ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ଆଉ ୫ଜଣ ସଂପୃକ୍ତଙ୍କୁ ଗିରଫ କଲା ପୋଲିସ

1201 0

ଯାଜପୁର : ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ ପୋଲିସ । ଗତକାଲି ଏହି ଘଟଣାରେ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏପଟେ ଗୋପୀନାଥପୁର ଗାଁର ମୁସଲିମ ସାହିରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଖାଁ ଖାଁ ଗାଁ ପରିବେଶ । ଘରୁ କେହି ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଛି । ଗତକାଲି ରସୁଲପୁର ବ୍ଲକର ଲକଡାଉନ ସ୍ଥିତିର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କ ସହ ରସୁଲପୁର ବିଡିଓ ତହସିଲଦାର ମଧୁବନ ଅଂଚଳକୁ ଯାଇଥିଲେ ।ସେଠାରୁ ଫେରିବା ସମୟରେ ମାସ୍କ ବ୍ୟବହାର ନକରି ୩ଜଣ ଯୁବକ ବାଇକରେ ଯାଉଥିବା ଦେଖି ତାଙ୍କୁ ଅଟକାଇ ଥିଲେ ।

ଫଳରେ ଅମାନ୍ୟ କରି ସେମାନେ ଗୋପୀନାଥପୁର ଗାଁକୁ ଚାଲିଯାଇଥିଲେ । ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଂଚିବା ପରେ ସେମାନଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ଜିଲ୍ଲାପାଳଙ୍କୁ ଦୁର୍ବବ୍ୟବହାର କରିବାକୁ ବି ପଛେଇନଥିଲେ । ପରେ ଯାଜପୁର ଏସପି ଘଟଣାସ୍ଥଳରେ ପହଂଚି ଫ୍ଲାଗ୍ ମାର୍ଚ୍ଚ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Related Post

ଅଦିନିଆ ଝଡତୋଫାନ ଓ କୁଆପଥର ସହ ବର୍ଷା ଯୋଗୁଁ ସର୍ବଶାନ୍ତ ଚାଷିଭାଇ

Posted by - December 30, 2021 0
ବରଗଡ/ଅତାବିରା:ଗୋଟିଏ ପଟେ ସରକାର ର ଜଟିଲ ନିତି ନିୟମ ଓ ଅନ୍ୟପଟେ ପ୍ରକୃତିର ତାଣ୍ଡବରେ ପେଶି ହୋଇ ଆଜି ଚାଷିଭାଇ ତାର ବହୁ କଷ୍ଟ ଉପାର୍ଜିତ କୃଷିଯାତ…

ସିନ୍ଧେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ୭ଦିନ ହେଲା ପାନୀୟ ଜଳ ବ୍ୟବସ୍ଥା ଅପହଞ୍ଚ

Posted by - January 7, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକା ସିନ୍ଧେକେଲା ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜିକୁ ଦୀର୍ଘ ୭ଦିନ ହେଲାଣି ପାନୀୟ ଜଳ ଯୋଗାଣ…

ଆଦାନୀ କମ୍ପାନୀ କୁ ବିରୋଧ ! କାରଖାନା ନାହିଁତ ଖଣି ନାହିଁ ,”ଶାଶୁବହୁ ମାଳି”ତେଜିଲେ କାଶୀପୁର ବ୍ଲକ ବାସିନ୍ଦା

Posted by - November 1, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା ଖଣି ସମ୍ପଦ ଭରା “କାଶୀପୁର ବ୍ଳକ” କାଶୀପୁର ବ୍ଲକ ଅନ୍ତର୍ଗତ ଶାଶୁବହୁ ମାଳି ପାରିପାର୍ଶ୍ବିକ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଏବଂ…

ସମ୍ବଲପୁର ଦନ୍ତାହାତୀ ମୄତ୍ୟୁ ଘଟଣାରେ ୧ ଗିରଫ

Posted by - June 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସାପଲହରା ପୋଖରୀ ଦନ୍ତାହାତୀ ମୄତ୍ୟୁ ନେଇ ବଡ ଖୁଲାସା କଲା ସମ୍ବଲପୁର ବନବିଭାଗ । ଶିକାରୀଙ୍କ ଗୁଳିରେ ଶିକାର ହୋଇଥିଲା ଦନ୍ତାହାତୀ ଏଥିଯୋଗୁଁ ମୄତ୍ୟୁ…

ଭୀମକୁଣ୍ଡ ସାଜିଛି ମୃତ୍ୟୁକୁଣ୍ଡ 

Posted by - December 26, 2019 2
କରଞ୍ଜିଆ:୨୬/୧୨/୨୦୧୯.ମୟୁରଭଞ୍ଜ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ଭୀମକୁଣ୍ଡ ।ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିକନିକ ଋତୁରେ ପର୍ଯ୍ୟଟକଙ୍କ ସୁୟ ଛୁଟିଥାଏ ହେଲେ ଭୀମକୁଣ୍ଡର ସୁରକ୍ଷା ବ୍ୟବସ୍ଥାକୁ ନେଇ…

Leave a comment

Your email address will not be published.