ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାରାଦେଶରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତି ଉତ୍ସବ ପାଳନ କରାଯାଉଥିବା ବେଳେ ଯାଜପୁରରେ ଅନୁଷ୍ଠିତ ହୋଇଥିଲା ଏକ ନିଆରା କାର୍ଯ୍ୟକ୍ରମ । ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ଗାନ୍ଧୀବାଦର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଖବର କାଗଜସଂଗ୍ରାହକ ଅଶୋକ ସାହୁଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଖବରକାଗଜ ପ୍ରଦର୍ଶନି
ଯାଜପୁର ବିରଜା ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ପ୍ରଦର୍ଶନକୁ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୁତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିିଥିଲେ । ଏହି ପ୍ରଦର୍ଶନିରେ ଗାନ୍ଧୀଙ୍କ ସଂପର୍କରେ ପ୍ରକାଶିତ ଦେଶ ଓ ବିଦେଶର ବିଭିନ୍ନ ଖବରକାଗଜ ପ୍ରଦର୍ଶିତ ହୋଇଥିଲା । ଏହି ଖବରକାଗଜ ପ୍ରଦର୍ଶନି ପଂଳରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ବେଶ କିଛି ଗାନ୍ଧୀଜିଙ୍କ ସପଂର୍କରେ ଜାଣିବାକୁ ପାଇଥିଲେ ।
Facebook Notice for EU!
You need to login to view and post FB Comments!