କଟକ : ବୁର୍ଲା ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ତେଜିଲା ଜୁନିଅର ଡାକ୍ତର ସଂଘର ଅାନ୍ଦୋଳନ । ୪୮ ଘଣ୍ଟା ମଧ୍ୟରେ ଯଦି ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାନଯାଏ, ତେବେ ରାଜ୍ୟର ୩ଟି ବଡ଼ ଡାକ୍ତରଖାନାରେ କାର୍ଯ୍ୟାବନ୍ଦ ଅାନ୍ଦୋଳନ କରାଯିବ ବୋଲି ଜେଡିଏ ଚେତାବନୀ ଦେଇଛି
ନିର୍ଦ୍ଦେଶକ ପୂଜାହାରୀଙ୍କ ବହିଷ୍କାର ଦାବିରେ ହାଉସ ସର୍ଜନ, ପିଜି ଏବଂ ଅଣ୍ଡର ଗ୍ରାଜୁଏଟ୍ ସହ ସମସ୍ତ ମେଡ଼ିକାଲ ଛାତ୍ରଛାତ୍ରୀ ଅାନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜେଡିଏ। ଅାଜି କଟକରେ ଭିମ୍ସାର ସମେତ ଏସ୍ସିବି ଏବଂ ଏମ୍କେସିଜିର କନିଷ୍ଠ ଡାକ୍ତରଙ୍କ ବୈଠକ ବସିଥିଲା।ବୈଠକ ପରେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ଜୁନିୟର ଡାକ୍ତର ସଂଘ ଏହି ସୂଚନା ଦେଇଛି। ତେବେ ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Facebook Notice for EU!
You need to login to view and post FB Comments!
There are 7,309 comments