୦ଥର ପାଇଁ ରକ୍ତଦାନ କରି ଆନନ୍ଦିତ: ଅଧ୍ୟାପକ ମୋହନ ଚରଣ ବିଷି
ଧର୍ମଗଡ଼: ୨୦/୧୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବେହେରା ରେ ଯୁବ ଓଡିଶା ନଵୀନ ଓଡ଼ିଶା ନୂଆ- ଓ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକଳାପ ବିଭାଗ ଅନ୍ତର୍ଗତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି।

ରକ୍ତଦାନ ସାମାଜିକ ସଂକଳ୍ପ ହେଉ,ରକ୍ତଦାନର ସଂପର୍କ ଅନ୍ତଃକରଣ ପବିତ୍ର କରେ,ଆମ ଶରୀରରେ ପ୍ରବାହିତ ରକ୍ତ ସମାଜର ବିଭିନ୍ନ ବର୍ଗଙ୍କର ତ୍ୟାଗର ଫଳ ଅଟେ କାରଣ ଆମେ ସମସ୍ତେ ସ୍ୱୟଂ ସଂପୂର୍ଣ୍ଣ ନୁହେଁ। ଦୈନନ୍ଦିନ ଜୀବନରେ ଅନେକଙ୍କ ସହଯୋଗର ଆମ ଜୀବନର ଗତି। ଏଣୁ ରକ୍ତଦାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଦ୍ବାରା ମନରେ ଅଫୁରନ୍ତ ଆନନ୍ଦ ଓ ଅବ୍ୟକ୍ତ ଖୁସି ମିଲିଥାଏ ବୋଲି ପଚାଶ ଥର ପାଇଁ ରକ୍ତଦାନ କରିଥିବା ରକ୍ତଦାତା ଯୁବରେଡକ୍ରସ ପରାମର୍ଶଦାତା, କାଳୀକୃଷ୍ଣ ସଂଘର ସଂପାଦକ,ସୁ ଲେଖକ,ସ୍ତମ୍ଭକାର ତଥା ଲଖିରାମ ଅଗ୍ରୱାଲ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବିଷି କହିଛନ୍ତି।

ରକ୍ତଦାନ କରିବା ପାଇଁ ନିଜ ପିତାମାତା, କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସ୍ବାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ପରୋପକାର ଶିକ୍ଷା ତଥା ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ପ୍ରେରଣା ଏବଂ ସାମାଜିକ ଦାୟିତ୍ୱ ବୋଧ ପାଇଁ ୫୦ଥର ରକ୍ତଦାନ କରିଛି ବୋଲି କହିଛନ୍ତି। କଲେଜର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ପଞ୍ଚାୟତ  କଲେଜ ଧର୍ମଗଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ରାଓ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ କଲେଜ ଧର୍ମଗଡ ର ଅଧ୍ୟାପକ ଲିଙ୍ଗରାଜ ପାତ୍ର, ମାନସ ପଣ୍ଡା, ବେହେରା ଷ୍ଟେଟବ୍ୟାଙ୍କ ମ୍ୟାନେଜର ଜଗତରାମ ମାଝୀ, କାର୍ଯ୍ୟକ୍ରମର ନୋଡାଲ ଅଫିସର ରଞ୍ଜନ କୁମାର ପଣ୍ଡା, ଦଣ୍ଡପାଟ ଯୁବ ସେବା ସଂଗଠନର ସଭାପତି ରଜତ ବଂଶଲ, ଉପସଭାପତି ତ୍ରିଲୋକନାଥ ସିଂ, ଦଣ୍ଡପାଟ ଧନୁଯାତ୍ରା କମିଟି ସଭାପତି ବାଳକୃଷ୍ଣ ବିଷି,ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବେହେରା ଡାକ୍ତର ଶୁଭଲକ୍ଷ୍ମୀ ରାଉତ, ଷ୍ଟାପ ନର୍ସ ନମ୍ରତା ପ୍ରଧାନୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଵାଵେଳେ । ଧର୍ମଗଡ଼ ରକ୍ତଭଣ୍ଡାର ଲାଇଵଟ୍ରରୀ,ଟେକନିସିଆଲ ଉମାଶଙ୍କର ମାଳି, ନିର୍ଗମ ଗୋପାଳ, କୃତିବାସ ଦଣ୍ଡସେନା, ପରମେଶ୍ବର ସୁନାନୀ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।