କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଆଜି ନିର୍ବାଚନୀ ମୈଦାନ ର ମୁଖ୍ୟ ସ୍ଥଳୀ ପାଲଟିଥିବା ଦେଖିବା କୁ ମିଳିଛି । କାଶୀପୁର ରେ ଆଜି ସପ୍ତହିକ ବଜାର ରହିଥିବାବେଳେ ବିଏସପି ର ହଜାର ହଜାର ପ୍ରେମୀ ଙ୍କ ସମାଗମ ରେ ଏକ ବିଶାଳ ପଟୁଆର ରେ ବାହାରି ସ୍ଥାନୀୟ ହାଟପଦାରୁ ଆରମ୍ବ କରି ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ ।ଚଳିତ ସାଧାରଣ ନିର୍ବାଚନ ହାତଗଣତି କେତେଦିନ ବାକି ରହିଥିବା ବେଳେ ଦିନକୁ ଦିନ ଏହାର ଉଷ୍ଣତା ରାୟଗଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଶୀପୁର ଅଞ୍ଚଳରେ ବେଶ ଦେଖିବାକୁ ମିଳୁଛି । ନିର୍ବାଚନ ସମୟରେ କାଶୀପୁର ଭୋଟର ଙ୍କର ଭୂମିକା ପ୍ରମୁଖ ରହିଆସୁଥିବାବେଳେ ପ୍ରାୟ ରାଜନୈତିକ ଦଳର ନଜର ଏବେ କାଶୀପୁର ବ୍ଲକ ରେ ପଡି ରହିଛି ।

ଏହିକ୍ରମ ରେ ଆଜି ବିଏସପି ଦଳ ପକ୍ଷରୁ ଧୀମାନ ବିସମ୍ବର ନାଏକ ଙ୍କର ନେତୃତ୍ୱରେ ବିଏସପି ଦଳ ପକ୍ଷରୁ ସାଂସଦ ପ୍ରାର୍ଥୀ ଡମଣି ଜାନୀ ଓ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାଝୀ ,ବରିଷ୍ଠ ନେତା ସରୋଜ ନାଏକ, ପବିତ୍ର ନାଏକ, ବେସେଇ କୂଳଦୀପ, ରତ୍ନାକର ନାଏକ, ମନରଞ୍ଜନ ଟାକରି ଓ ଲକ୍ଷ୍ମୀ ହିଆଲ ପ୍ରମୁଖ ଯୋଗଦେଇଥିବା ବେଳେ ହଜାର ହଜାର କର୍ମୀ ଓ ସମର୍ଥକ ମଧ୍ୟରେ ପଟୁଆର ରେ ବେଶେଷ କରି ଯୁବଯୁବତୀ ପାରମ୍ପରିକ ବାଦ୍ୟ ନୃତ୍ୟ ପରିବେଷଣ ସହ ଉପସ୍ଥିତ ନେତୃବୃନ୍ଦ ବିଏସପି ର ଜୟଗାନ ସହ ଚଳିତ ସରକାର ଙ୍କର ଜନବିରୋଧୀ ନୀତି ବିରୋଧ ରେ ବିଭିନ୍ନ ସ୍ଲୋଗାନ ଦେଉଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ବିଏସପି ସରକାର ଗଢିଲେ ସାଧାରଣ ଜନତା ଙ୍କ ପାଇଁ ଏକ ଦୁର୍ନୀତି ମୁକ୍ତ ସରକାର ଭାବେ ଗଣିତ ହେଇପାରିବ ବୋଲି ମତବ୍ୟକ୍ତ ଦେଖିବାକୁ ମିଳିଥିଲା।