ମୁନିଗୁଡା : (ରମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମ ନବମୀ ଧୁମ ଧାମରେ ପାଳନ ହେଉଥିବା ବେଳେ ମୁନିଗୁଡା, ଅମ୍ବାଦଳା ସହରରେ ଧୁମ୍ ଧାମରେ ଶ୍ରୀରାମ ନବମୀ ଉତ୍ସବ ପାଳନ ହୋଇଯାଇଛି। ଆଜି ଅମ୍ବାଦଳା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ଭିକାରୀ ନାହାକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି ରାମ ନବମୀ କାର୍ଯ୍ୟକ୍ରମରେ ଶତାଧିକ ସନାତନି ହିନ୍ଦୁ ଭାଇ ମାନେ ଏକତ୍ରିତ ହେବା ସହ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପଞ୍ଚବଟୀ ହନୁମାନ ମନ୍ଦିର ହୋଇ ଅମ୍ବାଦଳା ବଡସାହି, ପାଇକ ସାହି ଦେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ ।

ସେଠାରେ ସମସ୍ତ ଭାଇ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେହିପରି ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ମଧ୍ୟ ଶ୍ରୀରାମ ନବମୀ ଧୁମ ଧାମରେ ପାଳନ ହୋଇଯାଇଛି, ଅମ୍ବାଦଳା ପାଇକାସହି ଶ୍ରୀରାମ ଛକ ନିକଟରେ ଉକ୍ତ ଉତ୍ସ୍ରବ ପାଳନ ହୋଇଯାଇଛି। ବିଜେପି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରମେଶ ସାମନ୍ତ, ଗୌର ମହାନ୍ତି, ରବିନ୍ଦ୍ର ବିଶ୍ୱାଳ, ଲବ ପାଢ଼ୀ, ଡମ୍ବୁର ହଂସ, ତପନ ବିଶ୍ୱାଳ, ପିଣ୍ଟୁ ମହାନ୍ତି, ଲାଲା ମହାନ୍ତି, ସନ୍ତୋଷ ବେହେରା, ବଂଶୀ ଭାଇ, ଅଶୋକ ପୂଜାରୀ, ରାମ ପାଲକା, ଗୋବିନ୍ଦ ସୁନା, ପୂର୍ଣ୍ଣ ଚନ୍ଦ୍ର ଘଣ୍ଟ, ହରେ କୃଷ୍ଟ ବେହେରା, ହରେନ୍ଦ୍ର ଗୌଡ, ସନ୍ତୋଷ ସାହୁ ପ୍ରମୁଖଙ୍କ ସମେତ ମୁନିଗୁଡା, ଅମ୍ବାଦଳା ଅଞ୍ଚଳରୁ ଶତାଧିକ ସନାତନି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।