ଭୁବନେଶ୍ବର:ବର୍ତ୍ତମାନ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ରାଉସୁଗାର ବେପାରର ପେଣ୍ଠ ସାଜିଛି। ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଓ ବାଲେଶ୍ୱରରୁ ବ୍ରାଉନ୍ସୁଗାର ଖୋର୍ଦ୍ଧାକୁ ଅଣାଯାଉଛି। ସେଠାରୁ ଏହି ବ୍ରାଉନସୁଗାର ଚୋରା ବେପାରିଙ୍କ ସହାୟତାରେ କଟକ, ପୁରୀ, ଭୁବନେଶ୍ୱରର କେତେକ ଅଞ୍ଚଳକୁ ଯାଉଥିବା ଗତ କିଛି ଦିନ ହେବ ଅବକାରୀ ବିଭାଗର ଅଧିକାରୀମାନେ ସନ୍ଦେହ କରୁଥିଲେ। ଗତ କିଛି ଦିନ ତଳେ ଖୋର୍ଦ୍ଧା ସଦର ଥାନା ନିକଟରୁ ୭୬ ଗ୍ରାମ ବ୍ରାଉନସୁଗାର ଜବତ ହେବା ପରେ ଓ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଗିରଫ ସମୟରେ ଖୋର୍ଦ୍ଧା ଅଞ୍ଚଳର କେତେକ ଯୁବକ ଏହିତିରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗର ସନ୍ଦେହ ଦୃଢ଼ ହେବା ସହିତ ଅବକାରୀ ବିଭାଗ ଖୋର୍ଦ୍ଧା ଉପରେ ଫୋକସ କରିଥିଲା। ଆଜି ଭୋର ଭୋରରୁ ଅବକାରୀ ବିଭାଗର କଟକରୁ ଆସିଥିବା ଫ୍ଲାଇଂ ସ୍କ୍ଵାଡ୍ ଓ ଖୋର୍ଦ୍ଧା ଅବକାରୀ ବିଭାଗ ମିଳିତ ଭାବେ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୋପିନାଥପୁର ମଠସାହିରେ ଚଢ଼ାଉ କରି ୨୯୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି।

I’m writing on this topic these days, baccarat online, but I have stopped writing because there is no reference material. Then I accidentally found your article. I can refer to a variety of materials, so I think the work I was preparing will work! Thank you for your efforts.