଏହି ମର୍ମରେ ଆଜି ଦିଲ୍ଲୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଭର୍ସନା ପରେ ଓଡ଼ିଶାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠିଛି। ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ମାସ କୌଣସି ଗୋଟିଏ ଦିନ ସଂଖ୍ୟା ୪ ହଜାର ବି ଛୁଇଁନି।ରାଜ୍ୟକୁ ଏହା ଭିତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଆସି ସାରିଥିଲା ବେଳେ ଟେଷ୍ଟିଂ କାହିଁକି କମୁଛି ? ଏପରିକି କ୍ୱାରେଣ୍ଟିନ୍ରେ ଥିବା ଲୋକଙ୍କୁ ବିନା ଟେଷ୍ଟରେ ଘରକୁ ପଠାଯିବାକୁ ନେଇ ବି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।
୭ ଦିନିଆ ସରକାରୀ କ୍ୱାରେଣ୍ଟିନ୍ ପରେ ପ୍ରବାସୀଙ୍କୁ କେଉଁଠି ଲୋକେ ଗାଁରେ ପୂରାଇ ଦେଉ ନାହାନ୍ତି, ତ କିଏ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଘରକୁ ଯିବାକୁ ଡରୁଛନ୍ତି।ରାଜ୍ୟର ଏବେ ୧୨ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୬୫୮, ଯାଜପୁର ୩୨୯, ଖୋର୍ଧା ୩୧୫, କଟକ ୩୧୨, ବାଲେଶ୍ବର ୨୦୨, କେନ୍ଦ୍ରାପଡ଼ା ୧୭୧, ଭଦ୍ରକ ୧୫୧, ପୁରୀ ୧୩୩, ଜଗତସିଂହପୁର ୧୩୦, ବଲାଙ୍ଗୀର ୧୨୯, ସୁନ୍ଦରଗଡ଼ ୧୨୨, ନୟାଗଡ଼ରୁ ୧୦୧ଜଣ ଓ ଏନ୍ଡିଆରଏଫ୍-ଓଡିଆରଏଫ୍ର ୧୩୬ଜଣ ରହିଛନ୍ତି। ଏହାବାଦ୍ ମୟୂରଭଞ୍ଜ ୯୯, ଗଜପତି ୮୪ ଓ ନୂଆପଡ଼ାରେ ୭୪ଜଣ ଚିହ୍ନଟ ହେବା ପରେ ଏହି ଜିଲ୍ଲାଗୁଡ଼ିକ ଶହେର ନିକଟତର ହୋଇଛି।ତେବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷାଧିକ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ମାତ୍ର ୧%ରୁ କମ୍ ଲୋକ କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି।
ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏହି ତଥ୍ୟ ମିଳିଛି। ଆଇସିଏମଆର ପକ୍ଷରୁ ୮୩ଟି ଜିଲାରେ ଆଣ୍ଟିବଡି ପରୀକ୍ଷଣ ପାଇଁ ରକ୍ତ ନମୁନା ପରୀକ୍ଷା (ସେରୋ-ସର୍ଭେ) କରାଯାଇଥିଲା। ଜନସଂଖ୍ୟାର କେବଳ ୦.୭୩ % କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଏହି ପରୀକ୍ଷାରୁ ଜଣାପଡିଛି ବୋଲି ଆଇସିଏମଆର୍ ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି।ତେବେ ବିଶେଷଜ୍ଞଙ୍କ ମତରେ ଆଇସିଏମ୍ଆର୍ର ନୂଆ ଗାଇଡ୍ ଲାଇନ୍ ଅନୁସାରେ ଟେଷ୍ଟିଂ ହେଉଥିବାରୁ ସଂଖ୍ୟା କମୁଛି। ଗତ ମଇ ମାସ ୧୮ ତାରିଖ ରେ ଆଇସିଏମଆର(ICMR)ଜାରି କରିଥିବା ନୂତନ ଗାଇଡ ଲାଇନ ଅନୁସାରେ ଯେଉଁ ମାନଙ୍କର COVID ଲକ୍ଷଣ ଦେଖାଯିବ କେବେଳ ତାଙ୍କର ହି COVID ଟେଷ୍ଟିଙ୍ଗ ହେବ ।ଯେଉଁ ମାଙ୍କଙ୍କର କୌଣସି ଲକ୍ଷଣ ଦେଖା ଯାଉନାହି ତାଙ୍କର ଟେଷ୍ଟିଙ୍ଗ କରିବା ଜରୁରୀ ନୁହେଁ ।
ଦେଖନ୍ତୁ କଣ କହିଛି ICMR ତାର ନୂତନ ଗାଇଡ ଲାଇନ ରେ ।
ICMR ଜାରି କରିଥିବା ଗାଇଡ ଲାଇନ ଭାରତରେ COVID-19 ପରୀକ୍ଷା ପାଇଁ ରଣନୀତି |
(ସଂସ୍କରଣ 5, ତାରିଖ 18/05/2020)
1. ଗତ 14 ଦିନରେ ଆନ୍ତର୍ଜାତୀୟ ଭ୍ରମଣର ଇତିହାସ ଥିବା ସମସ୍ତ ଲକ୍ଷଣଗତ (ILI ଲକ୍ଷଣ) ବ୍ୟକ୍ତି |
2. ଲାବୋରେଟୋରୀର କାର୍ଯ୍ୟ କରୁଥିବା ସମସ୍ତ ଲକ୍ଷଣଗତ (ILI ଲକ୍ଷଣ) ବ୍ୟକ୍ତି |
3. ସମସ୍ତ ଲକ୍ଷଣଗତ (ILI ଲକ୍ଷଣ) ସ୍ୱାସ୍ଥ୍ୟ ସେବା କର୍ମଚାରୀ / ଫ୍ରଣ୍ଟଲାଇନ କର୍ମଚାରୀ COVID19 ର ଧାରଣ ଏବଂ କ୍ଷତିକାରକ ସହିତ ଜଡିତ |
4. ଗୁରୁତର ତୀବ୍ର ଶ୍ଵାସକ୍ରିୟା ସଂକ୍ରମଣ (SARI) ର ସମସ୍ତ ରୋଗୀ |
5. ରୋଗୀଙ୍କ ପ୍ରତ୍ୟକ୍ଷ ଏବଂ ଉଚ୍ଚ ବିପଦପୂର୍ଣ୍ଣ ସମ୍ପର୍କ ବ୍ୟକ୍ତି ଙ୍କ ଯୋଗାଯୋଗର 5 ଦିନ ଏବଂ ଦିନ 10 ମଧ୍ୟରେ ଥରେ |
6. ହଟସ୍ପଟ୍ ଜୋନ୍ ମଧ୍ୟରେ ସମସ୍ତ ଲକ୍ଷଣଗତ ILI ବ୍ୟକ୍ତି |
7. ସମସ୍ତ ହସ୍ପିଟାଲରେ ଭର୍ତ୍ତି ରୋଗୀ, ଯେଉଁମାନେ ILI ଲକ୍ଷଣ ବିକଶିତ କରିଛନ୍ତି |
8. 7 ଦିନ ମଧ୍ୟରେ ପ୍ରତ୍ୟାବର୍ତ୍ତନକାରୀ ଏବଂ ପ୍ରବାସୀମାନଙ୍କ ମଧ୍ୟରେ ସମସ୍ତ ଲକ୍ଷଣମୂଳକ ILI |
ରୋଗ ଇତ୍ୟାଦି