ହରଭଙ୍ଗା (ଚିତ୍ତରଞ୍ଜନସିଂ). ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହlଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫୭ନମ୍ବର ଜାତୀୟ ରାଜପଥ ଉପରେ କଖାରୁ ବୋଝେଇ ଟ୍ରକ କୁ ପିଟିଲା ଅଜଣା ଗାଡି । ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ପୁଅ ଗୁରୁତର । ଗୁରୁତର ଙ୍କୁ ବୌଦ୍ଧ ଚିକିତ୍ସାଳୟ କୁ ସ୍ଥାନାନ୍ତର । ଘଟଣା ସ୍ଥଳ ରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ରେ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ଏକ କଖାରୁ ବୋଝେଇ ଟ୍ରକ କୁ ଧକା ଦେଇଥିଲା ଅଜଣା ଗାଡି । ଯାହାଫଳରେ ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ ପୁଅ ଗୁରୁତର ଆହତ ହୋଇଥିଲେ ।

ପରେ ସ୍ଥାନୀୟ ଲୋକ ଚାରିଛକ ଦମକଳ ବିଭାଗ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଆହତ ଙ୍କୁ ଟ୍ରକ ରୁ ବାହାର କରିଥିଲା ଓ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଟ୍ରକ ଟି ନବରଙ୍ଗପୁର ରୁ କଖାରୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି ।