ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ ଡାଉନ କୁ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ବଭୁ ସ୍ଥାନରେ ଲୋକେ ଏହାକୁ ମାନିବାକୁ ନାରାଜ । ବିରଜା ହାଟ ନିକଟରେ ଥିବା ଯାଉଁଳିବନ୍ଧ ଠାରେ ଥିବା ମାଛ, ମାଂସ ଦୋକାନରେ ଆଜି ସକାଳୁ ଭିଡ ଦେଖିବାକୁ ମିଳୁଛି । କରନା ପାଇଁ ସାମାଜିକ ଦୁରତ୍ୱକୁ ବେଖାତିର କରି ଦୋକାନୀ ମାନେ ଓ ଗ୍ରାହକ ମାନେ ଏଠି ଭିଡ ଯମଉଥିବା ଦେଖାଯାଇଛି ।
ପ୍ରତେକ ଦିନ ଏହି ରାସ୍ତା ଦେଇ ବହୁ ସରକାରୀ ଅଧିକାରୀ, ପୋଲିସ, ପିସିଆର ଗାଡି ଚଳାଚଳ କରୁଥିବା ବେଳେ କାହାରି ନଜ଼ର ପଡୁନଥିବା ଯୋଗୁଁ କ୍ଷୋଭ ପ୍ରକାଶ ପାଇଛି। ସାରା ଦେଶରେ ସଂକ୍ରମଣ ଲୋକଙ୍କ ସଂଖ୍ୟା ବଢୁଥିବା ସମୟରେ ଲୋକେ ନିଜେ ସଚେତନ ନହେବା ଚିନ୍ତାର କାରଣ ବଢ଼ାଉଛି ।
Facebook Notice for EU!
You need to login to view and post FB Comments!