ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍ଡାଉନ୍ କଟକଣା ଲାଗୁ କରାଯାଇଛି।ଯାଜପୁର ଜିଲାରେ ସମ୍ଭାବ୍ୟ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ।
ଗତ କାଲିଠାରୁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ଯାଜପୁର ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ପାରିପାର୍ଶ୍ୱ ଅଂଚଳକୁ ସଂପୁର୍ଣ୍ଣ ଭାବେ ସଂକ୍ରମଣ ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ପୁରା ଅଂଚଳକୁ ଦମକଳ ବିଭାଗ ସହାୟତା ରେ ଫ୍ଲୋରିନ ଏବଂ ବ୍ଲିଚିଂ ପାଣି ଯୋଗେ ଦିନକୁ ୨ଥର ସପେଂଇ କରାଯାଉଛି
ସପେଂଇ ସମୟରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣୀ ନାୟକ,ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ପୌର ନିର୍ବାହି ଅଧିକରୀ ଅଜୟ କୁମାର ମହାନ୍ତି , ପୂର୍ବତନ ପୌରପାଳ ଭଵ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ସପେଂଇ କାର୍ଯ୍ୟର ତଦାରଖ କରିଥିଲେ ।