Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଯାଜପୁର ରେ ସରକାରୀ ଜମିରେ ଚାଲିଛି ଇଟାଭାଟି,ବେପାରୀଙ୍କ କବଜାରେ ରହିଛି ଶହ ଶହ ଏକର ଜମି ଓ ନଦୀପଠା

1447 0

ଯାଜପୁର ତହସିଲ ଅଧୀନ ମାଧପୁର ଆରଆଇ ସର୍କଲର ସଠିପୁର, ବ୍ରଜନଗର, ରୁଢିଆ, ମାଧପୁର, ବାଲିପସି, ବ୍ୟାସନଗର ତହସିଲ ଅନ୍ତର୍ଗତ ପାଣିକୋଇଲି ଆରଆଇ ସର୍କଲର ନୁରୁଗାଁ, ପଥରପଦା, କାଜିପାଟଣା, ପାଣିକୋଇଲି ପ୍ରଭୃତିରେ ଶହ ଶହ ଖୋଲା ଇଟାଭାଟି ରହିଛି। ସେହିପରି ବୁଢା ନଦୀ ପଠାରେ ନଦୀବନ୍ଧକୁ ପାର୍ଶ୍ବରେ ୪ଟି ବିଶାଳ ଚିମିନି ଇଟା ଭାଟି ରହିଛି। ବର୍ଷ ବର୍ଷ ଧରି ଚାଲିଥିବା ପୋଡ଼ା ଇଟା ପାଇଁ ଶହ ଶହ ଏକର ମୂଲ୍ୟବାନ ସରକାରୀ ଜମି ପରିତ୍ୟକ୍ତ ହେବାରେ ଲାଗିଛି। ଏଥିରେ‌ ଅନେକ ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ବେଳେ ପ୍ରଶାସନ ହାତବାନ୍ଧି ବସିଛି। ଗତ ଦୁଇଦିନ ତଳେ ମାତ୍ର ଦୁଇଟି ଇଟାଭାଟି ଉପରେ ଚଢ଼ଉ କରି ଧର୍ମକୁ ଆଖିଠାର ମାରିଛି ଯାଜପୁର ପ୍ରଶାସନ। ଏହା ପ୍ରଭାବଶାଳୀ ଲୋକଙ୍କ ଚାପରେ ଚଢଉ ହୋଇଥିଲା ନା ବନ୍ଦ କରାଗଲା, ସେ ନେଇ ସ୍ପଷ୍ଟ ଉତ୍ତର କାହାରି ନିକଟରେ ନାହିଁ।

ଶହ ଶହ ଏକର ସରକାରୀ ଜମି ମଧ୍ୟରେ ଜଙ୍ଗଲ ଜମି ଠାରୁ ଆରମ୍ଭ କରି ନଦୀ ପଠା ଇଟା ବ୍ୟବସାୟୀ ଖୋଳି ତାଡ଼ି ବିକ୍ରି କରିବାରେ ଲାଗିଛନ୍ତି। ସରକାର କୋଟି କୋଟି ଟଙ୍କା ଘେରି ବନ୍ଧ ତିଆରି କରୁଥିବା ବେଳେ ଇଟା ବ୍ୟବସାୟୀ ଘେରି ବନ୍ଧ ତାଡ଼ି ଖୋଳି ଗାଡ଼ କରି ଦେଲେଣି। ଏଭଳି ସଂବେଦନଶୀଳ ଘଟଣା ପାଣିକୋଇଲି-ସଠିପୁର ଦେଇ ଯାଜପୁର ଜିଲ୍ଲା ସଦର ମହକୁମା ଯାଜପୁର ଟାଉନକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ବରେ ଚାଲିଛି। ଶହ ଶହ ବେଆଇନ୍ ଖୋଲା ଇଟାଭାଟି ସରକାରୀ ଜମିରେ ନିୟମିତ ଚାଲିଛି। ଗତ ୨ ଦିନ ମଧ୍ୟରେ ପ୍ରଶାସନ ‌୨ଟି ଚିମିନି ଭାଟି ଓ ଫ୍ଲାଏ ଆସ୍ ଇଟା ଭାଟିରେ ଚଢଉ କରିବା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏପରିକି ବେଆଇନ୍ କୁହାଯାଉଥିବା ସନ୍ତୋଷ ବେହେରାଙ୍କ ଇଟାଭାଟିରୁ ପ୍ରଶାସନ ପ୍ରତିବର୍ଷ ୬୦ ହଜାର ଟଙ୍କା ଲେଖାଁଏ ରାଜସ୍ବ କିପରି ନେଉଥିଲେ, ତାହା ମଧ୍ୟ ଅଧିକାରୀଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

Related Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କରଫିଉ,ଜାଣିଲେ ଆପଣ ଭି ଚକିତ ହେବେ

Posted by - March 21, 2020 954
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା 22 ମାର୍ଚ୍ଚ 2020 କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି , କରୋନ ଭୂତାଣୁ ବିରୁଦ୍ଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତ୍ତା…

ମହାସପ୍ତମୀ ଅବସରରେ ଶକ୍ତିପୀଠ ବିରଜା କ୍ଷେତ୍ର ରେ ଭକ୍ତିମୟ ପରିବେଶ

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶାରଦୀୟ ଦୁର୍ଗାପୂଜା ପାଇଁ ଶକ୍ତିପୀଠ ବିରଜା କ୍ଷେତ୍ର ରେ ଭକ୍ତିମୟ ପରିବେଶ। ମା ଙ୍କ ମନ୍ଦିର ସୁନ୍ଦର ଅଲୋକମାଳା ରେ ସଜ୍ଜିତ କରାଯାଇଛି।…

ପେଟ୍ରୋଲ ଡିଜେଲ ଦର ହ୍ରାସ, ଆର୍ଥିକ ସଙ୍କଟରେ ପେଟ୍ରୋଲିଅମ ଡିଲର

Posted by - May 24, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଏକକାଳୀନ ପେଟ୍ରୋଲ ଡିଜେଲ ଦର ହ୍ରାସ ର ଆର୍ଥିକ କ୍ଷତିପୂରଣ ଦାବି ପାଇଁ ସମ୍ବଲପୁର ପେଟ୍ରୋଲିୟମ ଡିଲରସ ଏସୋସିଏସନ ର ସାମ୍ବାଦିକ ସମ୍ମିଳନୀ।କେନ୍ଦ୍ର ସରକାରଙ୍କ…

Leave a comment

Your email address will not be published.