ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) କରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବରୀ ପୋଲିସ ଜଣେ ଯୁବକଙ୍କୁ ଗିରଫ୍ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକଙ୍କ ଘର ବରୀ ଥାନା ଅନ୍ତର୍ଗତ ରାଉତ ସାହି ବୋଲି ଜଣାପଡ଼ିଛି ।
ଗତ କାଲି ବିଭିନ୍ନ ସୋସିଆଲ ମିଡିଆ ରେ ବରୀର ରାଉତ ସାହି ଗ୍ରାମରେ କରୋନା ରୋଗୀ ଚିହ୍ନଟ ବୋଲି ଏକ ସ୍କ୍ରିନ୍ ସଟ୍ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲି ଥିଲା । ଏହି ଘଟଣା ପରେ ବରୀ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଆଜି ଗୁଜବ ସୃଷ୍ଟି କରିଥିବା ଯୁବକକୁ ପୋଲିସ ଗିରଫ କରିଥିଲା । ବରୀ ଥାନାରେ 188/2020 ରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଗିରଫ ହୋଇଥିବା ଯୁବକ ନିଜକୁ ନିର୍ଦୋଷ କହିବା ସହ ସେ ଏହା ତିଆରି କରିନଥିବା କହିବା ସହ ତାଙ୍କୁ କେହି ଜଣେ ପଠେଇଥିବା କହିଛନ୍ତି ।
ତେବେ ନିଜ ଗାଁ ଖବର ହୋଇଥିବାରୁ ସତ୍ୟା ସତ୍ୟ ଜାଣିବା ପାଇଁ ସେ ଗାଁ ର ଜଣେ ପିଲା ପାଖକୁ ପଠାଇ ଥିଲେ । ତେବେ ଘଟଣା ମିଥ୍ୟା ଜାଣିବା ପରେ ସେ ନିଜ ମୋବାଇଲ ରୁ ସେହି ମେସେଜ କୁ ଡ଼ିଲିଟ କରିଦେଇଥିଲେ । ତେବେ ଏହାର ସାଇବର ତଦନ୍ତ କରାଗଲେ ପ୍ରକୃତ ସତ୍ୟ କଣ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।