ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଶ୍ରୀଜଗନ୍ନାଥ ନାଟ୍ୟସଂସଦ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ବ୍ରତାଚାରୀଙ୍କ ଦ୍ଵାରା ନାଟ୍ଯାଭିନୟ ମାଧ୍ଯମରେ ଚଉଦଦିନ ଧରି ପାଳିତ ହୋଇ ଆଜି ଉଦଯାପିତ ହୋଇଯାଇଛି। ପ୍ରତିଦିନ ଦିନବେଳା ପୁରାଣ ପଠନ ଓ ସଂଧ୍ୟାରେ ନାଟକ ପରିବେଷଣ ହୋଇଥିଲା।
ରାମଜନ୍ମ, ଶିବଧନୁ ଭଗ୍ନ, ସୀତା ବିବାହ,ରାମ ବନବାସ, ସୀତା ଚୋରୀ, ସୀତାଠାଵ, ଲଙ୍କାପୋଡ଼ି,ସେତୁବନ୍ଧ ପ୍ରତିଷ୍ଠା, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ତରଣୀସେନ ବଧ, ମହୀରାବଣ ବଧ, ରାବଣ ବଧ ସହ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ ଓ ରାମାଭିଷେକ ପରେ ଶ୍ରୀରାମଲୀଳା ଉଦଯାପିତ ହେଲା।
ପ୍ରତି ସଂଧ୍ୟାରେ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନାଟକ ଉପଭୋଗ କରୁଥିଲେ। ଉକ୍ତ ନାଟ୍ୟୋତ୍ସବରେ ମ୍ୟାନେଜର ଫକିର ରଣାଙ୍କ ନେତୃତ୍ଵରେ ୧୪ ଦିନ ଧରି ଚାଲିଥିବା ସ୍ଥଳେ ସଂପାଦକ ଅଶୋକ ଦେହୁରୀ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ।