ମୁନିଗୁଡା:୭।୫(ରମାକାନ୍ତ ପୋଡାଳ)ରାୟଗଡ଼ ଜିଲ୍ଲା ଅମ୍ବାଦଳା ସାପ୍ତାହିକ ହାଟରେ ସୋମବାର କଂଗ୍ରେସ ଦଳର କର୍ମୀ ମାନେ ନିର୍ବାଚନୀ ପ୍ରଚାର କରିଛନ୍ତି। ସୋମବାର ମୁଖ୍ୟ ବଜାରରେ ସାପ୍ତାହିକ ହାଟ ହୋଇଥିବାରୁ ଉପାନ୍ତ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ | ଏହାର ଭରପୁର ଫାଇଦା ଉଠାଇବାକୁ କଂଗ୍ରେସ ଦଳର କର୍ମୀ ପହଞ୍ଚିବା ସ‌ହ ନିର୍ବାଚନୀ ପ୍ରଚାର କରିଥିଲେ। ଫଳରେ ହାଟସ୍ଥଳ ନିର୍ବାଚନର ରଣକ୍ଷେତ୍ର ପାଲଟିଥିବା ଦେଖୁବାକୁ ମିଳିଥିଲା। ଆମ୍ବାଦଳା ମୁଖ୍ୟ ବଜାରରେ ସୋମବାର ହୋଇଥିବା ସାପ୍ତାହିକ ହାଟରେ ନିଜର ସମର୍ଥକକୁ ନେଇ କଂଗ୍ରେସର କର୍ମୀ ବାଇକ ଶୋଭାଯାତ୍ରାରେ ପ୍ରଚାର କରିଥିଲେ।

ଆମ୍ବାଦଳା ଷ୍ଟ୍ୟାଚୁ ଛକରୁ ସହ ସହ କଂଗ୍ରେସ କର୍ମୀ ବାଇକ ଯୋଗେ ବାହାରି ଆମ୍ବାଦଳା ସହର ପରିକ୍ରମା କରିବା ସହ ବାଘ ଡଙ୍ଗରି, କୁମୁଡାବାଲି, ହାଟପଦା, ପାଇକ ସାହି ହୋଇ ଆମ୍ବାଦଳା ବଡ ସାହି, ଇନ୍ଦିରାପଡ଼ାରେ ପହଞ୍ଚି ଥିଲେ, ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। କଂଗ୍ରେସ ଯୁବ ନେତା ଦିନେଶ କରକରିଆ, ରଜନୀ କାନ୍ତ ପୋଡ଼ାଲ, ଦକ୍ଷ କରକରିଆଙ୍କ ଆୟୋଜାକରେ ଉକ୍ତ କାର୍ଯ୍ୟକ୍ରମରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର, ବରିଷ୍ଠ କଂଗ୍ରେସ ନେତା ରାମ ପ୍ରକାଶ କରକରିଆ, ଗରିବ ଟାକ୍ରି, ପଞ୍ଚାନନ କରକରିଆ ପ୍ରମୁଖ ଯୋଗ ଦେଇ କଂଗ୍ରେସ କର୍ମୀ ମାନଙ୍କୁ ଉଦଭୋବନ ଦେବା ସହ ଅଞ୍ଚଳ ବାସୀଙ୍କ ଭୋଟ ଭିକ୍ଷା କରିଥିଲେ।

ଚଳିତ ନିର୍ବାଚନରେ ବିଷମ କଟକ ନିର୍ବାଚନମଣ୍ଡଳୀରେ ବିଜେପି, ବିଜେଡ଼ି ତାର ଗଡ଼ ସଜାଡ଼ୁଥିବା ବେଳେ କଂଗ୍ରେସ ନିଜକୁ ଦାବିଦାର କରି ଅଞ୍ଚଳବାସୀଙ୍କ ନିକଟରେ ଭୋଟ ଭିକ୍ଷା କରିଥିବା ସାପ୍ତାହିକ ହାଟରେ ଦେଖୁବାକୁ ମିଳିଥିଲା | ବିଷମ କଟକ ନିର୍ବାଚନମଣ୍ଡଳୀର ଅନ୍ୟ ପକ୍ଷରେ ଅଞ୍ଚଳରେ ଉନ୍ନ‌ତୀକରଣ, କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ବଣ୍ଟନ ସହ ଅଞ୍ଚଳରୁ ଯାଉଥିବା ଦାଦନ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଭଳି ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଥିବା ନଜରକୁ ଆସିଥିଲା ଇକାର୍ଯ୍ୟକ୍ରମରେ ଅମ୍ବାଦଳା ଆଖ ପାଖ ଅଞ୍ଚଳରୁ ଶତାଧିକ କଂଗ୍ରେସ କର୍ମୀ ମାନେ ଯୋଗଦେଇ ସହଯୋଗ କରିଥିଲେ।