ଆଜି ରଥ ନିର୍ମାଣ ହେଇପାରିଲା ନାହିଁ,ରଥ ନିର୍ମାଣ ପାଇଁ ଅନୁମତି ଦିଅ :ଶ୍ରୀମନ୍ଦିର ପ୍ରଶାସନ

335 0

ପୁରୀ:(ସମୀର ରଞ୍ଜନ ନାୟକ)ଆଜି ହୋଇ ଥାନ୍ତା ମହା ପ୍ରଭୁଙ୍କ ବିଶ୍ୱ ପ୍ରଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ରଥଖଳା ରେ ବିଭିନ୍ନ ପର୍ଯ୍ୟ ରେ ପହଂଚି ସାରିଥିଲା ରଥ କାଠ ଏବଂ ଚଳିବି ପ୍ରସ୍ତୁହୋଇ ରହି ଥିଲା !କିନ୍ତୁଆଜି ହୋଇ ପରିନଥିଲା ରଥ ନିର୍ମାଣ କାର୍ଯ୍ୟ ।  ଦିନ ତମାବ ରଥ ଖଳା ରେ ମହାରଣା ମାନେ ବି ରେ ଡିହୋଇ ଥିଲେ ହେ ନିର୍ମାଣ ପାଇଁ କିଛି ନିର୍ଦେଶ ଆସିଲା ନାହିଁ ।  ସୋମବାର ଦିନ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ଯୋନରେ ନିର୍ମାଣ କାର୍ଯ୍ୟ କରାଯିବା ଅନୁମତି ଆଧାରରେ ରଥ ନିର୍ମାଣ ପାଇଁ ସହମତି ପ୍ରକାଶ ପାଇଥିଲା ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ପାଇଁ କମିଟି ପକ୍ଷରୁ ସୁପାରିଶ କରାଯାଇଥିଲା ।

ତେବେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ରଥ ନିର୍ମାଣ ପାଇଁ କୌଣସି ନିର୍ଦେଶ ଆସି ନଥିନାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ରଥ ନିର୍ମାଣ ଆରମ୍ଭ ନକରି ଫେରିବା କାରଣରୁ ବିଶ୍ୱକର୍ମl ମହାରଣା ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ନିର୍ଦେଶ ଆସିନଥିବା ବେଳେ ପରିଚାଳନା କମିଟି ବିଶ୍ଵକର୍ମା ମାନଙ୍କୁ ମଙ୍ଗଳବାର ସଖାଳୁ ଆସି ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିଲେ । ତଦନ୍ତୁଯାଇ ମଙ୍ଗଳବାର ଦିନ ସଖାଳୁ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମାନେ ରଥଖଳାରେ ଉପସ୍ଥିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନଥିବାରୁ ରଥ ନିର୍ମାଣ ନକରିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶ୍ୱକର୍ମା ମାନଙ୍କୁ କୁହାଯାଇଥିଲା ।

ଏହାଫଳରେ ବିଶ୍ୱକର୍ମା ମହାରଣା ମାନେ ସରକାରଙ୍କ ନିର୍ଦେଶକୁ ଅପେକ୍ଷା କରି ଦିନ ତମାମ ରଥ ଖଳାରେ ବସିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ଅନୁମତି ଆସିନଥିଲା କି ସେମାନଙ୍କୁ ଡ଼କାଇଥିବା ପରିଚାଳନା କମିଟିର କୌଣସି ସଦସ୍ୟ ଆସି ମହାରଣାଙ୍କ ସହ ଆଲୋଚନା କରିନଥିଲେ । ଯାହାକୁନେଇ ବିଶ୍ଵକର୍ମା ସେବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବୁଧବାର ଦିନ ନୃସିଂହ ଚତୁଦର୍ଶୀ ପରମ୍ପରା ଅନୁଯାୟୀ ଏହି ଦିନ ତିନି ରଥର ଗୁଜ ଅନୁକୂଳ ହେବାକଥା । ଯଦି ସରକାର କାଲି ରଥ ନିର୍ମାଣ ପାଇଁ ଅନୁମତି ଦିଅନ୍ତି ତେବେ ତିନି ରଥର ଗୁଜ ଅନୁକୂଳ ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଶ୍ଵକର୍ମା ମାନେ ସୂଚନା ଦେଇଛନ୍ତି ।

Related Post

ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - January 13, 2023 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳ ଅପିଂସ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିକଟରେ ତାଙ୍କର…

ବିନା ଫିଟନେଶରେ ଚାଲୁଥିବା ଗାଡ଼ି ଉପରେ କାର୍ଯ୍ୟ।ନୁଷ୍ଠାନ କେବେ ?

Posted by - September 16, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ବହୁତ ଯାନବାହନ ଚଳାଚଳ କରୁଛି, ତନ୍ମଧ୍ୟରୁ ସ୍କୁଲବସ, ପିଡିଏସ ଚାଲାଣ ହେଉଥିବା ଟ୍ରକ, ବହୁତ ମାଲବୁହା ତଥା ଅନ୍ୟ ଗାଡ଼ି…

ରାଜ୍ୟପାଳଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପିତ “ଗାନ୍ଧୀ ମଣ୍ଡପ” ନିର୍ମାଣ ସରିବେ କେବେ.!!

Posted by - October 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀୟ ସ୍ୱାଧିନତା ଆନ୍ଦୋଳନର ମୁଖ୍ୟ ପୁରୋଧା, ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତକୁ ସ୍ୱାଧୀନତା ଆଣିଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା…

ସୂଚନା ଅଧିକାର ଆଇନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Posted by - October 2, 2021 0
ଯାଜପୁର:ରାଜ୍ୟରେ ସୂଚନା ଅଧିକାର ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି Iଏହି ଅବସରରେ ଆଜି ଯାଜପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଅଧିକାର ଅଭିଯାନ ଜିଲା ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରୀ ଅର୍ଥର ହିସାବ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ହୋଇଥିବା ବେଳେ ଅଧିକରୁ ଅଧିକ ସୂଚନା ଅଧିକାରର ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିସହିତ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଯାଜପୁର ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଦାବୀରେ ୧ ଲକ୍ଷ ପୋଷ୍ଟ କାର୍ଡ ପଠାଇବା ପାଇଁ ଉଦ୍ୟମ

Posted by - August 19, 2021 0
ଯାଜପୁର ଜିଲାର ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଦାବୀରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଛି  ଆଜି ଠାରୁ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ୧  ଲକ୍ଷ ପୋଷ୍ଟ  କାର୍ଡ ପଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି  ଯାଜପୁର ମୁଖ୍ୟ ଡାକ ଘର ସମ୍ମୁଖରେ ପରିଷଦ ପକ୍ଷରୁ ପ୍ରାଥମିକ ଭାବେ ୧ ହଜାର ପୋଷ୍ଟ କାର୍ଡ ପଠାଇଯାଇଛି  କେନ୍ଦ୍ରସରକାର ତୁରନ୍ତ ମା ବିରଜାଙ୍କ ପୀଠକୁ ରେଳ ସଂଯୋଗ ପାଇଁ ଘୋଷଣା କରିବାକୁ ଦାବୀ କରାଯାଇଛି । ଏହି ପ୍ରକଳ୍ପ ହେଲେ କେବଳ ଯାଜପୁର ସମେତ ଆଖପାଖ ଅଂଚଳ ବାସୀ ଲାଭବାନ ହେବେ ବୋଲି ମତ ପ୍ରକାଶ ପାଇଛି ।

Leave a comment

Your email address will not be published.