କେସିଙ୍ଗା:  (ପ୍ରୀତେଶ ପଟେଲ) ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ରାମ ଭକ୍ତ କି ଟୋଲି ଓ ଅନ୍ୟାନ୍ୟ ରାମ ଭକ୍ତ ସଂଗଠନ ପକ୍ଷରୁ ମହା ଆଡମ୍ବରରେ ରାମନବମୀ ପାଳିତ ହୋଇ ଯାଇଛି।ରାମ ନବମୀ ପାଇଁ ୧୦ ଦିନ ଆଗରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଯାଇଥିବା ବେଳେ ସହରକୁ ସୁନ୍ଦର୍ ଭାବରେ ସଜାଯାଇଛି। ସହର ରେ ଚାରିଆଡ଼େ ଶ୍ରୀ ରାମ ଙ୍କ ପତକା ଓ ଭଗୁଆ କଲରର ଝାଳର ଦେଖିବାକୁ ମିଳିଥିଲା |

ପ୍ରଥମେ ସକାଳ ୬ ଘଣ୍ଟା ସମୟରେ ହରି ମଣ୍ଡଳୀ ତରଫରୁ ଶ୍ରୀ ରାମ ଧୁନ୍ ସହ ସହର ପରିକ୍ରମା କରିଥିଲେ ଓ ୯ ଘଣ୍ଟା ସମୟରେ ରାମ ଉକ୍ତ କି ଟୋଲି ଙ୍କ ତରଫରୁ ବଲାଙ୍ଗୀର ଛକ ହରିଓମ୍ କମ୍ପ୍ଲେକ୍ସ ସ୍ଥିତ ଶ୍ରୀ ହନୁମାନ ମନ୍ଦିରରୁ ଏକ ବିରାଟ ମଟର ସାଇକଲ ରେଲୀ ସହର ପରିକ୍ରମା କରିଥିଲା ଓ କେସିଙ୍ଗା କୈବର୍ତ୍ତ ସମାଜ ପକ୍ଷରୁ ମଧ୍ୟ ଏକ ଶୋଭାଯାତ୍ରା କରାଯାଇଥିଲା | ପରେ ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଲାଙ୍ଗୀର ଛକ ସ୍ଥିତ ହରି ଓଁ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ବାହାରିଥିଲା।

ସହରର ଅଗଣିତ ହଜାର ହଜାର ସଂଖ୍ୟା ରେ ରାମ ଭକ୍ତ ଏହି ବିଶାଳ ରେ ଯୋଗଦେଇ ପ୍ରଭୁ ଶ୍ରୀରାମ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। କେସିଙ୍ଗା ପ୍ରତେକ ସମାଜ ଓ ସଙ୍ଗଠନ ପକ୍ଷରୁ ରେଲୀ ରେ ଯୋଗ ଦେଇଥିବା ସମସ୍ତ ରାମ ଭକ୍ତ ଙ୍କ ପାଇ ଥଣ୍ଡା ସରବତ ର ସୁବ୍ୟବସ୍ଥା କରାଯାଇଥିବା ବେଳେ ସହରର ଭାରତୀୟ ଜନତା ପାର୍ଟି ପକ୍ଷରୁ ପଶୁ ଡାକ୍ତରଖାନା ପାଖରେ ପାନୀୟ ଜଳ ସହିତ ସର ବତ ବ୍ୟବସ୍ତା ଭକ୍ତ ଙ୍କ କ୍ଳାନ୍ତ ଦୂର କରିଥିଲା ।

ପରେ ରାତ୍ରି ୮ ଘଣ୍ଟା ସମୟରେ ହରିଓଁ କମ୍ପ୍ଲେକ୍ସ ଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଶ୍ରୀ ରାମ ଙ୍କ ଚାରି ଫୁଟ୍ ର ମୂର୍ତ୍ତୀ | ଭିଡ କୁ ଦୃଷ୍ଟି ରେ ରଖି ସ୍ଥାନୀୟ ପୋଲିସ ପକ୍ଷ ରୁ ସମସ୍ତ ଛକ ମାନଙ୍କରେ ପୋଲିସ ମୁତୟନ କରାଯାଇ ଥିବା ବେଳେ ନିଜେ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଠିଆ ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖାଯାଇ ଥିଲା।