ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ଭଳି ମହାବିପତି ସମୟରେ ସମସ୍ତେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ପରେ ଏଥିରେ ପ୍ରଭାବିତ ହୋଇଛନ୍ତି ବରିଷ୍ଠ ନାଗରିକ । ଏମାନେ ଯଦିଓ ବୟସର ଅପରାହ୍ନରେ ପହଂଚିଯାଇଛନ୍ତି ତଥାପି ଭୁଲି ନାହାଁନ୍ତି ସେମାନଙ୍କ ଦାୟିତ୍ୱ ବୋଧକୁ । ସମାଜର ଉନ୍ନତି ପାଇଁ ନିଜର ପେନସନ ଅର୍ଥ ଏବଂ କଷ୍ଟ ଅର୍ଜିତ ଅର୍ଥକୁ ଦାନ କରି ସାଜିଛନ୍ତି ଏକ ଉଦାହରଣ । କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ୫୧ ହଜାର ଟଙ୍କା ।
ଯାଜପୁର ଜିଲା ପାଣିକୋଇଲି ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପଂଣ୍ଡକୁ ଜିଲାପାଳଙ୍କ ମାଧ୍ୟମରେ ୫୧ ହଜାର ଟଙ୍କା ପ୍ରଦାନ କରି ସୃଷ୍ଟି କରିଛନ୍ତି ଉଦାହରଣ । ଖାଲି ଏତିକି ନୁହେଁ ଦୁଃଖି ଦରିଦ୍ରଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଂଟନ କରି ଭୋକିଲା ମୁହଁରେ ଆହାର ଦେଇଛନ୍ତି । ମଂଚର ସଭାପତି ନୃସିଂହ ଚରଣ ଦଳେଇ ଏବଂ ସଂପାଦକ ସୁରେନ୍ଦ୍ର କୁମାର ରାୟ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କୁ ଚେକ୍ ପ୍ରଦାନ କରି କୋରୋନା ଲଢ଼େଇ ପାଇଁ ଏହି ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି ।