ଗତ ଡିସେମ୍ବର ୨୮ତାରିଖରେ ମୃତ ଆଲବମ୍ ଅଭିନେତ୍ରୀ ସିମରନ ଝାରସୁଗୁଡା ପୋଲିସ ଥାନାରେ ତାଙ୍କ ସହ ଘଟିଥିବା ଘଟଣାର ଲିଖିତ ଅଭିଯୋଗ କରିଥିଲେ । ଦେଖନ୍ତୁ କଣ ରହିଛି ଏହି ଲିଖିତ ପତ୍ରରେ ।
ଥାନା ଭାରପ୍ରାପ୍ତ ଅଧିକାରୀ, ଝାରସୁଗୁଡା
ମୋ ନାଁ ସିମରନ । ବୟସ ୧୭ । ମୋ ସହିତ ଏକ ବହୁତ ବଡ ଘଟଣା ଘଟିଛି । ଧ୍ରୁବରାଜ ସୁନା ନାମକ ଜଣେ ଯୁବକ ମୋତେ ତା ପ୍ରେମ ଜାଲରେ ଫସାଇଥିଲା । ଏକଥା ଜେତେବେଳେ ମୋ ଘର ଲୋକ ଜାଣିଲେ ଏଥିପାଇଁ ବାରଣ କରିଥିଲେ । ମୁଁ ଯେତେବେଳେ ଘର ଲୋକଙ୍କ କଥାରେ ସଂପର୍କରୁ ଓହରିଯିବାକୁ କହିଥିଲି ସେତେବେଳେ ଧ୍ରୁବରାଜ ମୋତେ ଡରା ଧମକା କରିବା ଆରମ୍ଭ କରିଥିଲା । ଡରାଇ ଧମକାଇ ଗତ ୨୦୧୮ ମସିହା ଏପ୍ରିଲ ୧୩ତାରିଖରେ ଘରୁ ଉଠାଇନେଇଗଲା । ମୋତେ ନେଇଯିବା ପରେ ମୋତେ ସେ ଫୁସଲାଫୁସଲି କରି ଶାରିରୀକ ସଂପର୍କ ସ୍ଥାପନ କରିଥିଲା । ମୋତେ ବାହାହେବ ବୋଲି କହୁଥିଲେ ମଧ୍ୟ ବାହାହୋଇ ନଥିଲା । ଏହାପରେ ମୋତେ ମାନସିକ ଓ ଶାରିରୀକ ସ୍ତରରେ ସେ ପ୍ରତାରଣା କରିବା ସହ ମାରପିଟ୍ ମଧ୍ୟ କରୁଥିଲା । ତା ଘର ଲୋକେ ମଧ୍ୟ ମୋ ଉପରେ ପ୍ରବଳ ଅତ୍ୟାଚାର କରିଛନ୍ତି । ବାହ ହୋଇନଥିଲେ ମଧ୍ୟ ଯୌତୁକ ପାଇଁ ଧ୍ରୁବରାଜର ମା ପ୍ରବଳ ଚାପ ପକାଉଥିଲେ । ମୁଁ ନଚାହିଁଲେ ମଧ୍ୟ କାମ କରିବା ପାଇଁ ମୋତେ ବାଧ୍ୟ କରି ପଠାଉଥିଲେ । ମୋ ଘରଲୋକେ ମୋ ଅପହରଣ ନେଇ ପୂର୍ବରୁ ମଧ୍ୟ ଥାନାରେ ଏଫଆଇଆର ଦେଇଥିଲେ । ମୋ ଉପରେ ପ୍ରବଳ ଚାପ ଥିବାରୁ ମୁଁ ମୋ ଘର ଲୋକଙ୍କୁ ସହଯୋଗ କରିପାରିନଥିଲି । ବାଧ୍ୟ ହୋଇ ଧ୍ରୁବରାଜର ସାଥ୍ ଦେଉଥିଲି । ଗୋଟିଏ ମାସ ପରେ ମୋତେ ଯେତେବେଳେ ମୌକା ମିଳିଲା ମୁଁ ଆମ ନିଜ ଘରକୁ ଆସିଯାଇଥିଲି । ଆପଣମାନଙ୍କୁ ମୋର ଅନୁରୋଧ ଯେ ଧ୍ରୁବରାଜ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ କରନ୍ତୁ ।