ହରଭଙ୍ଗା :୧୬/୧୨( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ଠାରେ ଆଜି ଅଚଂଲ ର ୫୪ ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧା ଙ୍କୁ ରାୟପୁର ତଥା ବୌଦ୍ଧ ଜିଲ୍ଲାର ବିଶିଷ୍ଠ ସମାଜସେବୀ ମାତାଦିନଲାଲ ଅଗ୍ରୱାଲା ସ୍ତ୍ରୀ ଗୋଦାବରୀ ଅଗ୍ରୱାଲା ଓ ପୁଅ ଅଶୋକ ଅଗ୍ରୱାଲା ଙ୍କ ତରଫରୁ ମାଗଣା କମ୍ବଲ ବଣ୍ଟନ କରାଯାଇଥିଲା।

ମାତାଦିନଲାଲ ଅଗ୍ରୱାଲା ଙ୍କ ଭାଇ ତଥା ପୁରୁଣା କଟକ ର ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମ୍ବଲ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ତଥା ଜନକଲ୍ୟାଣ ପରିଷଦ ର ଅଧ୍ୟକ୍ଷ ପ୍ରଦିପ୍ତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜନକଲ୍ୟାଣ ପରିଷଦର ସଂପାଦକ ବସନ୍ତ କୁମାର ବେହେରା, ଅନ୍ୟତମ ଅତିଥି ଭାବେ ବ୍ୟବସାୟୀ ଦିନବନ୍ଧୁ ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଗିରୀଜା ଶଙ୍କର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆୟୋଜକ ରାଧେଶ୍ୟାମ ଅଗ୍ରୱାଲା ତାଙ୍କର ଭାଇ ଦୀର୍ଘ ବର୍ଷ ହେବ ଏପରି ଭାବେ ସମାଜରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ବିଭିନ୍ନ ସମୟରେ ଭତ୍ତା, କମ୍ବଲ, ତୀର୍ଥଯାତ୍ରୀ ଆଦି ଦାନପୂଣ୍ନ କରନ୍ତି। ମୁଖ୍ୟ ଅତିଥି ପ୍ରଦିପ୍ତ କୁମାର ସାହୁ ପ୍ରମୁଖ ଆସିଥିବା ୫୪ ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧା ଙ୍କୁ କମ୍ବଲ ବଣ୍ଟନ କରିଥିଲେ।