ଯାଜପୁର :ଆସନ୍ତା ୧୨ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବରୀ ଗସ୍ତରେ ଆସୁଛନ୍ତି। ଏହାକୁ ନେଇ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ। କଂଗ୍ରେସ ଯୁବନେତା ଉମେଶ ଜେନାଙ୍କ ନେତୃତ୍ବରେ ଏଠାରେ କଂଗ୍ରେସ ସଂଗଠନ ଅପେକ୍ଷାକୃତ ସୁଦୃଢ଼ ହେବାରେ ଲାଗିଛି। ବରୀରେ କଂଗ୍ରେସ କ୍ରମଶ ଶକ୍ତି ବୃଦ୍ଧି କରି ଚାଲିଥିବାରୁ ଆଗକୁ ଏହି ନିର୍ବାଚନ ମଣ୍ଡଳୀରେ ତ୍ରିକୋଣୀୟ ଲଢ଼େଇ ହେବ। ସେ ନେଇ ରାଜନୈତିକ ମହଲ ପୂର୍ବାନୁମାନ କରିଛନ୍ତି।ବିଧାୟକ ଦେବାଶିଷ ନାୟକଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପି ଯୁବ ନେତା ବିଶ୍ବରଂଜନ ମଲ୍ଲିକ।ଶ୍ରୀ ମଲ୍ଲିକ ବିଜେପିରେ ଯୋଗ ଦେଇ ନିଜକୁ ଦଳର ଏକ ମାତ୍ର ପ୍ରାର୍ଥୀ ବୋଲି ଦର୍ଶାଇ ରଣନୀତି ଜୋରଦାର କରିଛନ୍ତି।ଏଠାରେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ମହିଳା ମୁଖପାତ୍ର ସୁଲତା ଦେଓ ଏବଂ ସୁଲୋଚନା ଦାସ ଏଠାରୁ ପ୍ରାର୍ଥୀ ହେବାକୁ ଚାହିଁ ବସିଛନ୍ତି। ସେହିପରି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ କର୍ମକର୍ତ୍ତା ଆଶୁତୋଷ ପରିଡ଼ା ନଜର ମଧ୍ୟ ବିଜେପି ଟିକେଟ୍ ଉପରେ ରହିଛି।

ବରୀ ରାଜନୀତି ସରଗରମ,୧୨ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ବରୀ ଗସ୍ତ
Facebook Notice for EU!
You need to login to view and post FB Comments!