ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବିଜେପିରେ ବିବାଦ,ଅପରାଜିତା ଓ ଧର୍ମେନ୍ଦ୍ର ଙ୍କ ଶୀତଳ ଯୁଦ୍ଧ ଆରମ୍ଭ

1800 50

ଭୁବନେଶ୍ବର: ବିଜେପିରେ କିଏ ହେବ ମୁଖ୍ୟମନ୍ତ୍ରୀ। ଅପରାଜିତା ଷଡଙ୍ଗୀ ନା ଧର୍ମେନ୍ଦ୍ର ପ୍ରଧାନ। ଅପରାଜିତା ଭାରତୀୟ ଜନତା  ପାର୍ଟି ରେ ଯୋଗ ଦେବା ପରେ ତାଙ୍କ ଫେସବୁକ ପେଜ ରେ ଏକ ନିର୍ବାଚନ କଇଥିଲେ ।ଏ ନେଇ ଅପରାଜିତାଙ୍କ ନାଁରେ ଖୋଲାଯାଇଥିବା ପେଜ୍‌ରେ ଭୋଟ୍‌ ମଧ୍ୟ କରାଯାଇଥିଲା। ଯାହାକୁ ନେଇ ବିଜେପି ନେତାଙ୍କ ଭିତ​ରେ ଆରମ୍ଭ ହୋଇଯାଇଛି ଟୁପୁରୁ ଟାପୁରୁ । ଏଭଳି ଚର୍ଚ୍ଚାକୁ ଜୁଏଲଙ୍କ ମନ୍ତବ୍ୟ ଖୋରାକ ଯୋଗାଇଥିବା ବେଳେ ବିଜେପି ସଭାପତି ବସନ୍ତ ପଣ୍ତା ପୂଣ୍ଣଛେଦ ଟାଣିଛନ୍ତି।।

ଦେଖନ୍ତୁ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଖୋଲାଯାଇ ଥିବା ଫେସବୁକ୍‌ ପେଜ୍‌ରେ କଣ ରହିଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କାହାକୁ ପସନ୍ଦ କରୁଛନ୍ତି ତାକୁ ନେଇ ଚାଲିଛି ଭୋଟିଂ।  ଉଭୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତାଙ୍କ ଫଟୋ ଦିଆଯାଇଛି । ଭୋଟ ଦେବାକୁ ଅପିଲ କରାଯାଉଛି । କିନ୍ତୁ ଏହାକୁ ସିଧାସିଧା ଖଣ୍ତନ କରିଛନ୍ତି ଅପରାଜିତା। ଏହା ଅପ୍ରାସଙ୍ଗିକ । ତାଙ୍କ ନାଁରେ କିଏ ପେଜ୍ କରି ଏପରି କରିଛି ବୋଲି ସେ କହିଛନ୍ତି । ଜୁଏଲ କିନ୍ତୁ କହିଛନ୍ତି ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

ଏହି ପେଜ ପାଇଁ  ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ନେତାଙ୍କ ଭିତରେ ଦ୍ବନ୍ଦ୍ବ ବଢ଼ିଥିଲା ।  ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ତାଙ୍କ କାନକୁ କଥା ଯିବା ପରେ ମାମଲା ଥଣ୍ତା ପକାଇବା ପାଇଁ ସେ ରିଆକସନ ଛାଡିଛନ୍ତି ।  ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସଂସଦୀୟ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଜୁଏଲ ଓରାମ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛନ୍ତି। ଅପରାଜିତା ବିଜେପି ଯୋଗଦେବା ଦିନ ଠାରୁ ଆରମ୍ଭ ହୋଇଯାଇଛି ଏମିତି ଚର୍ଚ୍ଚାମାନ । ଏହି ଫେସବୁକ୍‌ ପେଜରେ ପ୍ରାୟ ୮ ହଜାର ଲୋକ ଭୋଟ ଦେଇଛନ୍ତି।  ୪ ଦିନ  ଏଥିରେ ଭୋଟିଂ ନିଆଯାଇଥିଲା । କିନ୍ତୁ ଦୁଇ ଦିନ ପରେ ଏହି ପେଜକୁ ଫେସବୁକରୁ ଡିଲିଟ କରିଦିଆଯାଇଛି।

ଏବେ ସମୀକ୍ଷା କଲେ  ଧର୍ମେନ୍ଦ୍ର ପ୍ରଧାନ ଓଡିଶା ର ମଙ୍ଗ ମୂଳରୁ ଧରି କାର୍ଯ୍ୟ କରି ଚାଲିଥିଲେ ,ମାତ୍ର ସେ କେବେ ଓଡିଶା ରେ ନିର୍ବାଚନ ପ୍ରକ୍ରିୟା ରେ ଭାଗ ନେଇ ବିଜୟଲାଭ କରି ନାହାନ୍ତି ।ଅପରାଜିତା ଷଡଙ୍ଗୀ ବିଜେପି ରେ ଯୋଗ ଦେବା ପରେ ସେ ହି ମୁଖ୍ୟମନ୍ତ୍ରୀ ପାର୍ଥୀ ବୋଲି ଦିଲୀ ରୁ ଆଶ୍ଵାସନା ପାଇ ଆସିଛନ୍ତି ।ହାଇ କମାଣ୍ଡ ଭାବିଲେ ଓଡିଆ ଙ୍କ ଅଣଓଡିଆ ପ୍ରୀତି ବୋଧେ ଅଛି ।ତେଣୁ ଅପରାଜିତା ମଧ୍ୟ ଖଣ୍ଡି ଓଡିଆ କହୁଛନ୍ତି।ତେଣୁ ସେ ହି ଠିକ ନବୀନ କୁ ଟକ୍କର ଦେବେ।ଏପଟେ ଧର୍ମେନ୍ଦ୍ର ଏତେ ଦିନୁ ଆଶା ବାନ୍ଧି ବସି ଶେଷକୁ ଶିଶୁପାଳ ହେବ ଭାବି ବିଭିନ୍ନ କଲ୍ପନା ଜଳ୍ପନା ରେ ।ଏବେ ଯାହା ହାଉ ଅନ୍ୟ ମୁଖିୟା ମାନେ ସବୁ ସମାଧାନ ହେଇ ଯାଇଛି ବୋଲି କହି ଦୁଇଜଣ ଙ୍କୁ ଚୁପ ରହିବାକୁ କହିଛନ୍ତି।

Related Post

୧୦ ବର୍ଷର ପୁରୁଣା ଆମ୍ବୁଲାନ୍ସ ଉଦଘାଟନକୁ କରିବାକୁ ନିମନ୍ତ୍ରଣ

Posted by - October 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଖିଣ୍ଡାଠାରେ NLC IL କମ୍ପାନୀ ତରଫରୁ ଆମ୍ବୁଲାନ୍ସ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା l ପରେ ଜଣା ପଡିଲା ଜେ ଆମ୍ବୁଲାନ୍ସ ଟି ଦଶବର୍ଷ ର…

ସ୍ମାର୍ଟସିଟିରେ ସ୍ମାର୍ଟ ଚୋର ,ମୋ ସାଇକେଲ ହେଇଯାଇଛି ତାଙ୍କର

Posted by - January 4, 2019 0
ଭୁବନେଶ୍ବର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବା ମୋ ସାଇକେଲ୍‌ ବ୍ୟବସ୍ଥା ଆରମ୍ଭ ହେବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ…

ଚାଇନା “ଟିକଟକ” କୁ ଟକ୍କର ଦେବ ଭାରତୀୟ “ମିଟ୍ରୋନ”

Posted by - May 28, 2020 2,247
ଭୁବନେଶ୍ବର :ଟିକଟକର ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଭାରତରେ ଏକ ସ୍ୱଦେଶୀ ଆପ୍ ଲଞ୍ଚ ହୋଇଛି। ଯାହାର ନାମ ମିଟ୍ରନ୍ ରଖାଯାଇଛି । ବିଶେଷ କଥା ହେଉଛି ବହୁ…

ସ୍ମାର୍ଟ ସିଟି ଭୁବନେଶ୍ବର ରେ ପତ୍ର ହଲିଲେ ବିଦ୍ୟୁତ୍‌ କାଟ,ଘନଉଛି ଜନ ଅସନ୍ତୋଷ

Posted by - June 15, 2021 0
ଭୁବନେଶ୍ବର : ନାଁକୁ ମାତ୍ର ସ୍ମାର୍ଟ ସିଟି ଭୁବନେଶ୍ବର। ରାଜଧାନୀବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇଦେବା ଲାଗି ଏକ ଦଶନ୍ଧି ହେଲା ଯୋଜନା ପରେ ଯୋଜନା…

ପାଲକଷଣ୍ଢା କାଳୀ ମନ୍ଦିରରେ ଅଲୌକିକ ଘଟଣା; ବିନା ବଳିତାରେ ଅନବରତ ଜଳୁଛି ଦୀପ

Posted by - January 16, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ପାଲକଷଣ୍ଢା ଗ୍ରାମ କାଳୀ ମନ୍ଦିରରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି I ସେଠାରେ ଗତ କାଲି…

There are 50 comments

  1. Pingback: 3volunteer

Leave a comment

Your email address will not be published.