Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଅଜଣା ଗାଡ଼ି ଧକ୍କାରେ ବରିଷ୍ଠ ସାହିତ୍ୟିକ ଏବଂ ନାଟ୍ୟ ନିର୍ଦେଶକ କୁଳମଣି ସାମଲଙ୍କ ମୃତ୍ୟୁ

269 0

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଣା ଘଟିଛି। ଏକ ଅଜଣା ଗାଡ଼ିର ଧକ୍କାରେ ଜଣେ ବରିଷ୍ଠ ସାହିତ୍ୟିକ ଏବଂ ନାଟ୍ୟ ନିର୍ଦେଶକଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ଯାଜପୁର ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ନାଟ୍ୟ ନିର୍ଦେଶକ କବି ଗୌରବ କୁଳମଣି ସାମଲ ନିଜର ସ୍କୁଟି ଯୋଗେ ତାଙ୍କ ଗ୍ରାମ ବାହାଦୂରନଗରରୁ ଚଣ୍ଡିଖୋଲ ଆଡ଼କୁ ଯାଉଥିଲେ। ସେ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ବାଇପାସ୍ ନିକଟରେ ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।

ଏହାଫଳରେ କୁଳମଣି ସାମଲ ତଳେ ପଡ଼ିଯାଇଥିଲେ। ଏହା ଦେଖି ଲୋକେ ତାଙ୍କ ନିକଟକୁ ଧାଇଁ ଆସିଥିଲେ, ହେଲେ ସେତେବେଳକୁ କୁଳମଣି ସାମଲଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେଣେ ଦୁର୍ଘଟଣା ଘଟାଇବା ପରେ ଅଜଣା ଗାଡ଼ିଟି କେଉଁଆଡ଼େ ଉଭାନ ହୋଇଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।

Related Post

ଦ୍ୱାରିକା ଦାସ ହତ୍ୟା ଘଟଣା ପ୍ରକୃତ ହତ୍ୟାକାରୀକୁ ଗିରଫ ଦାବିରେ ମୃତକ ପରିବାରର ଧାରଣା, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

Posted by - May 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କେନ୍ଦୁଡଙ୍ଗରୀ ଗ୍ରାମର ବହୁଚର୍ଚ୍ଚିତ ଦ୍ୱାରିକା ଦାସ ହତ୍ୟା ଘଟଣାରେ ପୋଲିସ ତିନିଜଣ…

ଟିଉସନ ଯାଇ ଘରକୁ ପେଂରିଲେନି ନବମ ଶ୍ରେୀଣୀ ଛାତ୍ରୀ

Posted by - November 5, 2019 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଟିଉସନ ଯାଇ ଘରକୁ ପେଂରିଲେନି ନବମ ଶ୍ରେୀଣୀ ଛାତ୍ରୀ । ନାବାଳିକାଙ୍କୁ ଅପହରଣ କରି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର…

ଅନାଥ ପିଲା ଙ୍କୁ ଥଇଥାନ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସରେ ରଣନୀତି ପ୍ରସ୍ତୁତି

Posted by - June 22, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ଆଗରୁ ଅନେକ ନଜିର ରହିଛି ଯେ ,ଯେତେବେଳେ କୌଣସି ବିପର୍ଯ୍ୟୟ ଆସେ ତାହାର ପରବର୍ତ୍ତୀ ସମୟରେ ଦାଦନ ଓ ବାଲ୍ୟବିବାହ ଭଳି…

ଗାନ୍ଧୀ ଜୟନ୍ତୀ ଅବସରରେ “ସେବା” ପକ୍ଷରୁ ରକ୍ତଦାନ ଶିବିର, ୨୩ ୟୁନିଟ ରକ୍ତ ସଂଗୃହିତ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )୧୫୨ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଆଜି ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବା” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l…

ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମଦନ ମୋହନ ଜେନାଙ୍କର ପରଲୋକ

Posted by - September 26, 2020 0
ଯାଜପୁର: ଜିଲ୍ଲାର ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ବାବଲପୁରସ୍ଥ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମଦନ ମୋହନ ଜେନାଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଅଛି।ସେ ଦୀର୍ଘଦିନ ଧରି କରୋନା ରୋଗରେ ଆକ୍ରାନ୍ତ…

Leave a comment

Your email address will not be published.