ଶିକ୍ଷା ଓ ଦକ୍ଷତା ବିକାଶକୁ ଚଳିତ ବଜେଟରେ ପ୍ରାଧାନ୍ୟ

1210 223

ଭୁବନେଶ୍ବର:୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌ ମାଧ୍ୟମରେ ଉପସ୍ଥାପନା କରାଯାଉଛି। ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ଉପଯୋଗୀ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଚଳିତ ବଜେଟରେ ଶିକ୍ଷା ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୪ଶହ କୋଟି, ସମଗ୍ର ଶିକ୍ଷା ଅଭିଯାନ ନିମନ୍ତେ ୩ ହଜାର ୧୫୭ କୋଟି, ମଧ୍ୟାହ୍ନ ଭୋଜନ ନିମନ୍ତେ ୮କୋଟି ଏବଂ ଏପିଜି କନେକସନ୍ ପାଇଁ ୮କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ଲୋକପ୍ରିୟ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ନିମନ୍ତେ ୪୦ କୋଟି ଟଙ୍କା ଓ ମୋ କଲେଜ ଅଭିଯାନ ନିମନ୍ତେ ୧୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ଏହାସହ ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନା ପାଇଁ ୨୩୧ କୋଟି ଟଙ୍କା ଓ ଅନୁସୂଚିତ ଜନଜାତି ଛାତ୍ରୀନିବାସ ଏବଂ ସହରାଞ୍ଚଳରେ ଛାତ୍ରାବାସ ନିର୍ମାଣ ପାଇଁ ୨୭୭ କୋଟି ଟଙ୍କାର ବ୍ୟୟବରାଦ । ସମସ୍ତ ଛାତ୍ରବୃତ୍ତି ସିଧାସଳଖ ଛାତ୍ରଛାତ୍ରୀମାନଙ୍କର ଖାତାକୁ ଡିବିଟି ପ୍ରକ୍ରିୟାରେ ପ୍ରେରଣା ପୋର୍ଟାଲ ମାଧ୍ୟମରେ ଦିଆଯାଊଉଛି । ଏଥିଲାଗି ୧ ହଜାର ୪ଶହ ୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତାରେ ପ୍ରଚଳିତ ଓଏଚଇପିଇଇ ଯୋଜନା ପାଇଁ ୧୩୦ କୋଟି ବ୍ୟୟବରାଦ କରାଯାଇଥିବାବେଳେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି ଟଙ୍କା, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ୨ଶହ କୋଟି ଟଙ୍କା ଭଳି ବିଭିନ୍ନ କ୍ଷେତ୍ରରେ ବଜେଟରେ ବ୍ୟବସ୍ଥା କରାଯାଇଛି । ,ଏସବୁ ବାଦ୍ ଦକ୍ଷତା ବିକାଶରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ୨୨୦କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।ରାଜ୍ୟ ସରକାରଙ୍କ ଧାର୍ଯ୍ୟ ୧ ଲକ୍ଷ ୨୪ ହଜାର କୋଟି ରାଜସ୍ୱ ସଂଗ୍ରହ ମଧ୍ୟରୁ ୩୮,୩୫୦ କୋଟି ସରକାରଙ୍କ ନିଜସ୍ୱ ଟିକସ ସଂଗ୍ରହ, ୧୭,୬୫୦ କୋଟିର ଅଣ-ଟିକସ ରାଜସ୍ୱ ସଂଗ୍ରହ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ୩୬ ହଜାର କୋଟି ଟଙ୍କା ରହିବ ।

ସେହିପରି କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ରାଜ୍ୟସରକାର ୩୨ ହଜାର କୋଟି ପାଇବେ ।୧ ଲକ୍ଷ ୫୦ କୋଟିର ବ୍ୟୟବରାଦ ମଧ୍ୟରୁ ପ୍ରଶାସନିକ ବ୍ୟୟ ପାଇଁ ୬୫,୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭୪ ହଜାର କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୦୦ କୋଟି ବ୍ୟୟବରାଦ କରାଯାଇଛି । ପୌରସଂସ୍ଥାଗୁଡ଼ିକୁ ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କୁ ୭୧୪୫ କୋଟି ପ୍ରଦାନ କରାଯିବ ।ରାଜ୍ୟ ସରକାର ଏଥର କୃଷି କ୍ଷେତ୍ର ପାଇଁ ୧୯୪୦୮ କୋଟି, ଶିକ୍ଷା କ୍ଷେତ୍ର ପାଇଁ ୨୨,୬୩୧ କୋଟି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୭୭୦୦ କୋଟିର ବ୍ୟୟବରାଦ କରିଛନ୍ତି । ସେହିପରି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ ୩୨୫୦ କୋଟିର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଏହି ବଜେଟରେ ୩୯୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

– ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧,୦୬୦ କୋଟି ବ୍ୟୟ ବରାଦ

– ରୁଫ୍‌ ଟପ୍‌ ଓ ଗ୍ରାଉଣ୍ଡ ଓ୍ବାଟର୍‌ ରିଚାର୍ଜ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୪୬ କୋଟି । ୧୫ ଜିଲାରେ ୧୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା ରହିଛି।

– କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫ କୋଟି
– ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭୦୦ କୋଟି
– ମିଲେଟ ମିଶନ ପାଇଁ ମୋଟ ୧୦୬ କୋଟି
– ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୨୧୧ କୋଟି
– ମାଛଚାଷ ପାଇଁ ପୋଖରୀ ଖୋଳିବାକୁ ୨୮ କୋଟି
– ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି
– ରାଜ୍ୟର ମୋଟ ଘରୋଇ ଉତ୍ପାଦ ୧୨.୨%ରୁ ୨୦.୧%କୁ ବୃଦ୍ଧି
– ରାଜସ୍ବ ଆୟ ରହିବ ୧ ଲକ୍ଷ ୨୪ ହଜାର କୋଟି। ଋଣ ବାବଦକୁ ଆସିବ ପ୍ରାୟ ୨୫ ହଜାର କୋଟି
– ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୩,୨୦୮ କୋଟି ଖର୍ଚ୍ଚ ଲକ୍ଷ୍ୟ
– ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି
– କଟକ ସହର, ଭିତରକନିକା, ସମଲେଶ୍ୱରୀଙ୍କ ପାଇଁ ବି ବ୍ୟୟବରାଦ

-ସ୍ବାସ୍ଥ୍ୟସେବା ପାଇଁ ୫ ବର୍ଷରେ ବଜେଟ ୭୭୦୦ କୋଟିକୁ ବୃଦ୍ଧି

ସେଥିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି। ସ୍ବାସ୍ଥ୍ୟ ଭିତ୍ତିଭୂମି, ଆମ୍ବୁଲାନ୍ସ ପାଇଁ ୧୬୫୨ କୋଟି। କଟକ ଏସ୍‌ସିବି ବିକାଶ ପାଇଁ ୨ ବର୍ଷରେ ୧ହଜାର କୋଟି ଖର୍ଚ୍ଚ ହେବ। ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ଲକ୍ଷ୍ୟ ରହିଛି।

-ମୋ ସ୍କୁଲ ପାଇଁ ୪୦ ଓ ମୋ କଲେଜ ପାଇଁ ୨୦ କୋଟି ବ୍ୟୟବରାଦ

-ପାଇପ ପାଣି ଯୋଗାଣ ପାଇଁ ମୋଟ ୮ ହଜାର କୋଟି ବ୍ୟୟବରାଦ
ଚଳିତ ଆର୍ଥିକ ବର୍ଷରେ ଶତପ୍ରତିଶତ ନଗରାଞ୍ଚଳକୁ ପାଇପ ପାଣି ଯୋଗାଣ ଲକ୍ଷ୍ୟ ରହିଛି। ସେହିଭଳି ୬୦% ଗ୍ରାମାଞ୍ଚଳକୁ ପାଇପ୍‌ ପାଣଇ ଯୋଗାଣ ଲକ୍ଷ୍ୟ ରହିଛି।

– ପିଏମ୍‌ଏଓ୍ବାଇ ଓ ବିଜୁ ପକ୍କା ଘଣ ପାଇଁ ୩୯୬୨ କୋଟି
-ମମତା ଯୋଜନା ପାଇଁ ୩୦୫ କୋଟି
-ମିଶନ ଶକ୍ତିରେ ଋଣ ଯୋଗାଣ ପାଇଁ ୧୫୦ କୋଟି
-ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି
-ମନରେଗା ପାଇଁ ମୋଟ ୧୫୦୧ କୋଟି
-ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି
-ଏସ୍‌ସି/ଏସ୍‌ଟି ବିକାଶ ପାଇଁ ୨୩ ହଜାର ୮୦୮ କୋଟି
-ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି
-ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି
-ସ୍ମାର୍ଟସିଟି ବିକାଶ ପାଇଁ ୨ଶହ କୋଟି
-ନୂତନ ସହର ବିକାଶ ପାଇଁ ୫୦ କୋଟି
-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୬୧୮୦ କୋଟି
-ରେଳ ଭିତ୍ତିଭୂମି ପାଇଁ ୪ଶହ କୋଟି
-ଏୟାରଷ୍ଟିପ୍‌ ନିର୍ମାଣ ପାଇଁ ୧୦୦ କୋଟି

-ଆଭ୍ୟନ୍ତରିଣ ନିରାପତ୍ତା ପାଇଁ ୫୯୭୪ କୋଟି
-ପୀଡ଼ିତ କ୍ଷତିପୂରଣ ପାଇଁ ୨୫ କୋଟି
-୨୦୨୦ ମେକ୍‌ ଇନ୍‌ ଓଡ଼ିଶା ଇପିକଲକୁ ୭ହ କୋଟି
-ଖଣି କ୍ଷେତ୍ର ପାଇଁ ୧୮୨ କୋଟି
-ଗ୍ରୀନ ମହାନଦୀ ମିଶନ ପାଇଁ ୩୧ କୋଟି
-ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୪୦୧ କୋଟି
-ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି
-କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି
-ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ୧୦୦ କୋଟି
-ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୦୦ କୋଟି
-ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟିି
-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି
-ବିଧାୟକ ଉନ୍ନୟନ ପାଣ୍ଠୀ ୩ କୋଟି ଟଙ୍କାକୁ ବୃଦ୍ଧି

Facebook Notice for EU! You need to login to view and post FB Comments!

Related Post

ସୁରଟ ଫେରନ୍ତା ଙ୍କ କାଣ୍ଡ,ଚେନ ଟାଣି ଟ୍ରେନ ରୁ ଡେଇଁ ପଳାଇ ଧରା ପଡିଲେ

Posted by - May 11, 2020 0
ଅନୁଗୋଳ:(ମହେଶ ଭୋମରାଜ )ସୁରତରୁ ପ୍ରବାସୀ ଓଡିଆଙ୍କୁ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଶ୍ରମିକ ଏକ୍ସପ୍ରେସ ନାମକ ଏକ ଟ୍ରେନ ଗୁଜୁରାଟ…

ଆମେରିକା ପାଣିପାଗ ସଂସ୍ଥା ର ପୂର୍ବାନୁମାନ,ଜାରିକଲା “ଅମ୍ଫାନ” ର ଗତି ପଥ

Posted by - May 15, 2020 1,096
ଭୁବନେଶ୍ବର :ଆସୁଥିବା ବାତ୍ୟା ସମ୍ପର୍କିତ ତଥ୍ୟ । ଭାରତୀୟ ସମୟ ଗୁରୁବାର ୧୪ ତାରିଖ  ବିଳମ୍ବିତ ରାତିରେ ଭାରତ ପାଣିପାଗ ବିଭାଗ ଏହି ବାତ୍ୟା କୁ ଏକ…

NIT ରାଉରକେଲାରେ ରାଷ୍ଟ୍ରପତି କୋବିନ୍ଦ

Posted by - March 21, 2021 0
ରାଉରକେଲା: NITରେ ରାଷ୍ଟ୍ରପତି କୋବିନ୍ଦ। NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତିଙ୍କ ସମେମ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ମୁଖ୍ୟ ଅତିଥି ଭାବେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ଗଣେଶୀଲାଲ…

ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ କିନ୍ତୁ ଉପାନ୍ତ ରେ ଜନନୀ ଯନ୍ତ୍ରଣା

Posted by - December 1, 2021 0
ମାଲକାନଗିରି :(ଅବଦୁଲ ଗନି)ଜନନୀ ସୁରକ୍ଷା ଉପରେ ସରକାରୀ ତାହାବିଲରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି।କିନ୍ତୁ ଆଜିବି ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ର…

There are 223 comments

  1. We stumbled over here from a different website and
    thought I might as well check things out.
    I like what I see so now i am following you. Look forward to finding out about your web page
    repeatedly.

  2. What i do not realize is in truth how you are now not really much
    more neatly-favored than you may be right now. You are very intelligent.
    You recognize thus considerably in terms of this
    subject, made me in my view believe it from a lot of varied angles.
    Its like women and men don’t seem to be interested except it’s one thing to do with
    Lady gaga! Your individual stuffs outstanding.
    Always handle it up!

  3. I’m not that much of a online reader to be honest but your blogs really nice, keep it up!
    I’ll go ahead and bookmark your site to come back in the
    future. Many thanks

  4. With havin so much written content do you ever run into any problems of plagorism or copyright violation? My website has a lot of completely unique content I’ve
    either created myself or outsourced but it seems a lot
    of it is popping it up all over the internet without my authorization. Do you know any techniques to help prevent content from being
    ripped off? I’d truly appreciate it.

  5. Thanks a lot for sharing this with all people you really know what you are speaking approximately!
    Bookmarked. Kindly also talk over with my web site =).

    We can have a hyperlink exchange contract
    among us

  6. Hey there I am so happy I found your site, I really found you by accident, while I was browsing on Yahoo for something else, Anyhow I am here now and would just
    like to say many thanks for a fantastic post and a all round interesting blog (I also love the theme/design), I don’t have time to read it all at the moment but I have book-marked it and also added your
    RSS feeds, so when I have time I will be back to read a great deal more, Please do keep up the superb job.

Leave a comment

Your email address will not be published.