ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନାର ଶୁଭାରମ୍ଭ

925 0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି।ଚାଷୀଙ୍କ ଆୟ ବୃଦ୍ଧି ଓ ସହାୟତା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୫ ତାରିଖ ପରେ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଯିବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ସଚିବାଳୟରେ ଆଜି ମୁଖ୍ୟମନ୍ତ୍ରୀ ୨୧ ଲକ୍ଷ ଚାଷୀଙ୍କର ଚିଠା ତାଲିକା ମଧ୍ୟ ଉନ୍ମୋଚନ କରିଛନ୍ତି | ଯୋଜନା ଶୁବାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅନ୍ୟାନ୍ୟ ସଚିବମାନେ ଉପସ୍ଥିତ ଥିଲେ । ରାଜ୍ୟ ସଚିବାଳୟରେ ମନ୍ତ୍ରୀ ଓ ବରିଷ୍ଠ ଅଧକାରୀଙ୍କ ଉପସ୍ଥିତିରେ ୧୦ ହଜାର କୋଟି ଟଙ୍କାର ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) ଯୋଜନାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।

Related Post

ଗର୍ଭବତୀ ମହିଳା ଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମ ସମସ୍ୟା ରେ ହନ୍ତସନ୍ତ

Posted by - September 3, 2020 0
ବଡ଼ବିଲ:ଦିନ କୁ ଦିନ ବଢ଼ିଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା ! ବାରମ୍ବାର ଅଭିଯୋଗ ସହିତ ଗଣମାଧ୍ୟମରେ ଖବର ପ୍ରକାଶ ହେଉଥିଲେ ମଧ୍ୟ ପ୍ରଶାସନ…

ବହୁ ପ୍ରତୀକ୍ଷିତ ସେତୁର ଅନ୍ତ ଘଟିବ ଜୁନ ୨୩ରେ,ଘଣ୍ଟାପଡ଼ା-ବସାଶଙ୍କର ନିର୍ମାଣଧୀନ ସେତୁ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ

Posted by - January 3, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ତେଲ ନଦୀ ଉପରେ ନିର୍ମାଣଧୀନ ଘଣ୍ଟାପଡ଼ା-ବସାଶଙ୍କର ସେତୁ ପରିଦର୍ଶନ କଲେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ବୌଦ୍ଧ…

ଯାଜପୁର ଜିଲା ଗସ୍ତରେ ଆସିଥିଲେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ

Posted by - January 8, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଦିନିକିଆ ଯାଜପୁର ଜିଲା ଗସ୍ତରେ ଆସିଥିଲେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ ସାମଲ  ସେ ପ୍ରଥମେ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦୀରରେ ପହଂଚି ଦର୍ଶନ କରିଥିଲେ ,ପରେ ଯାଜପୁର ସର୍କିଟ ହାଉସରେ ପହଂଚିବା ପରେ ଜିଲାପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ସେଠାରୁ ଯାଜପୁର ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ସହିତ ମା ବିରଜାଙ୍କ ଦର୍ଶନ କରିଥିଲେ ଶେଷରେ ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସଂପର୍କରେ ସମୀକ୍ଷା କରିବା ସହିତ କୋରୋନା ସ୍ଥିତି ଓ ୫ଟି ଆଦି ବିଷୟରେ ପଚାରିବୁଝିଥିଲେ ।

ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ସମ୍ବଲପୁରୀ ଦିବସ ରୂପେ ପାଳନ

Posted by - August 1, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ଅଗଷ୍ଟ ୧ ସମ୍ବଲପୁରୀ ଦିନ। ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡିଶା…

ଜଗନ୍ନାଥ ଦର୍ଶନ ପାଇଁ ମଧ୍ୟପ୍ରଦେଶ ରୁ ପୁରୀ ପଦଯାତ୍ରା

Posted by - May 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ଓ ବିଶ୍ୱ ଶାନ୍ତି କାମନା ଲକ୍ଷ୍ୟ ନେଇ ମଧ୍ୟପ୍ରଦେଶ ବିଦିଶା ଜ଼ିଲ୍ଲା ରୁ ଶ୍ରୀ କ୍ଷେତ୍ର ପୁରୀ କୁ ପଦ…

There are 1 comments

Leave a comment

Your email address will not be published.