ଧର୍ମଗଡ଼ ତା: ୧୪/୪(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ହୋଟେଲ୍ ରାଜ ସଭାଗୃହ ଠାରେ ଵୁଥ ବିଜୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରଭାରୀ ରମେଶ ସାହୁ, ଜିଲ୍ଲା ନିର୍ବାଚନ ପ୍ରଭାରୀ ଶିବ ପ୍ରସାଦ ମୁଣ୍ଡ, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମହାରାଣୀ ମାଳିକା ଦେଓ, ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଷୀ, ଵରିଷ୍ଟ ନେତା ରବିନ୍ଦ୍ର ପାଟ୍ଟଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ,ଧର୍ମଗଡ଼ ବିଧାନସଭା ପ୍ରଭାରୀ ସତ୍ୟ ନାରାୟଣ ଵେହେରା, ବିଧାନସଭା ସଂଯୋଜକ ମନିନ୍ଦ୍ର ଭୁଷଣ ପାତ୍ର, ଵରିଷ୍ଟ ନେତା ଶିଶୁ ଦେଵ ମୁଣ୍ଡ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ରାଜ୍ୟ କୃଷି ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ,ପୂର୍ବତନ ରାଜ୍ୟ ଓଵିସି ମୋର୍ଚ୍ଚା ସଂପାଦକ ଜନ୍ମେଜୟ ନାଏକ, ଘନଶ୍ୟାମ ଅଗ୍ରୱାଲ, ଜଗବନ୍ଧୁ ମିଶ୍ର, ଛତିଶଗଡ଼ ଯୁବ ମୋର୍ଚ୍ଚା ପ୍ରଭାରୀ ଦୀପ ଜ୍ୟୋତି ମୁଣ୍ଡ, ରାଜ୍ୟ ମହିଳା ମୋର୍ଚ୍ଚା ସଭ୍ୟା କୁନ୍ତି ପାଳ ସମେତ ସମସ୍ତ ମଣ୍ଡଳ ସଭାପତି ମଞ୍ଚାସିନ ଥିବା ବେଳେ ଉପସ୍ଥିତ ଥିବା ସମସ୍ତ ଵୁଥ ସଭାପତି ମାନଙ୍କୁ ନିର୍ବାଚନ କିପରି ଲଢିବା ସେହି ବିଷୟ ରେ ମୁଖ୍ୟ ଅତିଥି ମାନେ ଉପସ୍ଥିତ ଥିବା ସମସ୍ତ ଵୁଥ ସଭାପତି ମାନଙ୍କୁ ପୁଖାନୁ ପୁଖାନ ବିଷୟରେ ବୁଝାଇଥିଲେ।

ମଞ୍ଚକୁ ଵହୁତ ସୁନ୍ଦର ଭାବରେ ଜିଲ୍ଲା ଉପସଭାପତି ଶ୍ରୀ ଵାଗ ପରିଚାଳନା କରିଥିବା ବେଳେ ଉପସ୍ଥିତ ଥିବା ସମସ୍ତ ଅତିଥି ଏଵଂ କାର୍ଯ୍ୟ କର୍ତ୍ତା ମାନଙ୍କୁ ଧର୍ମଗଡ଼ ନିର୍ବାଚନ ସଂଯୋଜକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।