ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

154 0

ବୌଦ୍ଧ 🙁 ଚିତ୍ତରଂଜନସିଂ) ହରଭଙ୍ଗାବ୍ଲକ ସ୍ଥିତ କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେବା ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ବିଇଓ ଦେବରାଜ ପ୍ରଧାନ, ପୁରୁଣାକଟକ ନୋଡାଲ ୟୁପି ସ୍କୁଲ ଶିକ୍ଷୟତ୍ରୀ ପଦ୍ମଳୟା ଦାସ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମିନା କୁମାରୀ ପାତ୍ରଙ୍କୁ ପୁରୁଣାଟକ କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଉମାଶାଙ୍କର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଏବିଇଓ ସ୍ୱରାଜ କହଁର, ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି ଫୁଲଚନ ନାୟକ, ବରିଷ୍ଠ ଶିକ୍ଷକ ସାଧୁ ଚରଣ ଦେହୁରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରଞ୍ଜନ କୁମାର ସାମଲ ବକ୍ତବ୍ୟ ପ୍ରଦାନ କରିଥିଲେ। ଅବସର ଗ୍ରହଣ କରିଥିବା ଅଧିକାରୀ ଏବଂ ଶିକ୍ଷୟତ୍ରୀ ମାନେ ନିଜ ଦୀର୍ଘ ଚାକିରୀ ଜୀବନର ଅଭିଜ୍ଞତା ବର୍ଣନା କରିଥିଲେ। ଶିକ୍ଷକ ମାନଙ୍କ ତରଫରୁ ବିଦାୟୀ ଶିକ୍ଷାଧିକରୀ ଏବଂ ଶିକ୍ଷୟିତ୍ରୀ ଦ୍ୱୟଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ ରଣା ମଂଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ବୌଦ୍ଧ ଜ଼ିଲ୍ଲା ରେ ପୁଣି 190 ଟି ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜ଼ିଲ୍ଲାପାଳ

Posted by - January 16, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜ଼ିଲ୍ଲା ରେ ବାଲ୍ୟ ବିବାହ ନିଷେଧ କରିବା ଓ କିଶୋର ବାଳକ ବାଳିକା ସଶକ୍ତି କରଣ କାର୍ଯ୍ୟକ୍ରମ ର ଅଂଶବିଶେଷ ଭାବେ ପୁଣି…

ବରପାଲି ମହିଳା ମହବିଦ୍ୟାଳୟର ସ୍ନାତକ ଛାତ୍ରୀଙ୍କ ସଫଳତା

Posted by - September 9, 2021 0
ବରଗଡ:ବରଗଡ ଚଳିତ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଫଳାଫଳ ଘୋଷଣା ପରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳି…

ଟିଟିଲାଗଡ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା

Posted by - March 26, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି, ଏଥିରେ ୧୪୭ ଖଣ୍ଡ ଭୋଟ ମଧ୍ୟରୁ ୯୮ ଖଣ୍ଡ ଭୋଟ ପାଇ ସହରର ବରିଷ୍ଠ ଓକିଲ…

ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଆୟୋଜିତ

Posted by - December 19, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ଜିଲ୍ଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆସନ୍ତା 17 ଡିସେମ୍ବରରୁ 19 ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଆୟୋଜିତ…

ଟିଟିଲାଗଡ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ପାଇଁ ବିକ୍ଷୋଭ ପ୍ରଦର୍ଶନ

Posted by - February 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଛାତ୍ରକ୍ରିୟାନୁଷ୍ଠାନ କମିଟି ତରଫରୁ ଚଳିତବର୍ଷର ଯୁକ୍ତଦୁଇ ବୋର୍ଡ଼ ପରୀକ୍ଷା ବାତିଲ ଦାବି ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏଥିରେ…