ପୁରୀ: ପୁରୀରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ସଂଦିଗ୍ଧ। ସୂଚନା ଅନୁସାରେ ଜଣେ କରୋନା ସଂଦିଗ୍ଧଙ୍କୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପୁରୀରେ ଜଣେ ବିଦେଶୀ ପର୍ଯ୍ୟଟକ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ସେ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୟୁରୋପର ଲିଥୁଆନିଆର ନାବାଳିକା ଜଣଙ୍କ ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶରେ ପୀଡିତ ହୋଇଥିଲେ
ପ୍ରଥମେ ତାଙ୍କ ପରିବାର ସହ ଏକ ବେସରକାରୀ ହସ୍ପିଟାଲ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ସେହି ହସ୍ପିଟାଲ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ। ଏହାପରେ ପୁରୀ ସଦର ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଡାକ୍ତରାଣୀ କୁମୁଦିନୀ ମିଶ୍ର ଚିକିତ୍ସା କରିବା ପରେ କରୋନା ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।
Facebook Notice for EU!
You need to login to view and post FB Comments!