ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି କାଟି ଦେଇଥିବା ଅଭିଯୋଗ ହୋଇଛି।ଗତକାଲି ୪ ଜଣ ଶ୍ରମିକ ଏସିଡ୍ ମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଧରି କୌଶଳ କ୍ରମେ ସେଠାରୁ ଖସି ପଳାଇ ଆସିଛନ୍ତି। ଅନ୍ୟ ୭ ଜଣ ସେଠାରେ ଏବେ ବି ବନ୍ଧକ ଅଛନ୍ତି। ଏସିଡ୍ ମାଡ଼ର ଶିକାର ହୋଇଥିବା ଯୁବକଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର କିଛି ଦାଦନ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ହେମଗିରିର ୧୨ଜଣ ବିଜୟନଗରରେ ଇଟାଭାଟିରେ କାମ କରୁଥିଲେ। ଦରମା ମାଗିଲେ ମାଲିକ ଟଙ୍କା ଦେବା ତ ଦୂରର କଥା ପାଟି ଫିଟାଇଲେ ମାଡ଼ ମାରୁଥିଲା। ଏପରିକି ରାଗରେ ଜଣକ ଉପରକୁ ଏସିଡ୍ ଢାଳିବା ସହ ଆଉ ଜଣକର ଆଙ୍ଗୁଠି କାଟି ଦେଇଥିଲା।

I was able to find good info from your blog articles.
I could not refrain from commenting. Perfectly written!