କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଆଜି ଏକ ପ୍ରେସ ମିଟ ସମୟରେ ଚୋରି ଅଭିଯୋଗ ରେ ଦୁଇ ଅଭିଯୁକ୍ତ ଙ୍କର ପର୍ଦାଫାସ କରିଛି । ଅଞ୍ଚଳ ରେ ଏକାଧିକ ଚୋରି ଅଭିଯୋଗ ଘଟଣା କୁ ନେଇ ଏକପ୍ରକାର ପୋଲିସ ର ନିଦ ହଜେଇଦେଇଥିବା ବେଳେ କାଶୀପୁର ଥାନା ପୋଲିସ କୁ ଆଜି ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି ।

ପ୍ରକାଶ ଥାଉକି ଚଳିତ ମାସ ୧୧/୪ ଦିନ ବିଳମ୍ବିତ ରାତିରେ କାଶୀପୁର ଥାନା ଅନ୍ତର୍ଗତ କୁମ୍ଭାରସିଲ୍ଲା ଗ୍ରାମର ଜଣେ ତେଜରାତି ଦୋକାନ ରେ ରେ କିଛି ଦୁର୍ବୁତ୍ତ କବାଟ ଭାଙ୍ଗି କିଛି ଦୋକାନ ସାମଗ୍ରୀ ସହ ଡ୍ର ରେ ଥିବା ଟଙ୍କା ଚୋରି କରି ଫେରାର ହେଇଯାଇଥିଲେ । ଏସଙ୍କ୍ରାନ୍ତ ରେ ଦୋକାନ ମାଲିକ କାଶୀପୁର ଥାନା ରେ ୧୨/୪ତାରିଖ ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ଥାନା ପକ୍ଷରୁ ଇନ୍ସପେକ୍ଟର ପି କେ ସ୍ୱାଇଁ ଓ ତାଙ୍କ ଟିମ ଲଗାତାର ଅଭିଯୁକ୍ତ ଙ୍କର ସନ୍ଧାନ ରେ ଲାଗିପଡିଥିଲେ ।

ବୁଧବାର ସକାଳେ ପର୍ଯ୍ୟାପ୍ତ ସନ୍ଧାନ ପାଇ ଉକ୍ତ ଘଟଣାରେ ସଂପୃକ୍ତ ଥିବା ଜଣଙ୍କୁ କୁମ୍ଭାରସିଲ୍ଲା ଗାଁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଏକ ଅଭିଯୁକ୍ତ ଙ୍କୁ ରାୟଗଡା ଠାରୁ ଗିରଫ କରିଛି ପୁଣି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ଗିରଫ ବେଳେ ଉଭୟ ଠାରୁ ୬୨୦୦ଟଙ୍କା ସହ ଦୁଇଟି ମୋବାଇଲ ଓ ଗୋଟିଏ ଗାଡି ଜବତ କରିଥିବାବେଳେ ଉଭୟ ଙ୍କ ନାଁ ରେ କାଶୀପୁର ପୋଲିସ ପକ୍ଷରୁ ମାମଲା ୯୦/୨୦୨୪ ୪୫୭/୩୮୦ ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରୀ ପ୍ରଶ୍ନ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।