ଭୁବନେଶ୍ବର:ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ଆଜି ରାତି ୧୦ ଟା ଠାରୁ ଆସନ୍ତା ୨୬ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ, ୬୦ ଘଣ୍ଟା ପାଇଁ ଉପରୋକ୍ତ ତିନି ଜିଲ୍ଲାରେ ସଂପୂର୍ଣ୍ଣ ସଟଡାଉନ୍ ଲାଗୁ କରିଛନ୍ତି।ପୂର୍ବରୁ ଭୁବନେଶ୍ୱରରେ ଯେପରି ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଜାରି ହୋଇଥିଲା ଠିକ୍ ସେହିପ୍ରକାରେ କର୍ଫ୍ୟୁଭଳି ଲାଗୁ ହେବ। ସମସ୍ତ ଦୋକାନ, ବଜାର ବନ୍ଦ ରହିବ। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିବ।ଦୈତିନଗରୀ ସହ ଭଦ୍ରକରେ ଏପ୍ରିଲ ପ୍ରଥମ ସପ୍ତାହରେ ଲାଗୁ ହୋଇଥିଲା ୪୮ ଘଣ୍ଟିଆ ସଟ୍ଡାଉନ। ଏବେ ସେହିଭଳି ଅସାଧାରଣ ପରିସ୍ଥିତିର ମୁକାବିଲା ଲାଗି ପୁଣି ନିଆଗଲା ଅସାଧାରଣ ପଦକ୍ଷେପ।ମାତ୍ର ଏହି ସମୟ ରେ ଏହି ଜିଲା ଗୁଡିକ ଦେଇ ଯାଇଥିବା ଜାତୀୟ ରାଜପଥ ରେ ମାଲ ପରିବହନ ଜାରି ରହିବା।ଏହି ସମୟ ମଧ୍ୟରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ୍, ସାନିଟାଇଜେସନ ସହ ଟ୍ରେସିଂ ଏବଂ ଟେଷ୍ଟିଠ ପ୍ରକ୍ରିୟାକୁ ଗତଶୀଳ କରାଯିବ। ପଶ୍ଚିମବଙ୍ଗ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଖୋଜି ବାହାର କରାଯିବ ଏବଂ ବ୍ୟାପକ ନମୁନା ପରୀକ୍ଷା କରାଯିବ। ଦରକାର ପଡ଼ିଲେ, ଏହି ତିନି ଜିଲ୍ଲା ସହ ଅନ୍ୟ ଜିଲ୍ଲାର ସୀମା ଏବଂ ପଶ୍ଚିମବଙ୍ଗର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯିବ। ଏଥିପାଇଁ ୨୭ ପ୍ଲାଟୁନ ପୋଲିସ୍ ଫୋର୍ସ ନିୟୋଜିତ ହୋଇଛନ୍ତି ।
A clarification -During shutdown goods transport passing on NH through these districts for other districts will be allowed free movement. https://t.co/0rqErrZHnm
— DGP, Odisha (@DGPOdisha) April 23, 2020
ଏ ସଂପର୍କରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ ସମୁଦାୟ ୮୯ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ୩୩ ଜଣ ହେଉଛନ୍ତି ଏହି ତିନି ଜିଲ୍ଲାର ବାସିନ୍ଦା। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗତ ୫ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ବାଦ୍ ଦେଲେ ବାକି ୨୮ ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା।