ବେଲଗୁଣ୍ଠା: ( ସୁଶାନ୍ତ କୁମାର ବେହେରା )ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୀତିକ ଉଷ୍ଣତା ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷିରେ ସୋରଡା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଟି ବବିତା କୁମାରୀଙ୍କ ବିଜେଡି ଦଳରୁ ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏଥି ସହ ବହୁ ପୂର୍ବତନ ୱାର୍ଡ ମେମ୍ବର ସମେତ ବହୁ କର୍ମୀ ମଧ୍ୟ ବିଜେଡି ଦଳ ଛାଡି ଅନ୍ୟ ଦଳକୁ ଯିବାକୁ ଅଣ୍ଟା ଭିଡି ଥିବା ଜଣା ପଡିଛି ।

ଆଜି ଟି.ବବିତା ଓ ତାଙ୍କ ସ୍ୱାମୀ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ସାମ୍ବାଦିକ ମାନଙ୍କ ସମ୍ମୁଖରେ ବୟାନ ଦେଇଥିବା ବେଳେ ବିଜ୍ଞାପିତ ଅଞ୍ଚଳରେ କିପରି ଅଫିସରମାନେ ଦୂର୍ନୀତି ସହ ରାଜନୀତିକ ଅଭିସନ୍ଧି ରଖି ସହଯୋଗ କରୁନଥିବା ଦର୍ଶାଇ ଛନ୍ତି। ବିଭିନ୍ନ ଉଦଘାଟନ କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷାଙ୍କୁ ନ ଡାକି ଅଣ ଦେଖା କରିବା ତଥା ବିଭିନ୍ନ ଟେଣ୍ଡରକୁ ବିନା ନୋଟିସରେ ଶାସକ ବିଜେଡି ଦଳ ଅଫିସର ମାନଙ୍କୁ ଧରି କାର୍ଯ୍ୟ କରୁଥିବା କଥା ପ୍ରକାଶ କରିଥିଲେ।ବେଲଗୁଣ୍ଠ ବ୍ଲକ ରେ ବିଜେଡି ଦଳର ମନୋମୁଖୀ ଶାସନ ସହ ଦଳୀୟ ବିଶୁଙ୍ଖଲଳା ଯୋଗୁଁ ବହୁ ବିଜେଡି କର୍ମୀ ଆଗାମୀ ଦିନରେ ଦଳ ତ୍ୟାଗ କରିବେ ବୋଲି ଉପାଧ୍ୟକ୍ଷାଙ୍କ ସ୍ବାମୀ ଲିଙ୍ଗରାଜ ପାତ୍ର ଯୁକ୍ତି ବାଢ଼ିଥିଲେ

ଆଜି ବେଲଗୁଣ୍ଠା ଉପାଧ୍ୟକ୍ଷାଙ୍କ ବାସ ଭବନରେ ପ୍ରେସମିଟରେ ଉପାଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ତଥା ପୂର୍ବତନ ୱାର୍ଡ ସଭ୍ୟ ସିଏଚ ଲିଙ୍ଗରାଜ ପାତ୍ର ସରକାର ନାରୀକୁ ସମ୍ମାନ ଦେବା ନାମରେ ଅପମାନ ଦେଉଛନ୍ତି ବୋଲି ପ୍ରକାଶ କରିବା ସହ ଆଗାମୀ ଦୁଇ ଦିନ ମଧ୍ୟରେ ଅନ୍ୟ ଦଳକୁ ଯିବା ସୂଚନା ଦେଇଥିଲେ।ସୂଚନା ଅନୁସାରେ ଦିନକୁ ଦିନ ବେଲଗୁଣ୍ଠ ବ୍ଲକରେ ଦଳୀୟ ଅସନ୍ତୋଷ ଦେଖା ଦେଇଥିବା ବେଳେ, ମାନ୍ୟବର ବିଧାୟକଙ୍କୁ ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟକ୍ରମ ଠିକ ରେ ନ କରିବା ଯୋଗୁଁ ଶାସକ ବିଜେଡି ଦଳ ପାଇଁ ଆଗାମୀ 2024 ସାଧାରଣ ନିର୍ବାଚନରେ ଗୋଟାଏ ପ୍ରକାର ଚାଲେଞ୍ଜ ସୃଷ୍ଟି ହେବ ବୋଲି ଇସ୍ତଫା ଦେଇଥିବା ଦଳୀୟ କର୍ମୀମାନେ ପ୍ରକାଶ କରିଥିଲେ I